କନ୍ୟା ଅନ୍‍ମୋଲ୍‍ ହୈ’ ଦ୍ୱାରା ୪ ଜଣ ପ୍ରତିଭାଧାରୀ ମହିଳାଙ୍କୁ ‘ଚରଣ ସ୍ପର୍ଶ’ ପୁରସ୍କାର

କନ୍ୟା ଅନ୍‍ମୋଲ୍‍ ହୈ’ ଦ୍ୱାରା
୪ ଜଣ ପ୍ରତିଭାଧାରୀ ମହିଳାଙ୍କୁ ‘ଚରଣ ସ୍ପର୍ଶ’ ପୁରସ୍କାର

1.ଡ. ଶ୍ୟାମାମଣି ଦେବୀ ପଟ୍ଟନାୟକ, ଶ୍ରୀମତୀ ଅନୁରାଧା ବିଶ୍ୱାଳ, ଶ୍ରୀମତୀ ଜୟା ସ୍ୱାମୀ, ଶ୍ରୀମତୀ ବନଜା ଦେବୀଙ୍କୁ ଦ୍ୱିତୀୟ ‘ଚରଣ ସ୍ପର୍ଶ ପୁରସ୍କାର’
2.ବଲିଉଡ୍‍ ଅଭିନେତ୍ରୀ ରିମି ସେନ, ସାମାଜିକ କାର୍ଯ୍ୟକର୍ତ୍ତା ସୁମାନି ଝାଡ଼ିଆ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଂଗଠନ କନ୍ୟା ଅନ୍‍ମୋଲ୍‍ ହୈ (କେଏଏଚ୍‍) ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ରୀମତୀ ଡ. ଶ୍ୟାମାମଣି ଦେବୀ ପଟ୍ଟନାୟକ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀମତୀ ଜୟା ସ୍ୱାମୀ, ପ୍ରଖ୍ୟାତ ଓଡ଼ିଆ ଲେଖିକା ବନଜା ଦେବୀଙ୍କୁ ‘ଚରଣ ସ୍ପର୍ଶ ପୁରସ୍କାର ୨୦୧୯’ ପ୍ରଦାନ କରି ସମ୍ମାନିିତ କରାଯାଇଛି । ବଲିଉଡ୍‍ ଅଭିନେତ୍ରୀ ରିମି ସେନ, ସାମାଜିକ କାର୍ଯ୍ୟକର୍ତ୍ତା ସୁମାନି ଝାଡ଼ିଆ, ମୀରା ପରିଡ଼ା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରୋଟାରୀ ଗଭର୍ଣ୍ଣର ଦେବାଶିଷ ମିଶ୍ର, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ ସଦସ୍ୟା ମନ୍ଦାକିନୀ କର, ମେଘନା କାନୁନଗୋ, ଅର୍ପିତା ବଡ଼ଜେନା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ସାକ୍ଷରତା ଉପରେ ଆଧାରିତ ଏକ କ୍ଷୁଦ୍ର ଫିଲ୍ମ ‘ନିରକ୍ଷରତା ଅଭିଶାପ ସାକ୍ଷରତା ବରଦାନ’ ବଲିଉଡ୍‍ ଅଭିନେତ୍ରୀ ରିମି ସେନ ଏବଂ ଓଲିଉଡ୍‍ ଅଭିନେତ୍ରୀ ଆହାନା ବରାଳଙ୍କ ଦ୍ୱରା ଲୋକାର୍ପିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ ପ୍ରତିଭାମାନେ ସେମାନଙ୍କ ଅବଦାନ ବିଷୟରେ କହିବା ସହ ନିଜର ବାର୍ତ୍ତା ଦେଇଥିଲେ ।
‘କନ୍ୟା ଅନ୍‍ମୋଲ୍‍ ହୈ’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ବଲିଉଡ୍‍ ଅଭିନେତ୍ରୀ ରିମି ସେନ୍‍ କହିଲେ, ମହିଳାଙ୍କ ସଶକ୍ତୀକରଣ ପାଇଁ ‘କେଏଏଚ୍‍’ର ଏହି କାର୍ଯ୍ୟରେ ମୁଁ ବେଶ ପ୍ରଭାବିତ । ‘ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ସମ୍ମାନିତ ହୋଇଥିବା ୪ ଜଣ ପ୍ରତିଭାଧାରୀ ମହିଳାଙ୍କୁ ଭେଟି ମୁଁ ବେଶ୍‍ ଖୁସି’ ବୋଲି ସେ ପ୍ରକାଶ କରିଥିଲେ ।
ନିଜର କାର୍ଯ୍ୟ ସମ୍ପାଦନରେ ଉଲ୍ଲେଖନୀୟ ନିଷ୍ଠା ଏବଂ ସାଧୁତା ପ୍ରଦର୍ଶନ କରିଥିବା ଏହି ମହିଳାମାନଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ‘କେଏଏଚ୍‍’ର ଜାତୀୟ ଆବାହକ ଶ୍ରୀଯୁକ୍ତ ସରୋଜ ଦାଶ ପ୍ରକାଶ କରିଛନ୍ତି । ଆମର ପରବର୍ତ୍ତୀ ପିଢ଼ିର ମହିଳାମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ମହିଳାମାନଙ୍କ ଜୀବନୀ ଓ କାର୍ଯ୍ୟକୁ ସ୍ୱୀକୃତି ଦେବାର ଦୃଢ଼ ଆବଶ୍ୟକତା ରହିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।
ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅଗ୍ରଣୀ ସାମାଜିକ ସଂଗଠନ କନ୍ୟା ଅନ୍‍ମୋଲ୍‍ ହୈ (କେଏଏଚ୍‍) ପ୍ରେରଣାଦାୟୀ କାମ କରି ପ୍ରତିଷ୍ଠା ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ମାନିତ କରିବାକୁ ଏହି ସୃଜନଶୀଳ କାର୍ଯ୍ୟକ୍ରମ ହାତକୁ ନେଇଛି । ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ପିଢ଼ି ପରେ ପିଢ଼ି ଝିଅ ଏବଂ ମହିଳାମାନଙ୍କୁ ବିଭିନ୍ନ ପେସାରେ ଉକ୍ରର୍ଷ ହାସଲ କରିବା, ସାମାଜିକ ସୁଧାର ଆଣି ବ୍ୟକ୍ତିଗତ ଜୀବନରେ ଅନ୍ୟ ପାଇଁ ଉଦାହରଣ ପାଲଟିବା ଏବଂ କଠୋର ଆହ୍ୱାନ ତଥା ବାଧାକୁ ଅତିକ୍ରମ କରିବାକୁ ଦୃଢ଼ମନା ହେବା ଲାଗି ପ୍ରେରଣା ଯୋଗାଇଥିବା କିମ୍ବନ୍ଦନ୍ତୀ ମହିଳାଙ୍କ ଜୀବନ, କାର୍ଯ୍ୟଧାରା ଓ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ‘ଚରଣ ସ୍ପର୍ଶ’ ନାମରେ ନାମିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ପ୍ରତିଷ୍ଠାତା ସସ୍ମିତା ଦାଶ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ସୁଭଦ୍ରା ନାୟକ, ରାଜଲକ୍ଷ୍ମୀ ନନ୍ଦ, ଶୈଳୀ ଗୁପ୍ତା, ସୁଭାଲି ଦାସ ଏହି ଅବସରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *