୨୦୧୯ର ଉଦ୍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ – ଧର୍ମେନ୍ଦ୍ର ପ୍ରଧାନ

ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସର କେମକନ୍ ୨୦୧୯ର ଉଦ୍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ – ଧର୍ମେନ୍ଦ୍ର ପ୍ରଧାନ
 ଦେଶର ଅର୍ଥନୀତିର ବିକାଶରେ ରସାୟନ ବିଜ୍ଞାନ ବିଭାଗର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
 ପଲିସି ନିର୍ମାତା, ଅନୁଷ୍ଠାନ ଏବଂ ଶିଳ୍ପର ତାଳମେଳ ହିଁ ସବୁ ଆହ୍ୱାନକୁ ସାମ୍ନା କରିପାରିବ
 ଓଡିଶାର ତାଳଚେରରେ ପ୍ରଥମ ସିନଗ୍ୟାସ ପ୍ଲାଂଟ ନିର୍ମାଣ କାମ ଆରମ୍ଭ ହୋଇଛି
 ବାୟୋମାସରୁ ୫ ହଜାର ମିଥାନଲ ପ୍ଲାଟ ନିର୍ମାଣ ହେବା ପାଇଁ ଯୋଜନା
 ୨୦୩୦ ସୁଦ୍ଧା ବିଶ୍ୱର ୧ ନମ୍ବର ଉର୍ଜା ଉପଭୋକ୍ତା ରାଷ୍ଟ୍ର ହେବ ଭାରତ
ନୂଆଦିଲ୍ଲୀ/ଭୁବନେଶ୍ୱର,ଡିସେମ୍ବର – ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତର ଲୋକଙ୍କୁ ମାଲିକ ହେବାକୁ ପଡିବ । ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ ପକ୍ଷରୁ ଆୟୋଜିତ କେମ୍କନ ୨୦୧୯ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ସ୍ଥାନୀୟକରଣ କରିବାରେ, ଆମଦାନୀକୁ ବଢାଇ ରପ୍ତାନୀକୁକମାଇବାରେ ଏବଂ ବିଦେଶୀ ଖର୍ଚ୍ଚକୁ କମାଇବାର ଚାବିକାଠି ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି ଏବଂ ଦେଶର ବିକାଶ କରିବାର ଦୃଢତା ଏହି ବିଭାଗ ପାଖରେ ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଭାରତ ଆଜି ଅନେକ ସମସ୍ୟା ଦେଇ ଗତିକରୁଛି । ଅନ୍ୟ ଦେଶ ତୁଳନାରେ ଦେଶରେ ପଲିସି ନିର୍ମାତା, ଅନୁଷ୍ଠାନ ଏବଂ ଶିଳ୍ପର ତାଳମେଳ ନରହିବା କାରଣରୁ
ବିଫଳତାକୁ ବିଜୟ କରିବା ସମ୍ଭବ ହେଉନାହିଁ । ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର
ଯୁବ ବର୍ଗଙ୍କ ଠାରୁ ଅନେକ ଅପେକ୍ଷା ରଖିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରଥମ ସିନଗ୍ୟାସ ପ୍ଲାଂଟ ଓଡିଶାର ତାଳଚେରରେ ପ୍ରତିଷ୍ଠା କରାଯିବ । ଭାରତ ସରକାରଙ୍କ ଗେଲ୍, କୋଲ ଇଣ୍ଡିଆ, ରାଷ୍ଟାୟତ ଫର୍ଟିଲାଇଜର ସହାୟତାରେ ଏହି କାମ ମଧ୍ୟ ଆରମ୍ଭ ହୋଇଯାଇଛିାଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ଗତି କରୁଛି । ତେଣୁ ବିଶ୍ୱ ଦୃଶ୍ୟପଟ୍ଟରେ ଭାରତ ପାଖରେ ନୂଆ ସୁଯୋଗମାନ ରହିଛି । ଏହି ସମୟରେ ଦେଶକୁ ବିଫଳତାକୁ ସାମ୍ନା କରି
ଜିତିବାକୁ ହେବ । ଅପରପକ୍ଷରେ ଭାରତବର୍ଷର ସାଧାରଣ ଲୋକର ଜୀବନରେ ମୂଳଭୁତ ପରିବର୍ତନ ଆଣିବାର
କ୍ଷମତା ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି । ୨୦୩୦ ସୁଦ୍ଧା ଭାରତ ଦୁନିଆର ୧ ନମ୍ବର ଉର୍ଜା ଉପଭୋକ୍ତା
ହେବ ବୋଲି ସେ କହିଛନ୍ତି । ଭାରତରେ ସ୍ଥାନୀୟ ବାୟୋମାସରୁ ୫ ହଜାର ମିଥାନାଲ ପ୍ଲାଟ ନିର୍ମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।ଏଥିପାଇଁ ୫୦୦ ଉଦ୍ୟୋଗୀଙ୍କୁ ଏଲଓଆଇ ମଧ୍ୟ ପ୍ରଦାନ କରାଯାଇଛି । ଦେଶରେ ନବୀକରଣ ଉର୍ଜାରୁ
ବିଦ୍ୟୁତଚାଳିତ ଗାଡି ନିର୍ମାଣ ହେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅପରପକ୍ଷରେ ଦେଶରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ ବାୟୋମାସ ଉପଲବ୍ଧ ରହିଛି ଏବଂ ଏହାକୁ ଉପଯୋଗ କରିବାର ଜ୍ଞାନ ରସାୟନ ବିଜ୍ଞାନ ବିଭାଗ ପାଖରେ ଅଛି ।
ସେ କହିଛନ୍ତି ଯେ ବିଶ୍ୱରେ ଭାରତର ପେଟ୍ରୋମଲିୟମ ରିଫାଇନାରୀ କମ୍ପେସ୍କିଟି ବା ଜଟିଳତା କାରଣରୁ ଚର୍ଚ୍ଚା
ହେଉଛି । ଭାରତରେ ବିଭିନ୍ନ ପ୍ରକାର ଅଶୋଧିତ ତୈଳର ରିଫାଇନ କରିବାର କମ୍ପେକ୍ସିଟିରର ଉନ୍ନତୀକରଣ
ଧୀରୁବାଇ ଅମ୍ବାନୀଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *