୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ରାଜ୍ୟରେ ଆଉ ୫ଜଣଙ୍କ ମୃତ୍ୟୁ ।

ଭୁବନେଶ୍ୱର:୧୧.୦୭ ରାଜ୍ୟର ୧୯ ଜିଲ୍ଲାରୁ ୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୭୯୭୨ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୪୪୭୫ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୮୬ଜଣ ଲୋକାଲ କେଶ୍‍ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛି ।କରୋନାରେ ରାଜ୍ୟରେ ଆଉ ୫ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଗଞ୍ଜାମର ୨, କଟକ, ପୁରୀ ଓ ଭୁବନେଶ୍ୱରର ଜଣେ କରି ଅଛନ୍ତି । ପୁରୀରେ ମୃତ୍ୟୁ ବରଣ କରିଥିବା ୭୦ବର୍ଷିଅ ବୃଦ୍ଧ ଜଣଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିବାବେଳେ କଟକର ୪୬ବର୍ଷିୟ ପୁରୁଷ ଜଣଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ସମେତ ଅନ୍ୟ ରୋଗରେ ପୀଡିତ ଥିଲେ । ସେହିଭଳି ରାଜଧାନୀର ୫୬ବର୍ଷିୟ ମହିଳା ଜଣଙ୍କ ମଧୁମେହରେ ଆକ୍ରାନ୍ତ ଥିବେଳେ ଗଞ୍ଜାମର ମୃତ୍ୟୁବରଣ କରିଥିବାବେଳେ ୫୫ ଓ ୭୨ବର୍ଷର ଦୁଇଜଣ ପୁରୁଷ ମଧୁମେହ ଆକ୍ରାନ୍ତ ଥିବା ଜଣାଯାଇଛି ।ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଛି ।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୧୮, କଟକରେ ୪୬, ସୁନ୍ଦରଗଡରେ ୪୪ ଓ ଯାଜପୁରରେ ୪୦ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋରଧା ଓ ନୟାଗଡରୁ ୩୭କରି ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାରୁ ୩୧, ଗଜପତିରୁ ୨୫, ଜଗତ୍‍ସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳରୁ ୧୧, ମୟୁରଭଞ୍ଜରୁ ୧୦, କେନ୍ଦ୍ରାପଡାରୁ ୬, ବାଲେଶ୍ୱର ଓ ବୌଦରୁ ୩କରି, ଭଦ୍ରକରୁ ୨ ଏବଂ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *