ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ

କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ପୁରୀଠାରେ  ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ

ପୁରୀ, ୩୧-୧୨-୨୦୧୯- ଆଜି ପୁରୀ ୱାଟର ୱାର୍କ୍ସ ରୋଡ଼ସ୍ଥିତ ମହୋଦଧି ମହାବୀର କ୍ଲବଠାରେ ଭାରତୀୟ ତୈଳ
ନିଗମ ବା ଇଣ୍ଡିଆନ ଅଏଲ୍ର କର୍ପୋାରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଜ୍ଞାନୋଦୟ ଯୋଜନାରେ ଜନସାଧାରଣଙ୍କ ନିମନ୍ତେ ନିର୍ମିତ ଏକ ପାଠାଗାର କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଅଛି । ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ପୁôରୀ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ, ମାନବ ସମ୍ବଳ, ଇଣ୍ଡିଆନ ଅଏଲ, ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା, ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇ ମହଲା ବିଶିଷ୍ଟ ସର୍ବସାଧାରଣ ପାଠାଗାରଟିରେ, ଟେବୁଲ, ଚେୟାର, କପବୋର୍ଡ଼, ଟିଭି ଆଦି ସମସ୍ତ ବ୍ୟବସ୍ଥା ଉପଲବ୍ଧ ଅଛି । ଏହି ପାଠାଗାରଟି ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ବିଶେଷ ସହାୟକ ହୋଇପାରିବ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରିବା ସହ ଏହିପରି ପ୍ରୟାସ ନିମନ୍ତେ ଇଣ୍ଡିଆନ ଅଏଲ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ କ୍ଲବ ସଦସ୍ୟ ଓ ସ୍ଥାନୀୟ ଲୋକମାନଙ୍କୁ ଏହାର ଉପଯୁକ୍ତ ବ୍ୟବହାର ନିମନ୍ତେ
ବାର୍ତ୍ତା ଦେବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *