ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି

ଭୁବନେଶ୍ୱର:୧୩.୦୭ ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଗଞ୍ଜାମର ୧୭, ୪୫, ୪୯, ୬୩ ଓ ୭୨ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମର ୧୭ ବର୍ଷୀୟ ପୁରୁଷ କ୍ୟାନ୍ସର ରୋଗୀରେ ପୀଡିତ ଥିବା ଜଣାପଡିଛି । ୭୨ ବର୍ଷୀୟ ପୁରୁଷ ମଧୁମେହଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ ।ସେହିପରି ୪୯ ବର୍ଷୀୟ ସେହିପରି କଟକରେ ଜଣେ ୪୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି ।ଅନ୍ୟପଟେ ଭୁବନେଶ୍ୱରର ୬୭ ବର୍ଷୀୟ ପୁରୁଷ ମଧୁମେହ ଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ ।

Leave a Reply

Your email address will not be published. Required fields are marked *