ଖଦିବୋର୍ଡ ପରିସରକୁ ବାଟ ବନ୍ଦ।

ଖଦିବୋର୍ଡ ପରିସରକୁ ବାଟ ବନ୍ଦ।

ଭୁବନେଶ୍ୱର : ଓଡିଶା ରାଜ୍ୟ ଖଦିବୋର୍ଡକୁ ଆଉ ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀ ଆସିବେ ନାହିଁ । କାରଣ ଏମାନଙ୍କ ବୋର୍ଡ
ପ୍ରବେଶ ପାଇଁ ଆଉ ରାସ୍ତା ନାହିଁ । ଯଦି ଆସିବେ ତେବେ ଅନ୍ୟ ଦୟାରେ ଗଳି ରାସ୍ତା ଦେଇ ଆସିବେ । ମୁଖ୍ୟ ରାସ୍ତା କଡରେ
କଲଭର୍ଟ ନିର୍ମାଣବେଳେ ବୋର୍ଡ ସଭାପତି ଚୁପ୍‍ ରହିବାରୁ ଏଭଳି ଅବସ୍ଥା ଉପୁଜିଛି । କେବଳ ସେତିକି ନୁହେଁ ଖଦିବୋର୍ଡ ପରିସରରେ ଥିବା କିଛି କୋଠାକୁ ଭାଙ୍ଗିବାପାଇଁ ଯୋଜନା ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ଦୀର୍ଘଦିନରୁ ବୋର୍ଡ ପରିସରରେ ଥିବା ପୋଷ୍ଟ ଅଫିସରଙ୍କୁ ଉଠାଇ ଦିଆଯାଇଛି । ଏହାପରେ ବ୍ୟାଙ୍କକୁ ଉଠାଇବାପାଇଁ ଯୋଜନା ଚାଲିଛି । ଏଥିରେ ସଫଳ ହେଲେ ବୋର୍ଡ ଦପ୍ତରକୁ ଦୁର୍ବଳ ଦେଖାଇ ତାହାକୁ ଭଙ୍ଗାଯିବାର ନକ୍ସା ପ୍ରସ୍ତୁତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଏହି ସୂଚନା ଅନୁଯାୟୀ ବୁଡାଇବାକୁ ଏବେ ଆରମ୍ଭ ହୋଇଛି ଉଦ୍ୟମ । ଖଦିବୋର୍ଡ ପ୍ରବେଶ ପଥରେ ବୋର୍ଡ ସଭାପତି ସଂଗ୍ରାମ ପାଇକରାୟ ନିଜର ଦୁଇ ଦୁଇଟି ହୋର୍ଡିଂ ମାରି ଶକ୍ତି ପ୍ରଦର୍ଶନ କରିଥିବା ଏହି ସର୍ବପୁରାତନ ସଂସ୍ଥା ଭିତରକୁ ଥିବା ପ୍ରବେଶପଥକୁ କିନ୍ତୁ ବନ୍ଦ କରିଦେଇଛନ୍ତି । ବିଜେଡିରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପାଇକରାୟ ଟିକଟ ପାଇବା ଆଶାରେ ବିଜେପିକୁ ପଳାଇଥିଲେ । ହେଲେ ବିଜେପି ଟିକଟ ବାବୁ ସିଂହ ନେଇ ଯିବାପରେ ସିଏ ବିଜେଡିକୁ ଆସିଲେ ଏବଂ ତକ୍ରାଳ ତାଙ୍କୁ ଖଦିବୋର୍ଡ ସଭାପତି କରି ଦିଆଗଲା । ତେବେ ପାଇକରାୟ ବାବୁ ବୋର୍ଡ ସଭାପତି ହେବା ସମୟରେ ଯେଭଳି ଶକ୍ତି ପ୍ରଦର୍ଶନ କରିଥିଲେ ତାହା ଆଉ ପରବର୍ତ୍ତୀ ସମୟରେ ରହିଲା ନାହିଁ । ଅବସ୍ଥା ଏଭଳି ହେଲାଣି ଯେ ଖଦିବୋର୍ଡରେ କେଉଁଦିନ ତାଲା ପଡିଯିବ ସେଥିନେଇ କର୍ମଚାରୀମାନେ ଆଶଙ୍କାରେ ଅଛନ୍ତି । ଖଦିବୋର୍ଡ ପ୍ରବେଶ ପଥରେ ନଜି ର ଦୁଇଟି ବିଶାଳ ହୋର୍ଡିଂ ଲଗାଇଥିବାବେଳେ
ଭିତରେ ଥିବା ଗାନ୍ଧୀମୂର୍ତ୍ତିଙ୍କ ନିକଟରେ ଚାରିଟି ବଲବ୍‍ ଲଗାଇ ନିଜର ଗୋଟିଏ ବଡ ଫଳକ ଲଗାଇ ଦେଇଛନ୍ତି ।
ଫଳରେ ଦୀର୍ଘ ଦିନରୁ ଏଠାରେ ଥିବା ଓଡିଶାର ଉପମୁଖ୍ୟମନ୍ତ୍ରୀ
ବସନ୍ତ ବିଶ୍ୱାଳଙ୍କ ନାମ ଏକ ପ୍ରକାର ଲୁଚି ଗଲାଣି ।
କିଛି ଖଦି ପ୍ରେମୀଙ୍କ କହିବାକଥା ଯେ ଖଦିର ଧାର ଧାରୁନଥିବା ଯୁବକମାନଙ୍କୁ ଆଣି ଏଭଳି ଏକ ସର୍ବପୁରାତନ
ସଂସ୍ଥାରେ ବସାଇଲେ ଅବସ୍ଥା ଏଭଳି ହିଁ ହେବ । ଖଦିର ବିକାଶ ବଦଳରେ ନିଜର କିଭଳି ପ୍ରଚାର ପ୍ରଚାର ହୋଇପାରିବ ସେ
ଦିଗରେ ସଭାପତିମାନେ ଲାଗି ପଡୁଛନ୍ତି । ଓଡିଶାରୁ ଖଦି ସୂତା କିମ୍ବା ଖଦି କପଡା ଆଉ ଉତ୍ପାଦିତ ହେଉନଥିବାବେଳେ ସୋରିଷ
ତେଲ ବେପାର ବି ବୁଡିଲାଣି । ଏଥିପାଇଁ ବସିଥିବା ଘଣା ଗୁଡିକ ଭାଙ୍ଗିରୁଜି ଯିବା ଫଳରେ ଚାହିଦା ଅନୁଯାୟୀ ଆଉ ଘଣା
ସୋରିଷ ତେଲ ମିଳିପାରୁ ନାହିଁ । ଏହାକୁ ଏବେ ଘରୋଇ ସଂସ୍ଥା ହାତରେ ଟେକି ଦେବାପାଇଁ ଉଦ୍ୟମ ଚାଲିଛି ।
ସଂଗ୍ରାମଙ୍କ ଭଳି ସଂଗ୍ରାମୀ ଯୁବନେତା ଖଦିବୋର୍ଡ ମଙ୍ଗ ଧରିବା ସମୟରେ କର୍ମଚାରୀଙ୍କ ଠାରୁ ଆରମ୍ଭକରି ଖଦିପ୍ରେମୀମାନେ
ଭାବିଥିଲେ ଯେ ଖଦିବୋର୍ଡ ଜବରଦଖଲ ହୋଇଥିବା ଜମିକୁ ସିଏ ଫେରାଇ ଆଣିବେ ।

Leave a Reply

Your email address will not be published. Required fields are marked *