ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀରେରେ କେନ୍ଦ୍ରମନ୍ତ୍ରୀ

ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀରେରେ କେନ୍ଦ୍ରମନ୍ତ୍ରୀ

ମୋଦି ସରକାରରେ ଅର୍ଥନୀତିରେ ଅଣାଯାଇଥିବା ନୂଆ
ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ସୁଦୃଢ କରିବ – ଧର୍ମେନ୍ଦ୍ର ପ୍ରଧାନ
 ସମସ୍ତ ଘରକୁ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମାଂଚଳରେ ଇସ୍ପାତର ବ୍ୟବହାରକୁ ବଢାଇବ
 ଘରୋଇ ଶିଳ୍ପର ସଂପ୍ରସାରଣ ଏବଂ ବିକାଶ ଉପରେ ଗୁରୁତ୍ୱାରୋପ
 ପୂର୍ବ ଭାରତରେ ସିନଗ୍ୟାସ ପ୍ଲାଟର ବିକାଶ ଘରୋଇ ଇସ୍ପାତକୁ ଗତି ଦେବ
 ଭାରତରେ ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଅପାର ସମ୍ଭାବନା ରହିଛି
 ଇସ୍ପାତ୍ ନିର୍ମାଣ ଦକ୍ଷତାର ବିକାଶ ଏବଂ ଉତ୍ପାଦନର ମୂଲ୍ୟକୁ ହ୍ରାସ କରିବା ପାଇଁ ଗବେଷଣା କରିବା
ନିମନ୍ତେ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୬ – ମୋଦି ସରକାରରେ ଭାରତୀୟ ଅର୍ଥନୀତିରେ ଅଣାଯାଇଥିବା ନୂତନ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେଭାରତୀୟ ଶିଳ୍ପ ମହାସଂଘର ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ବିକାଶରେ ଭାରତର ଗ୍ରାମାଂଚଳ ଗୁଡିକ ମହତ୍ୱ ରଖୁଛି ।
ବଢୁଥିବା ଅର୍ଥନୀତିର ଗତିବିଧି, ସରକାରୀ ଯୋଜନାର କ୍ରିୟାନ୍ୱୟନ ଏବଂ ବଢୁଥିବା ଆୟ ଗ୍ରାମାଂଚଳର ଇସ୍ପାତ ବ୍ୟବହାରକୁ ଗତି ଦେବ । ସରକାରୀ ଯୋଜନା ତଥା ସମସ୍ତ ଘରକୁ ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ଗ୍ରାମାଂଚଳରେ ଇସ୍ପାତର ବ୍ୟବହାରକୁ ବଢାଇବ । ସମସ୍ତଙ୍କୁ ପକ୍କା ଘର ଏବଂ ଘରେ ଘରେ ପାଇପ ମାଧ୍ୟମରେ ପାନୀୟ ଜଳ ଉପଲବ୍ଧ କରିବା ସରକାରଙ୍କ ଲକ୍ଷ୍ୟ । ଯାହା ଘରୋଇ
ଇସ୍ପାତ ଶିଳ୍ପ ବିନା ଅସମ୍ଭବ । ସେ କହିଛନ୍ତି ଯେ ଭାରତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଜାର ଅଟେ । ଭାରତୀୟ ଲୋକଙ୍କ ଉଚ୍ଚ ଆକାଂକ୍ଷା ଏବଂ କିଣିବାର କ୍ଷମତା ପ୍ରଚୁର । ଯାହା ଘରୋଇ ଶିଳ୍ପର ସଂପ୍ରସାରଣ ଏବଂ ବିକାଶରେ ଏକ ଅଭୁତପୂର୍ବ ସୁଯୋଗ ପ୍ରଦାନ କରୁଛି । ଇସ୍ପାତରେ ମୁଣ୍ଡ ପିଛା ବ୍ୟବହାର ବର୍ତମାନ ବିଶ୍ୱ ହାରାହାରି ତୁଳନାରେ ବହୁତ କମ ଅଛି ଏବଂ ଆଗାମୀ ଦିନରେ ବୃଦ୍ଧି ପାଇବାର କ୍ଷମତା ରଖୁଛି । ଇସ୍ପାତ କ୍ଷେତ୍ରର ବିକାଶ କରିବା
ପାଇଁ ଇସ୍ପାତି ଇରାଦା ଅଭିଯାନ ଆରମ୍ଭ କରାଯାଇଛିା

Leave a Reply

Your email address will not be published. Required fields are marked *