ଏବେ ରାଜଧାନୀ ପରେ ଖୋର୍ଦ୍ଧା ରେ କ୍ଲିନିକ୍ ଭିତରେ ପଶି ଡାକ୍ତରଙ୍କୁ ଗୁଳିମାଡ ।

ଏବେ ରାଜଧାନୀ ପରେ ଖୋର୍ଦ୍ଧା ରେ କ୍ଲିନିକ୍ ଭିତରେ ପଶି ଡାକ୍ତରଙ୍କୁ ଗୁଳିମାଡ ।

ଭୁବନେଶ୍ୱର,ଖୋର୍ଦ୍ଧା: ଖୋର୍ଦ୍ଧା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସ ଓ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ଉପରକୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର । ଦୁଇ ଦୁର୍ବୃତ୍ତ ବାଇକରେ ମୁଖାପିନ୍ଧି ଆସି ଗୁଳି ଚଳାଇଥିବା ଅଭିଯୋଗ । ଏକ କ୍ଲିନିକରେ ଡାକ୍ତର ରୋଗୀ ଦେଖୁଥିବା ବେଳେ ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଛନ୍ତି। ଗୁଳିମାଡରେ ଡାକ୍ତର ଏବଂ ଜଣେ ଔଷଧ ଦୋକାନ କର୍ମଚାରୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ବର ସ୍ଥାନାସ୍ତର କରାଯାଇଛି।

ସୂଚନାଅନୁସାରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଏକ ଘରୋଇ ଔଷଧ ଦୋକାନ କ୍ଲିନିକରେ ରୋଗୀ ଦେଖୁଥିବା ସମୟରେ ବାଇକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ। ଏହାପରେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁଳିମାଡରେ ଡାକ୍ତର ମାନସ ଦାସ ଏବଂ ଔଷଧ ଦୋକାନ କର୍ମଚାରୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁଳିମାଡ ସୂଚନା ପାଇବା ପରେ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *