ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଘଟଣାର ପର୍ଦାଫାସ ।

ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଘଟଣାର ପର୍ଦାଫାସ ।


ନୂଆଦିଲ୍ଲୀ:ଜେଏନୟୁ ହିଂସା କାଣ୍ଡ ଘଟଣା : ୯ ମୁଖାପିନ୍ଧା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଘଟଣାର ପର୍ଦାଫାସ । ଗତ ରବିବାର ରାତିରେ ଜେଏନୟୁ କ୍ୟାମ୍ପସରେ ମୁଖାପିନ୍ଧି କିଛି ଦୁର୍ବୃତ୍ତ ଛାତ୍ରଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ ପରେ ଏହି ଆକ୍ରମଣ ପଛରେ ଏବିଭିପିର ହାତ ଥିବା ବାମପନ୍ଥୀ ଛାତ୍ର ସଂଗଠନ ଦାବି କରୁଥିବା ବେଳେ ପୋଲିସର ରିପୋର୍ଟ ଘଟଣାରେ ଆଣି ଦେଇଛି ନୂଆ ମୋଡ଼ । ପୁଲିସ୍ କହିଛି ସେମାନେ ଅଧିକାଂଶ ବାମପନ୍ଥୀ ଛାତ୍ରଛାତ୍ରୀ । ଦିଲ୍ଲୀ ପୁଲିସ୍ ପିଆରଓ ଏମ୍ଏସ୍ ରାନ୍ଧୱା କହିଛନ୍ତି, କ୍ରାଇମ୍ ବ୍ରାଞ୍ଚ ଜେଏନ୍ୟୁ ହିଂସା ସମ୍ପର୍କିତ ଅପରାଧିକ ମାମଲାର ତଦନ୍ତ କରୁଛି । କିନ୍ତୁ ଦେଖାଯାଉଛି ଏହି ମାମଲା ସମ୍ପର୍କିତ କିଛି ଭୁଲ ତଥ୍ୟର ପ୍ରଚାର କରାଯାଉଛି ।

ଦିଲ୍ଲୀ ପୁଲିସ୍ ଅଭିଯୋଗ ଆଣିଛି, ଜେଏନୟୁଏସୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିଲେ । ମୁଖାପିନ୍ଧି ଛାତ୍ରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ହେଲେ ଖୋଦ୍ ବାମପନ୍ଥୀ ଛାତ୍ର ସଂଗଠନର ନେତା ଓ ସଦସ୍ୟ । ଏନେଇ ସିସିଟିଭିରେ କଏଦ ହୋଇଥିବା କିଛି ଫୁଟେଜ୍ ମଧ୍ୟ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ସିସିଟିଭି ଫୁଟେଜରୁ ମୁଖାପିନ୍ଧି ଆକ୍ରମଣ କରିଥିବା ଛାତ୍ରନେତାଙ୍କ ପରିଚୟ ସ୍ପଷ୍ଟ ଜଣାପଡ଼ୁଛି । ସିସିଟିଭିରୁ ମିଳିଥିବା ପ୍ରମାଣ ଅନୁସାରେ ସେମାନଙ୍କୁ ଦୋଷୀ ବୋଲି କହିଛି ପୋଲିସ ।

ଦିଲ୍ଲୀ ପୁଲିସ୍ ଚିହ୍ନଟ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି । ପୁଲିସ୍ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍ କରିଛି । ଆମେ କିଛି ଭାଇରାଲ ଭିଡିଓ ଏବଂ ଅନ୍ୟ ତଦନ୍ତରୁ କିଛି ଜଣଙ୍କୁ ଚିହ୍ନଟ କରିପାରିଛୁ । ଏହି ବ୍ୟକ୍ତିମାନଙ୍କୁ ନୋଟିସ୍ କରାଯିବା ସହ ଏହି ଘଟଣାବେଳେ ସେମାନଙ୍କ ଉପସ୍ଥିତି ନେଇ ପଚରାଉଚରା କରାଯିବ ।

Leave a Reply

Your email address will not be published. Required fields are marked *