ଯୋଗାଣ ବିଭାଗ ପକ୍ଷରୁ ପିଆଜ ସୁଲଭ ମୂଲ୍ୟରେ ବିକ୍ରି ପିଆଜ କେଜି ପିଛା ୫୫ରୁ ୬୦ ଟଙ୍କା

ଯୋଗାଣ ବିଭାଗ ପକ୍ଷରୁ ପିଆଜ ସୁଲଭ ମୂଲ୍ୟରେ ବିକ୍ରି

ପିଆଜ କେଜି ପିଛା ୫୫ରୁ ୬୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।

ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀଷ୍ଟୋରରେ ପିଆଜ ବିକ୍ରିର କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ପତ୍ର ଲେଖା ଯାଇଥିବା ପରିପ୍ରେକ୍ଷୀରେ ଗୁରୁବାରଠାରୁ ଜିଲ୍ଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରିର ଆରମ୍ଭ କରାଯାଇଛି ।

ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୋଳଠାରେ ୬୭ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୫ରୁ ୬୦ ଟଙ୍କା ମଧ୍ୟରେ  ହେଉଛି ।

ସେହିପରି କଟକର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୪୯ ଟଙ୍କା

ସମ୍ବଲପୁରର ୨ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା

ବଲାଙ୍ଗୀରର ୫ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା

ଝାରସୁଗୁଡ଼ାର ୬ଟି ସ୍ଥାନରେ ୫୮ ଟଙ୍କା

ଖୋର୍ଦ୍ଧାର ୭ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା

ମୟୂରଭଞ୍ଜର ୩୫ଟି ସ୍ଥାନରେ କେଜି ପିଛା ୫୦ରୁ ୫୨ ଟଙ୍କା

ଢେଙ୍କାନାଳର ୧୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା

ଭଦ୍ରକର ୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା

ନୂଆପଡ଼ାର ୨ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା

ଜୟପୁରର ୪ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା

ବ୍ରହ୍ମପୁରର ୧୦ଟି ସ୍ଥାନରେ କେଜି ପିଛା ୪୪ ଟଙ୍କା

ଭବାନୀପାଟଣାର ୧୨ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା

ବାଲେଶ୍ୱରର ୧୭ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା

କେନ୍ଦ୍ରାପଡ଼ାର ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା

କେଉଁଝରର ୧୩ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା

ରାୟଗଡ଼ାର ଗୋଟିଏ ସ୍ଥାନରେ କେଜି ପିଛା ୪୩ ଟଙ୍କା

ନୟାଗଡ଼ର ଗୋଟିଏ ସ୍ଥାନରେ କେଜି ପିଛା ୫୦ ଟଙ୍କା

ସୁବର୍ଣ୍ଣପୁରର ୬ଟି ସ୍ଥାନରେ କେଜି ପିଛା ୫୬ ଟଙ୍କା

ପୁରୀର ୭ଟି ଜାଗାରେ କେଜି ପିଛା ୫୦ ଟଙ୍କା

ସୁନ୍ଦରଗଡ଼ର ୩୧ଟି ସ୍ଥାନରେ କେଜି ପିଛା ୫୫ରୁ ୫୭ ଟଙ୍କା

ନବରଙ୍ଗପୁରର ୮ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା

କନ୍ଧମାଳର ଗୋଟିଏ ସ୍ଥାନରେ କେଜି ପିଛା ୪୮ ଟଙ୍କା

ବରଗଡ଼ର ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା

ଜଗତସିଂହପୁରର ୨ଟି ସ୍ଥାନରେ କେଜି ପିଛା ୪୫ ଟଙ୍କା ଏବଂ ଯାଜପୁରର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୨ ଟଙ୍କାରେ ବିକ୍ରୟ କରାଯାଉଛି ।

Leave a Reply

Your email address will not be published. Required fields are marked *