ଭାରତ ଚାମ୍ବର ଅଫ କମର୍ସର ୧୧୯ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇଛନ୍ତି ।

ଭାରତ ଚାମ୍ବର ଅଫ କମର୍ସର ୧୧୯ତମ ବାର୍ଷିକ ସାଧାରଣ
ବୈଠକରେ ଯୋଗ ଦେଇଛନ୍ତି ।

କୋଲକାତା, ଭୁବନେଶ୍ୱର, ୧୧ ଜାନୁଆରୀ – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଶନିବାର ଦିନ କୋଲକାତା ଠାରେ ଭାରତ ଚାମ୍ବର ଅଫ କମର୍ସର ୧୧୯ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପୂର୍ବ ଭାରତକୁ ଆର୍ଥିକ ଓ ଶିଳ୍ପ ଗତିବିଧିର କେନ୍ଦ୍ର ରୁପେ ଗଢି ତୋଳିବା ପାଇଁ ରୋଡ ମ୍ୟାପ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତ ଓ ପୂର୍ବୋତର ଭାରତର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଆରବ ସାଗରରେ ଗ୍ୟାସ ମିଳିବା ଆଗରୁ ଆସାମରେ ଗ୍ୟାସ ମିଳିଥିଲା । ଆରବ ସାଗରର ଗ୍ୟାସ ଦେଶର ଅଧା ଭାଗକୁ ପହଂଚି ସାରିଥିଲା ବେଳେ ଆସାମର ଗ୍ୟାସ ଗୌହାଟି ଆଗକୁ ଯାଇ ପାରି ନ
ଥିଲା । ଏବେ ପ୍ରଧାନମନ୍ତ୍ରୀ ଉର୍ଜା ଗଂଗା ଓ ଇନ୍ଦ୍ରଧନୁଶ ପ୍ରକଳ୍ପ ଜରିଆରେ ଏହି ଅଂଚଳରେ ଗ୍ୟାସ ଭିତିଭୂମିର ବିସ୍ତାର
କାମ ଚାଲିଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ରେ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡରେ
ଗ୍ୟାସ ପାଇପଲାଇନ ବିଛାଇବା କାମ ଚାଲିଛି । ଏହା ଦ୍ୱାରା ଏହି ଅଂଚଳରେ ରୋଜଗାର ସୃଜନ ହେବ । ଏହା ଦ୍ୱାରା
ଏହି ଅଂଚଳରେ ଇସ୍ପାତ ଶିଳ୍ପକୁ ମଧ୍ୟ ଲାଭ ମିଳିବ କାରଣ କମ ମୂଲ୍ୟରେ ଶସ୍ତା ଓ ସ୍ୱଚ୍ଛ ଇନ୍ଧନ ସେମାନଙ୍କୁ ହାସଲ
ହେବ । ସେ କହିଛନ୍ତି ଯେ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ୧୬ ଶହ କିମି ବିଶିଷ୍ଟ ଇନ୍ଦ୍ରଧନୁଶ ଗ୍ୟାସ ପାଇପଲାଇନକୁ
ମଂଜୁରୀ ଦେଇଛନ୍ତି । ଏହି ଯୋଜନା ଜରିଆରେ ଉତର ପୂର୍ବ ଅଂଚଳ ଗୁଡିକୁ ଯୋଡା ଯିବ । ସେହିପରି ଉତର ପୂର୍ବ
ଅଂଚଳରେ ଥିବା ରିଫାଇନାରୀ ଗୁଡିକର କ୍ଷମତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *