ପ୍ରଥମ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ

ପ୍ରଥମ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ

ଭୁବନେଶ୍ୱର (ଧଉଳି)  : ଆସନ୍ତା ତା ୧୨.୧୧.୨୦୧୯ରିଖ ମଙ୍ଗଳବାର ସକାଳ ୬ ଘଟିକା ସମୟରେ ରାଜ୍ୟ ସଚେତନ ଅଧିକାର ମ ତରଫରୁ ଦୟାନଦୀ ଧଉଳି ନିକଟସ୍ଥ ମା ଯୋଗମାୟାଙ୍କ ପୀଠ (ବସନ୍ତପୁରଶାସନ)ରେ ପ୍ରଥମ ବାର୍ଷିକ ବୋଇତ ବନ୍ଦାଣ ଓ କଳିଙ୍ଗ ବାଲିଯାତ୍ରା ମାହାତ୍ସବ ନାମରେ ଉଦ୍ଯାପିତ ହୋଇଯାଇଛି । ମ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ଭଞ୍ଜଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବକ୍ତବ୍ୟର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା କିଭଳି
ଆଜିର ସମାଜର ଗୋଲକ ଧନ୍ଦାରେ ସ୍ୱାଭିମାନୀ ଓଡ଼ିଆ
ପୁଅମାନେ ସବୁ କ୍ଷେତ୍ରରେ ଦିନକୁ ଦିନ ଦାଦନ ହୋଇଯାଉଛନ୍ତି, ସେହି ଓଡ଼ିଆ ପୁଅଙ୍କୁ ଏକତ୍ରିତ କରି ପୁଣିଥରେ ସ୍ୱାଭିମାନୀ
ଓଡ଼ିଆର ଐତିହ୍ୟ ଓ ଗୌରବକୁ ବିଶ୍ୱ ଦରବାରରେ ଉଜ୍ଜିବୀତ
କରାଯାଇପାରିବ ତାହା ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟା ତଥା ବରେଣ୍ୟ ସମାଜସେବୀମାନେ ସଂକଳ୍ପ ନେଇଥିଲେ । ଉକ୍ତ ସଭାରେ ମ ର ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ଭୂୟାଁ, ଶ୍ରୀଯୁକ୍ତ ମନୋରଞ୍ଜନ ପଣ୍ଡା, ଶ୍ରୀଯୁକ୍ତ ସୁରଥ ବେହେରା, ସାଧାରଣ ସମ୍ପ।।ଦକ ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରସନ୍ନ
କୁମାର ଦାଶ, ଅର୍ଜୁନ ଦାଶ, ପରମାନନ୍ଦ ସ୍ୱାଇଁ, ଲକ୍ଷ୍ମଣ ନାୟକ, ନାରାୟଣ କାଣ୍ଡି, ସୁଦର୍ଶନ ନାୟକ, ରମେଶ ବେହେରା, ଦୁଃଖିଶ୍ୟାମ ଦାଶ, ମଧୁସୂଦନ ଦାଶ, ଅର୍ଜନୁ ବେହେରା, ସନ୍ତୋଷ ସାହୁ, ସୁରେନ୍ଦ୍ର ଭୋଇ, ଅଭିମନ୍ୟୁ ମୁଦୁଲି, ସୁକାନ୍ତ କାଣ୍ଡି, ହେମନ୍ତ କାଣ୍ଡି, ନାରୀନେତ୍ରୀ ଶାନ୍ତିଲତା ମଲ୍ଲିକ, ଗୀତାଞ୍ଜଳି ଦାଶ ତଥା ସ୍ଥାନୀୟ ବହୁ ବାସିନ୍ଦା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *