ଜମ୍ମୁ-କାଶ୍ମୀର ହମଲା ୨ ମୃତ, ହାଇ ଆଲର୍ଟରେ ସୁରକ୍ଷା ବାହିନୀ

ଜମ୍ମୁ-କାଶ୍ମୀର ହମଲା ୨ ମୃତ, ହାଇ ଆଲର୍ଟରେ ସୁରକ୍ଷା ବାହିନୀ

ଜମ୍ମୁ-କାଶ୍ମୀର ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ହମଲା ହୋଇଥିବାର ସୂଚନା ମିଳିଛି। ଏହି ହମଲାରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ଅନନ୍ତନାଗର ପଞ୍ଚାୟତ ଘର ଉପରେ ଗ୍ରେନେଡଦ୍ବାରା ଆକ୍ରମଣ କରିଥିଲେ। ଏଥିରେ ପଞ୍ଚାୟତ ଘରେ ଥିବା ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।  ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ହମଲା। ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ହମଲା କରିଥିଲେ। ଏଥିରେ ଦୁଇ ଜଣ ସ୍ଥାନୀୟ ନାଗରିକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *