କାନାଡ଼ା ବ୍ୟାଙ୍କରେ ସାର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ,

କାନାଡ଼ା ବ୍ୟାଙ୍କରେ ସାର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ,

ଭୁବନେଶ୍ୱର, ୧୦/୧୧: ଶିଶୁ ଭବନ ନିକଟରେ କାନାଡ଼ା ବ୍ୟାଙ୍କରେ ସାର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ତେବେ ବିଶେଷ କିଛି କ୍ଷୟ କ୍ଷୟି ହୋଇନାହିଁ। ବ୍ୟାଙ୍କ ଭିତରେ ଇଲେକ୍ଟ୍ରିକାଲ ୨ଟି ପ୍ୟାନେଲ ବକ୍ସ ପୋଡ଼ି ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ ଥାନା ଅଧିନ ଶିଶୁ ଭବନ ନିକଟରେ କାନାଡ଼ା ବ୍ୟାଙ୍କରେ ସାର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଫାରେଷ୍ଟ ପାର୍କ ପ୍ଲଟ ନ ୧ରେ ଥିବା ଏହି ବ୍ୟାଙ୍କ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବ୍ୟାଙ୍କର ଦ୍ୱାରମୁଁହ ନିକଟରେ ସାର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାଙ୍କର ସାଇରନ ବାଜି ଉଠିଥିଲା। ସେଠାରେ ଧୁଆଁ ବାହାରୁଥିବା ଦେଖି ନିକଟରେ ଥିବା ଟ୍ରାଫିକ କର୍ମଚାରୀ ଦେଖି ଫାୟାର ଅଫିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ  ଓ ଫାୟାର ସୁରକ୍ଷା ଗାଡ଼ି ଆସିଥିଲେ। ସେଠାରେ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଇଲେକ୍ଟ୍ରି ସଂଯୋଗ କାଟି ନିଆଁକୁ ଆୟତ୍ତ କରିଥିଲେ। ପରେ ବ୍ୟାଙ୍କର ସବୁ କର୍ମଚାରୀ ଆସି ପଂହଁଚିଥିଲେ । ତେବେ ଏହି ଅଗ୍ନିକାଣ୍ଡ ରେ ବିଶେଷ କିଛି କ୍ଷୟ କ୍ଷୟି ହୋଇନାହିଁ। ବ୍ୟାଙ୍କ ଭିତରେ ଇଲେକ୍ଟ୍ରିକାଲ ୨ଟି ପ୍ୟାନେଲ ପୋଡ଼ି ନଷ୍ଟ ହୋଇଛି। ଆଜି ରାତି ୯ଟା ରେ ସାର୍ଟ ସର୍କିଟ ହୋଇ ପ୍ୟାନେଲ ଓ ଟାଇମରରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ  ବ୍ୟାଙ୍କର ବହୁ ଇଲେକ୍ଟ୍ରିକାଲ ତାର ପୋଡ଼ି ନଷ୍ଟ ହୋଇଛି।    ସିସିଟିଭି, ଏସି, ବିଭିନ୍ନ ଇଲେକ୍ଟ୍ରିକାଲ ମେସିନ ପୋଡ଼ି ଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *