ଗଣମାଧ୍ୟମର ଚାପରେ ବିନା ତଦନ୍ତରେ ବିଦ୍ୟାଳୟ ଓ ଶିକ୍ଷୟତ୍ରୀଙ୍କୁ ବଦନାମ କରଗଲେ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବ – ଡଃ ଜ୍ଞାନେନ୍ଦ୍ର

ଗଣମାଧ୍ୟମର ଚାପରେ ବିନା ତଦନ୍ତରେ ବିଦ୍ୟାଳୟ ଓ ଶିକ୍ଷୟତ୍ରୀଙ୍କୁ ବଦନାମ କରଗଲେ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବ – ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର ତା ୯.୧୨ – କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ର ଛାତ୍ରୀ ସ୍କୁଲ ଛାତ ଉପରୁ ପଡିବା ଓ ଶିକ୍ଷୟତ୍ରୀଙ୍କ ନିର୍ଯ୍ୟାତନା ସଂପର୍କୀୟ ଏକ ସମ୍ବେଦନଶୀଳ ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ଦେଖିବା ପରେ ଜଣେ ଶିକ୍ଷା ବିଭାଗ ସହ ସଂପୃକ୍ତ ବୁଦ୍ଧିଜୀବୀ ଭାବରେ ଏଭଳି ଏକ ବିବୃତି ଦେବାକୁ ବାଧ୍ୟ ହେଉଛି । ଏକ ପ୍ରେସ ବିବୃତିରେ ବରିଷ୍ଠ କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ ଶିକ୍ଷା ବିଭାଗର ଜଣେ ଛାତ୍ର ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ସମ୍ବାଦ ଆସିଲେ ଆଖି ପ୍ରଥମେ ସେଠାକୁ ଟାଣି ହୋଇଯାଏ । ମୁଁ ବିଶେଷ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟାଧାରା ସହ ସଂପୃକ୍ତ । କାରଣ ମୋର ପୁଅ ଝିଅ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ସମ୍ବାଦ ପଢିଲା ପରେ ତୁରନ୍ତ ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପଚାରି ଘଟଣା ବିଷୟରେ ଅବଗତ ହେଲି । ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଜଣେ ଜଣେ ଦକ୍ଷ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥାଏ । ଏଣୁ କେଉଁ ପରିସ୍ଥିତିରେ ଝିଅଟି ଏଭଳି ଚରମ ପଦକ୍ଷେପ ଗ୍ରହଣ କଲା ତାହା ତଦନ୍ତ ସାପେକ୍ଷ । ଝିଅର ସ୍କୁଲ ଡାଏରୀରୁ ବିଭିନ୍ନ ସମୟରେ ଶ୍ରେଣୀ ଶିକ୍ଷକଙ୍କ ମନ୍ତବ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ୍ । ପରିବାର ବା ଅଭିଭାବକ କାହାରି ଦ୍ୱାରା ପ୍ରଭାବିତ ନହୋଇ ସତ୍ୟ ଅଧ୍ୟକ୍ଷାଙ୍କୁ ଜଣାଇବା ଉଚିତ । ଝିଅଟି ଆମ ସମସ୍ତଙ୍କର । ତା’ର ମାନସିକ ଆଘାତକୁ ଆମକୁ ବୁଝିବାକୁ ପଡିବ । କିନ୍ତୁ ଶୃଙ୍ଖଳାକୁ ଅଭିଭାବକମାନେ ଯଦି ନିର୍ଯ୍ୟାତନାର ଆଖ୍ୟା ଦେଇ ବିନା ଆଲୋଚନାରେ ନିଜେ ନିଜେ ଦଣ୍ଡ ବିଧାନ କରିଦେବେ ତେବେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର ଯେଉଁ କୁପ୍ରଭାବ ପଡିବ, ସେଥିପାଇଁ ଅଭିଭାବକମାନେ ଦାୟୀ ରହିବେ ତ ବୋଲି ଡଃ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *