ସାଂସଦଙ୍କ ପ୍ରୟାସ କନ୍ଧମାଳରେ ମେଗା ନିଯୁକ୍ତି ମେଳା

ସାଂସଦଙ୍କ ପ୍ରୟାସ
କନ୍ଧମାଳରେ ମେଗା ନିଯୁକ୍ତି ମେଳା
ଫୁଲବାଣୀ, ୯ ।୧: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ
ମେଗା ନିଯୁକ୍ତି ମେଳା ଗୁରୁବାର ଫୁଲବାଣୀଠାରେ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ
ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ନିଯୁକ୍ତି ମେଳାକୁ ଉଦ୍‍ଘାଟନ କରିଥିଲେ । ନିଯୁକ୍ତି
ମେଳା ସଂପର୍କରେ ସୂଚନା ଦେଇ ସାଂସଦ ଶ୍ରୀ ସାମନ୍ତ କହିଲେ, ଏହି ନିଯୁକ୍ତି ମେଳାରେ ଦେଶର ୭୦ଟି କମ୍ପାନୀ ଯୋଗ
ଦେଇଛନ୍ତି । ସେମାନେ ବିଭିନ୍ନ ପଦ ପଦବୀ ପାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କୁ ଚୟନ କରିବା
ସହ ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରାୟ ୧୦ ହଜାର ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ
ଏଥିରେ ଯୁବକ ଯୁବତୀଙ୍କ ପାଇଁ ସର୍ବନିମ୍ନ ମାସିକ ବେତନ ୧୦ ହଜାର ଟଙ୍କା ଥିବା ବେଳେ ସର୍ବାଧିକ ମାସିକ ବେତନ
ରହିଛି ୨୦ ହଜାର ଟଙ୍କା । ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ କମ୍ପାନୀମାନେ ପ୍ରଦାନ କରିବେ । ଶ୍ରୀ ସାମନ୍ତ
କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲୁ ରହିଛି ।
ସେଥିମଧ୍ୟରୁ ଗୋଟିଏ ବଡ଼ କାମ ହେଲା ରାଜ୍ୟର ବେକାର ଯୁବକଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା । ଏଥିପାଇଁ ରାଜ୍ୟ
ସରକାର ଏକ ଦକ୍ଷତା ବିକାଶ ବିଭାଗ ମଧ୍ୟ ଖୋଲିଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରର
୧୦ହଜାର ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପିଲାମାନେ ନିଯୁକ୍ତି ପାଇ
ବାହାର ରାଜ୍ୟରେ କାମ କରିବାର ସୁଯୋଗ ପାଇବେ । ଏଣିକି କର୍ମ ସଂସ୍ଥାନ ପାଇଁ କନ୍ଧମାଳ ପିଲାମାନଙ୍କୁ ଆଉ ବାହାରକୁ
ଯିବାକୁ ପଡ଼ିବ ନାହିଁ । କମ୍ପାନୀମାନେ ଏଠାକୁ ଆସି ଉପଯୁକ୍ତ ପିଲାଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ନିଯୁକ୍ତି ପ୍ରଦାନ କରିବେ ।
ଏହି ଗରିବ ଜିଲ୍ଲା କିଭଳି ଉନ୍ନତ ଜିଲ୍ଲାରେ ପରିଣତ ହେବ ସେଥିପାଇଁ ଆମେ ସର୍ବଦା ଚେଷ୍ଟା କରିଆସୁଛୁ । ଲୋକମାନଙ୍କର
କ୍ରୟ ଶକ୍ତି ବୃଦ୍ଧି ହେଲେ ଦାରିଦ୍ର‌୍ୟ ଦୂର ହେବ । ଏଥିପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହେବା ଦରକାର । ଲୋକସଭା
ନିର୍ବାଚନ ସମୟରେ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବାକୁ ଆମେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଏହି ନିଯୁକ୍ତି ମେଳା
ମାଧ୍ୟମରେ ପ୍ରତି ପରିବାରକୁ ରୋଜଗାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ ଶ୍ରୀ ସାମନ୍ତ କହିଲେ
ସଂସଦୀୟ କ୍ଷେତ୍ରର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ଲକ୍ଷ୍ୟରେ ଜିଲ୍ଲା ମୁଖ୍ୟାଳୟରେ ଏକ
ସାଂସଦ ନିଯୁକ୍ତି ସେଲ୍‍ ଖୋଲାଯାଇଛି । ଏଥିରେ ବର୍ଷ ତମାମ ସଂସଦୀୟ କ୍ଷେତ୍ରର ବେକାର ଯୁବକଯୁବତୀମାନେ ପଞ୍ଜୀକରଣ
କରିପାରିବେ । ଏହି ନିଯୁକ୍ତି ସେଲ୍‍ ମାଧ୍ୟମରେ ପଞ୍ଜୀକୃତ ପ୍ରାର୍ଥୀଙ୍କୁ କମ୍ପାନୀ ସହ ଯୋଗାଯୋଗ କରାଇ ଦିଆଯିବ । ଫଳରେ
ସେମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନୁସାରେ ନିଯୁକ୍ତି ପାଇପାରିବେ । ଆସନ୍ତା ୧ବର୍ଷ ମଧ୍ୟରେ କନ୍ଧମାଳ
ସଂସଦୀୟ କ୍ଷେତ୍ରର ବେକାର ସମସ୍ୟା ଦୂର ପାଇଁ ଲକ୍ଷ୍ୟ ରଖାଯାଇଥିôବା ଶ୍ରୀ ସାମନ୍ତ କହିଥିଲେ । ଓଡ଼ିଶାରେ ପ୍ରଥମ ଥର ଲାଗି
ଏଭଳି ଏକ ଉଦ୍ୟମ କରାଯାଇଛି । ସୂଚନାଯୋଗ୍ୟ, କନ୍ଧମାଳ ସଂସଦୀୟ କ୍ଷେତ୍ରର ଫୁଲବାଣୀ, ବୌଦ୍ଧ, କଣ୍ଟାମାଳ, ଦଶପଲ୍ଲା,
ଭଞ୍ଜନଗର, ବାଲିଗୁଡ଼ା ଓ ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବେକାର ଯୁବକ ଯୁବତୀଙ୍କ ନିମନ୍ତେ ଜାନୁଆରୀ
୯ ଓ ୧୦ତାରିଖ ଦୁଇ ଦିନ ଧରି ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ୯ତାରିଖରେ କନ୍ଧମାଳ ଜିଲ୍ଲା ସଦର ମହକୁମା
ଫୁଲବାଣୀଠାରେ ଫୁଲବାଣୀ, ଦଶପଲ୍ଲା, ବାଲିଗୁଡ଼ା, ଉଦୟଗିରି ଓ ଭଞ୍ଜନଗର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନିମନ୍ତେ ଏହି
ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେଉଥିବା ବେଳେ ୧୦ ତାରିଖରେ ବୌଦ୍ଧ ଜିଲ୍ଲା ସଦର ମହକୁମା ବୌଦ୍ଧଠାରେ ବୌଦ୍ଧ ଓ
କଣ୍ଟାମାଳ ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ବିଧାୟକ ଅଙ୍ଗଦ କହଁର, ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଙ୍‍କ୍ଷା ପ୍ରଧାନ, କନ୍ଧମାଳ ଜିଲ୍ଲାପାଳ ବୃନ୍ଦା
ଡି ଏବଂ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *