ଜେଏନ୍ୟୁ କ୍ୟାମ୍ପସ ପରିସରରେ ଛାତ୍ରନେତାଙ୍କ ଉପରେ ଆକ୍ରମଣକୁ ଏନ୍ୱାଇସିଏସ୍ର ନିନ୍ଦା

ଜେଏନ୍ୟୁ କ୍ୟାମ୍ପସ ପରିସରରେ ଛାତ୍ରନେତାଙ୍କ
ଉପରେ ଆକ୍ରମଣକୁ ଏନ୍ୱାଇସିଏସ୍ର ନିନ୍ଦା
ଭୁବନେଶ୍ୱର, ୬.୧ : ଗତକାଲି ମଧ୍ୟ ରାତ୍ରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ମୁଖାପିନ୍ଧା ବ୍ୟକ୍ତିମାନେ ବିଶ୍ୱବିଦ୍ୟାଳ ସଭାନେତ୍ରୀ ଓ ବିଭାଗୀୟ କର୍ମ·ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଏକ ପ୍ରେସ୍ ବିବୃିରେ କହିଛନ୍ତି । ସେ କହିଛନ୍ତି ସଭ୍ୟ ସମାଜରେ ହିଂସା ଆଦୌ ସ୍ପୃହଣୀୟ କି ଗ୍ରହଣୀୟ ନୁହେଁ । ଯେଭଳି ଢଙ୍ଗରେ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଅସ।।ମଜିକ ତ୍ୱମାନେ ମୁଖା ପିନ୍ଧି ଛାତ୍ରନେତା ଓ କର୍ମ·ରୀଙ୍କୁ ଆକ୍ରମଣ କଲେ, ଏହା ଦେଶର ରାଜନୀତିରେ ଆଉ ଏକ କଳଙ୍କମୟ ଅଧ୍ୟାୟ ଯୋଡ଼ିଛି । ସ୍ୱରାଷ୍ଟ୍ର ବିଭାଗ ତରଫରୁ ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏହା ଆଦୌ ନିରପେକ୍ଷ ହୋଇପାରିବ ନାହିଁ । ଏହି ଘଟଣାର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରାଯିବା ସହ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଭାବେ ଦଣ୍ଡ ଦେବାକୁ ସଂଗଠନ ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଓ ସାଇ ପ୍ରସାଦ ପଲାଇ ଏକ ପ୍ରେସ୍ ବିବୃିରେ ମଳିତ ଭାବେ ଦାବି କରିଛନ୍ତି । ଏହି ଘଟଣାରେ ଅପରାଧୀମାନେ ଯଥାଶୀଘ୍ର ଗିରଫ ନହେଲେ ଏନ୍ୱାଇସିଏସ୍ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *