ଜଳ ସଂପଦ ମନ୍ତ୍ରୀଙ୍କ ବିଭାଗୀୟ ୫-ଟି କାର୍ଯ୍ୟର ସମୀକ୍ଷା

ଜଳ ସଂପଦ ମନ୍ତ୍ରୀଙ୍କ ବିଭାଗୀୟ ୫-ଟି କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର ତା-୧୦.୧୨.୨୦୧୯ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଅପରାହ୍ଣରେ ଲୋକସେବା ଭବନଠାରେ ଜଳ ସଂପଦ ବିଭାଗୀୟ ୫-ଟି କାଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ତରଫରୁ ଯେଉଁ ୫-ଟି କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି, ସେହିସବୁ କାର୍ଯ୍ୟକ୍ରମର ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ଦାସ ସବିଶେଷ ସମୀକ୍ଷା କରିଥିଲେ । ରାଜ୍ୟରେ ଜଳ ସଂପଦର ସଂରକ୍ଷଣ ଓ ସୁପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ଏହି ଖସଡାରେ ଥିବା କାର୍ଯ୍ୟକ୍ରମଗୁଡିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁଷ୍ଠିତ ଏହି ବୈ÷ଠକରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଦେଇଛନ୍ତି । ଏହି ବୈ÷ଠକରେ ରାଜ୍ୟ ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶାଳ ଗଗନ, ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ବାନାର୍ଜୀ, ମୁଖ୍ୟ ଯନ୍ତ୍ରୀ(ମନିଟରିଂ) ଇଂ, ଧୀରେନ୍ କୁମାର ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *