ଆଜିଠୁ ଜେଇଇ ମେନ୍, ୩୧ରେ ଫଳ!

ଆଜିଠୁ ଜେଇଇ ମେନ୍, ୩୧ରେ ଫଳ!

ଭୁବନେଶ୍ୱର: ସୋମବାର (୬ ତାରିଖ) ଠାରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ଏବଂ ୯ ତାରିଖରେ ଏହା ଶେଷ ହେବ ଓ ୩୧ ତାରିଖରେ ଫଳ ପ୍ରକାଶ ପାଇବ ।

ଏହି ପରୀକ୍ଷା ପରିଚାଳନା କରୁଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ।
ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହୋଇ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟର ୭ଟି ସହର (ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ) ସମେତ ଦେଶ ଓ ବିଦେଶର ୨୩୩ଟି ସହରରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ମେନ୍ ପରୀକ୍ଷା ଦେବେ ।

ଓଡ଼ିଶାରେ ପ୍ରାୟ ୩୩ ହଜାର ପରୀକ୍ଷାର୍ଥୀ ଅଛନ୍ତି ।ଉଲ୍ଲେଖଯୋଗ୍ୟ, ବର୍ଷରେ ଦୁଇ ଥର ଜେଇଇ ମେନ୍ ପରୀକ୍ଷା ହେଉଛି ।

ଦ୍ୱିତୀୟ ଜେଇଇ ମେନ୍ ପରୀକ୍ଷା ଏପ୍ରିଲ ୩ରୁ ଆରମ୍ଭ ହୋଇ ୯ ତାରିଖରେ ସରିବ । ଏହାର ଫଳ ଏପ୍ରିଲ ୩୦ରେ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *