ରିଲାଏନ୍ସ ଓ ବିପି ପକ୍ଷରୁ ‘ଜିଓ-ବିପି’ ସହଭାଗିତାର ଶୁଭାରମ୍ଭ

ରିଲାଏନ୍ସ  ବିପି ପକ୍ଷରୁ ‘ଜିଓବିପି’ ସହଭାଗିତାର ଶୁଭାରମ୍ଭ


ଭାରତରେ ଇନ୍ଧନ  ଗମନାଗମନ କ୍ଷେତ୍ରରେ ଏହି ନୂଆ ଯୌଥ ଉଦ୍ୟୋଗର ପରିଚାଳନା ଆରମ୍ଭ

ଭୁବନେଶ୍ୱର: ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ୍ (ଆର୍‌ବିଏମ୍‌ଏଲ୍‌)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୨୦୧୯ରେ ଏନେଇ ପ୍ରାରମ୍ଭିକ ବୁଝାମଣା ହେବା ପରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ବିପି ଓ ଆର୍‌ଆଇଏଲ୍‌ର ଟିମ୍ କାର୍ଯ୍ୟ ଜାରି ରଖିବାରୁ ଏହି କାରବାର ସଫଳତାର ସହ ଯୋଜନା ଅନୁସାରେ ସମ୍ପୂର୍ଣ୍ଣ ହୋଇଛି । ଏହି ଯୌଥ ଉଦ୍ୟୋଗର ୪୯% ପ୍ରତିଶତ ଅଂଶଧନ ପାଇଁ ବିପି ୧ ବିଲିଅନ୍ ଡଲାର ପ୍ରଦାନ କରିଥିବା ବେଳେ ରିଲାଏନ୍ସ ପାଖରେ ୫୧% ଅଂଶଧନ ରହିଛି ।
ଜିଓ-ବିପି ବ୍ରାଣ୍ଡ୍ ଅଧୀନରେ ଏହା ପରିଚାଳିତ ହେଉଥିବା ଏହି ଯୌଥ ଉଦ୍ୟୋଗ ଭାରତର ଇନ୍ଧନ ଓ ଗମନାଗମନ ବଜାରରେ ଅନ୍ୟତମ ଅଗ୍ରଣୀ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିଛି । ଦେଶର ୨୧ଟି ରାଜ୍ୟରେ ରିଲାଏନ୍ସର ରହିଥିବା ଉପସ୍ଥିତି ଓ ଜିଓ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ରହିଥିବା ଏହାର ନିୟୁତାଧିକ ଗ୍ରାହକ ଏହି କ୍ଷେତ୍ରରେ ସହାୟକ ହେବେ । ବିବିଧ ପ୍ରକାରର ଉଚ୍ଚ ମାନର ଇନ୍ଧନ, ଲୁବ୍ରିକାଣ୍ଟ୍‌, ଖୁଚୁରା ଏବଂ ଆଧୁନିକ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଗମନାଗମନ ସମାଧାନ କ୍ଷେତ୍ରରେ ବିପିର ରହିଥିବା ବିଶ୍ୱସ୍ତରୀୟ ଅଭିଜ୍ଞତା ଏହି ବ୍ୟବସାୟରେ ଉପାଦେୟ ହେବ ।

ବିପି ଓ ଆରଆଇଏଲ୍ ଆଶା ରଖିଛନ୍ତି ଯେ ଏହି ମିଳିତ ଉଦ୍ୟୋଗ ଦ୍ରୁତ ଅଭିବୃଦ୍ଧି ସହିତ ଶକ୍ତି ଓ ଗମନାଗମନର କ୍ଷେତ୍ରରେ ଭାରତର ଦ୍ରୁତ ଗତିରେ ବଢୁଥିବା ଚାହିଦାକୁ ପୂରଣ କରିବ । ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଇନ୍ଧନ ବଜାର ଭାବେ ଉଭା ହେବା ଆଶା କରାଯାଉଛି । ଏହି ଅବଧିରେ ଦେଶରେ ଯାତ୍ରୀବାହୀ କାର୍ ସଂଖ୍ୟାରେ ୬ ଗୁଣ ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ଆସନ୍ତା ପାଞ୍ଚବର୍ଷ ଭିତରେ ଆର୍‌ବିଏମ୍‌ଏଲ୍ ଏହାର ବର୍ତମାନ ରହିଥିବା ୧୪୦୦ ରିଟେଲ୍ ସାଇଟ୍ ବା ଆଉଟ୍‌ଲେଟ୍ ସଂଖ୍ୟାକୁ ୫୫୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଏହି ଦ୍ରୁତ ଅଭିବୃଦ୍ଧି ପାଇଁ ସର୍ଭିସ ଷ୍ଟେସନ୍‌ରେ ଚାରି ଗୁଣା ଅଧିକ କର୍ମଚାରୀ ନିଯୁକ୍ତ କରିବା ଆବଶ୍ୟକ ପଡ଼ିବ, ଯାହା ବର୍ତମାନର ୨୦,୦୦୦ରୁ ବୃଦ୍ଧି ପାଇ ୮୦,୦୦୦ରେ ପହଞ୍ଚିିବ । ଆସନ୍ତାବର୍ଷଗୁଡ଼ିକରେ ଏହି ଯୌଥ ଉଦ୍ୟୋଗ ଏହାର ବିମାନ ବନ୍ଦର ଉପସ୍ଥିତିକୁ ବର୍ତମାନର ୩୦ରୁ ବଢ଼ାଇ ୪୫ରେ ପହଂଚାଇବା ଲକ୍ଷ୍ୟ ରଖିଛି ।

ଏହି ସହଭାଗିିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଟେଲ୍ ଓ ବିମାନ ଇନ୍ଧନ କ୍ଷେତ୍ରରେ ସର୍ବଭାରତୀୟ ଉପସ୍ଥିତି ସ୍ଥାପନ କରିବା ଲାଗି ରିଲାଏନ୍ସ ବିପି ସହିତ ଏହାର ଦୃଢ଼ ଓ ମୂଲ୍ୟବାନ ସହଭାଗିତାକୁ ସଂପ୍ରସାରିତ କରୁଛି । ଗମନାଗମନ ଓ କମ୍ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ବିବିଧ ସମାଧାନ କ୍ଷେତ୍ରରେ ଆର୍‌ବିଏମ୍‌ଏଲ୍ ଅଗ୍ରଣୀ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିଛି, ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ସ୍ୱଚ୍ଛ ଓ ସୁଲଭ ବିକଳ୍ପ ଆଣିବ ଯେଉଁଥିରେ ଡିଜିଟାଲ୍ ଓ ପ୍ରଯୁକ୍ତି ପ୍ରମୁଖ ଭୂମିକା ନିର୍ବାହ କରିବ ।”

ବିପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ନାଡ ଲୋନି କହିଛନ୍ତି ଯେ, “ଡିଜିଟାଲ୍ ପ୍ରଯୁକ୍ତି, ଭାଲ୍ୟୁ ଇଞ୍ଜିନିୟରିଂ ଓ ନୂଆ ଶକ୍ତି ସମାଧାନ କ୍ଷେତ୍ରରେ ଅଭିନବ ଉପାୟ ଆଣିବାରେ ଭାରତ ଅଗ୍ରଦୂତ ସାଜିଛି । ଏହା ହେଉଛି ଏକ ଦେଶ ଯାହା ନିଜର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଅଧିକ ଶକ୍ତି ଆବଶ୍ୟକ କରିବ ଏବଂ ଏହା ସମୃଦ୍ଧ ହେବା ସହ ଗମନାଗମନ ଏବଂ ସୁବିଧାର ଚାହିଦା ତ୍ୱରାନ୍ୱିତ ହେବ । ବିପିର ଭାରତରେ ଏକ ଶତାବ୍ଦୀରୁ ଅଧିକ ସମୟର ଗୌରବମୟ ଇତିହାସ ରହିଛି । ଭାରତର ସବୁଠୁ ମୂଲ୍ୟବାନ କଂପାନି ରିଲାଏନ୍ସର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହେବା ଆମ ପାଇଁ ସମ୍ମାନର ବିଷୟ ଏବଂ ଆମେ ଖୁସି ଯେ ଏହି ସହଭାଗିତା ବିଗତ ଦଶନ୍ଧୀରେ ପରିମାଣ ଓ ଭାବ ଦୃଷ୍ଟିରୁ ବେଶ୍ ବୃଦ୍ଧି ହାସଲ କରିଛିି । ରିଲାଏନ୍ସର ଡିଜିଟାଲ୍ ଦକ୍ଷତା, ବୈଷୟିକ ବିଶେଷତା ଏବଂ ବ୍ୟାପକ ଉପସ୍ଥିତି ସହିତ ଆମର ଆନ୍ତର୍ଜାତିକ ଇନ୍ଧନ ଓ ସେବା ପ୍ରଦାନ କରିବାର ଦକ୍ଷତାର ଅନୁପୂରକ । ଭାରତୀୟ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ମିଳିତ ଲକ୍ଷ୍ୟ ଦିଗରେ ଏହି ଘୋଷଣା ହେଉଛି ଆଉ ଏକ ମାଇଲଖୁଂଟ । ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଗଠନ କରିବା ଲାଗି ଏହି ନୂଆ ଉଦ୍ୟୋଗ ହେଉଛି ସ୍ୱତନ୍ତ୍ର ସୁଯୋଗ ଯାହା ଭାରତର ଚାହିଦା ପୂରଣ କରିବାରେ ସହାୟକ ହେବ ଓ ଭବିଷ୍ୟତ ପାଇଁ ନୂଆ ରୋମାଂଚକ ଡିଜିଟାଲ୍ ଓ କମ୍ ଅଙ୍ଗାରକାମ୍ଳ ବିକଳ୍ପ ସୃଷ୍ଟି କରିବ ।’’

କମ୍ପାନୀର ନେଟ୍ ଜିରୋ ଲକ୍ଷ୍ୟର ଆଧାରରେ ଏହି ନୂଆ ଯୌଥ ଉଦ୍ୟୋଗ ଆରବିଏମ୍‌ଏଲ୍ ଭାରତୀୟ ଉପଭୋକ୍ତାଙ୍କୁ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଆଧୁନିକ ଇନ୍ଧନ ସହିତ ଇଲେକ୍‌ଟ୍ରିକ୍ ଯାନ ଚାର୍ଜିଂ ଓ ଅନ୍ୟାନ୍ୟ କମ୍ ଅଙ୍ଗାରକାମ୍ଳ ନିର୍ଗମନ ବିକଳ୍ପ ଉପରେ କାର୍ଯ୍ୟ କରିବ । ଏହା ନିଜର ପରିଚାଳନାକୁ ମଧ୍ୟ କାର୍ବନମୁକ୍ତ କରିବା ସହିତ ଏହାର ବିସ୍ତୃତ ଇକୋସିଷ୍ଟମକୁ ଏଭଳି ରଖିବା ଦିଗରେ କାର୍ଯ୍ୟ କରିବ ।
ପରିବହନ ଇନ୍ଧନର ବିପଣନ ଲାଗି ଆରବିଏମ୍‌ଏଲ୍ ସ୍ୱୀକୃତି ଓ ଅନ୍ୟାନ୍ୟ ମଂଜୁରୀ ହାସଲ କରିଛି । ଏହି ଯୌଥ ଉଦ୍ୟୋଗ ତତ୍କାଳ ଭାବେ ଏହାର ବିଭିନ୍ନ ରିଟେଲ୍ ଆଉଟ୍‌ଲେଟ୍‌ରେ ଇନ୍ଧନ ଓ କ୍ୟାଷ୍ଟ୍ରଲ୍ ଲୁବ୍ରିକାଣ୍ଟ୍ ବିକ୍ରି ଆରମ୍ଭ କରିଛି । ଏହି ସମସ୍ତ ରିଟେଲ୍ ଆଉଟ୍‌ଲେଟ୍ ଗୁଡିକୁ ସମୟକ୍ରମେ ଜିଓ-ବିପି ନାମରେ ପୁନଃନାମିତ କରାଯିବ ।

 

Leave a Reply

Your email address will not be published. Required fields are marked *