ରାଜ୍ୟବ୍ୟାପୀ ଯୁବ କଂଗ୍ରେସ ନେତୃବୃନ୍ଦ ମତ ରଖିବା ପାଇଁ ଆହ୍ୱାନ

ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ
ରାଜ୍ୟବ୍ୟାପୀ ଯୁବ କଂଗ୍ରେସ ନେତୃବୃନ୍ଦ ମତ ରଖିବା ପାଇଁ ଆହ୍ୱାନ
ଭୁବନେଶ୍ୱର ତା ୭.୧ – ଯୁବ କଂଗ୍ରେସ ସଂଗଠନକୁ ପୁନଃଗଠିତ, ଅଧିକ କ୍ରୀୟାଶୀଳ ଓ ସଶକ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ସାଂସଦ ଶ୍ରୀ ରଂଜୀବ ବିଶ୍ୱାଳ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଆବାହକ ରହିଛନ୍ତି । ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀ ସଂଗ୍ରାମ କେଶରୀ ଜେନା ଓ ଶ୍ରୀ ରଜତ ଚୌଧୁରୀ ଏହି କମିଟିରେ ସଦସ୍ୟ ଭାବରେ ରହିଛନ୍ତି । ଏହାର ପ୍ରଥମ ବୈଠକ ପ୍ରଦେଶ କଂଗ୍ରେସ କାଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ପରବର୍ତୀ ପର୍ଯ୍ୟାୟରେ ପ୍ରଦେଶ କଂଗ୍ରେସ ସଭାପତି
ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ଏକ ବୈଠକରେ ଏହି କମିଟି ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ଼ ଏବଂ ଅଧିକ କ୍ରୀୟାଶୀଳ କରିବା ସଂପର୍କରେ ଆଲୋଚନା କରିଥିଲେ ।
କମିଟିର ନିଷ୍ପତି ଅନୁଯାୟୀ ଯୁବ କଂଗ୍ରେସରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଓଡିଶାର ସମସ୍ତ ଯୁବ କଂଗ୍ରେସ ନେତୃବୃନ୍ଦ ଏବଂ ଯୁବ କଂଗ୍ରେସ ସଂଗଠନ ସହ ଜଡିତ ଥିବା ନେତୃବୃନ୍ଦ ଆସନ୍ତା ଜାନୁଆରୀ ୧୨ ତାରିଖ ରବିବାର ଦିନ ୧୧ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ଯୁବ କଂଗ୍ରେସକୁ ଅଧିକ ସୁସଂଗଠିତ ଓ କ୍ରୀୟାଶୀଳ କରିବା ପାଇଁ ତାଙ୍କର ମତ ଓ ପରାମର୍ଶ ଉପସ୍ଥାପନା କରିବାକୁ କମିଟିର ଆବାହକ ଶ୍ରୀ ପ୍ରଦୀପ ମାଝୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *