୯ମ ଜୟକିରଣ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

୯ମ ଜୟକିରଣ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ୪.୧ : ନବମ ଜୟକିରଣ ସମ୍ମାନ ପ୍ରଦାନ ଉତ୍ସବ ଚଳିତ ମାସ ୪ତାରିଖ ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅୁନଷ୍ଠିତ ହୋଇଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ଭୂଦାନର ଆଗଧାଡ଼ିର ନେତା, ଓଡ଼ିଶା ବିଧାନସଭା ସଦସ୍ୟ ଥିବା ଓଡ଼ିଶାର ଏକ ବିରଳ ଦମ୍ପି ସ୍ୱର୍ଗତ ଜୟକୃଷ୍ଣ ମହାନ୍ତି ଓ ସ୍ୱର୍ଗତ କିରଣଲେଖା ମହାନ୍ତିଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୟକିିରଣ ସମ୍ମାନ ପ୍ରଦାନ କରାଯାଉଅଛି ।ଟ୍ରଷ୍ଟର ସଭାପତି ଶ୍ରୀମତୀ ଶାଶ୍ୱତୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥି ଓ ରାଜ୍ୟ ବିଧାନସଭାର ମୁଖ୍ୟ ସଚେତକ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ ସର୍ବୋଦୟ ଓ ଭୂଦାନ ର୍କମୀ ଶ୍ରୀ ଗୋଲକ ଚନ୍ଦ୍ର ଦାସ ଚଳିତ ବର୍ଷର ଜୟକିରଣ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ଗୁରୁ ଗୋପାଳ ପଣ୍ଡା ସମ୍ମାନ ଓ ଖ୍ୟାତନାମା ଓଡ଼ିଶୀ ନ୍ୟୃତ୍ୟଶିଳ୍ପୀ ଶ୍ରୀମତୀ ଅରୁଣା ମହାନ୍ତିଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି ଉତ୍ସବରେ ଗୁରୁଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍ଙ୍କ ନିର୍ଦ୍ଦେଶନାରେ ଲକ୍ଷ୍ମୀକାନ୍ତ ପାଲିତ୍ ଓ ସାଥୀଙ୍କ ଦ୍ୱାରା ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତର ଏକ ହୃଦୟସ୍ପର୍ଶୀ ସଙ୍ଗୀତ କାର୍ଯ୍ୟକ୍ରମ ସହ ରୁଦ୍ରାକ୍ଷ ଫାଉଣ୍ଡେସନ ଶିଳ୍ପୀମାନଙ୍କ ଦ୍ୱାରା ଗୁରୁ ବିଚିତ୍ରା ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ଚକ୍ରବ୍ୟୁହ’ ଏବଂ ପଲ୍ଲବୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା ଟ୍ରଷ୍ଟର ଆଭିମୁଖ୍ୟ ସମ୍ବନ୍ଧରେ କହିଥିବା ବେଳେ ଶ୍ରୀ ମୃତ୍ୟୁଞ୍ଜୟ ରତ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *