ଜଳ ସଂରକ୍ଷଣ ପାଇଁ ଉଦ୍ୟମ ନକଲେ ଆଗାମୀ ଦିନରେ ଜଳ ସମସ୍ୟା

ବାର୍ତା ପ୍ରଦର୍ଶନ

ଭୁବନେଶ୍ୱର,୭/୧: ଜଳ ସଂରକ୍ଷଣ ପାଇଁ ଉଦ୍ୟମ ନକଲେ ଆଗାମୀ ଦିନରେ ଜଳ ସମସ୍ୟା ଦେଖା ଦେବ । ଏଥି ପାଇଁ ଏବେଠୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ରାଜଧାନୀରେ ବିଜ୍ଞାନ ମେଳାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ କପିଳେଶ୍ୱର ସ୍ଥିତ ବିଦ୍ୟାସାଗର ବିଦ୍ୟାପୀଠ ଅନୁଷ୍ଠିତ ବିଜ୍ଞାନ ମେଳାରେ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଗଣତାନ୍ତ୍ରୀକ ମାନବଅଧିକାର ସୁରକ୍ଷା ସଂଘଠନର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ ଜଳ ସଂରକ୍ଷଣ ବାର୍ତା ପାଇଁ ଉତ୍ସାହିତ କରିଥିଲେ । ବହୁ ଛାତ୍ରଛାତ୍ରୀ ବୈଜ୍ଞାନିକ କୌଶଳରେ ବିଭିନ୍ନ ପକଳ୍ପ ଯଥା ସ୍ମାର୍ଟ ସିଟିର ଉପକାରିତା, ବାୟୁ ପ୍ରଦ୍ୟୁଷଣରୁ ରକ୍ଷା, ଜଳବାୟୁର ସୁରକ୍ଷା, ଜଳ ସରଂକ୍ଷଣ ଓ ବିଭିନ୍ନ ପ୍ରକଳ୍ପ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍କୁଲର ସଂପାଦକ ଅଜିତ କୁମାର ମହାପାତ୍ର ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷା ଅମ୍ବିକା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରକୁ ପ୍ରବୋଧାନନ୍ଦ ମଲିଆ, ପ୍ରୀତିରେଖା ମହାନ୍ତି, ଶୈଳବାଳା ସାହୁ, ସେହ୍ନଲତା ଦେଇ, ସ୍ୱର୍ଣ୍ଣଲତା ମଲିଆ, ଅପର୍ଣ୍ଣା ସାହୁ ପ୍ରମୁଖ ପରିଚାଳଣା କରିଥିଲେ ।

Leave a Reply

Your email address will not be published. Required fields are marked *