କୃଷିରତ ମହିଳା ଦିବସ ପାଳନ

କୃଷିରତ ମହିଳା ଦିବସ ପାଳନ

ଭୁବନେଶ୍ୱର-୪/୧୨: ଆଇ.ସି.ଏ.ଆର୍ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା ଓ କୃଷିବିଜ୍ଞାନ କେନ୍ଦ୍ର, ଖୋରଧା ଆନୁକୂଲ୍ୟରେ ଖମଙ୍ଗଶାସନ ଠାରେ କୃଷିରତ ମହିଳା ଦିବସ ଆଜି ପାଳିତ ହୋଇଯାଇଛି । ସିଫାର ର୍ନିେଶିକା ଡଃ ବିନ୍ଦୁ ଆର୍ ପିଲାଇ ସ୍ୱାଗତ ଭାଷଣ ଦେଇଥିଲେ । ମାନବ ସମାଜ କୃଷିକାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ହିଁ ମହିଳାମାନେ କୃଷିକାର୍ଯ୍ୟରେ ସଂର୍ପୂ ସହଯୋଗ କରିଆସୁଛନ୍ତି । କିନ୍ତୁ ପୁରୁଷପ୍ରାଧାନ୍ୟ ସମାଜରେ ସେମାନଙ୍କର ଶ୍ରମକୁ ଗୁରୁତ୍ୱ ଦିଆଯାଉନାହିଁ । ତେଣୁ କୃଷି କାର୍ଯ୍ୟରେ କର୍ତବ୍ୟରତ ମହିଳାମାନଙ୍କର ସଶକ୍ତିକରଣ କରିବା ସହ ସେମାନଙ୍କର ଅବଦାନକୁ ସ୍ୱୀକାର କରି ତାଙ୍କର ଶ୍ରମକୁ ସମ୍ମାନ ଜଣାଇବା ହିଁ ଏହି ଦିବସ ପାଳନର ପ୍ରକୃତ ଉଶ୍ୟେ ବୋଲି ଡଃ ବିନ୍ଦୁ ଆର୍ ପିଲାଇ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ଜୀବିକା ନିର୍ବାହ ପାଇଁ ଗ୍ରାମାଚଂଳରେ ଶତକଡ଼ା ୮୦ ଭାଗ ମହିଳା କୃଷି ଉପରେ ନିର୍ଭର କରିଥାନ୍ତି । ସମୁଦାୟ କୃଷକ ସମାଜରେ ୩୦% ମହିଳା ନିଜେ ସ୍ୱୟଂ କୃଷକ ଅଟନ୍ତି ଓ ପ୍ରାୟ ୪୫% ମହିଳା କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଯାହା ପ୍ରମାଣିତ କରୁଛି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ମହିଳାମାନଙ୍କର ସିଂହଭାଗ ଅବଦାନ ରହିଛି । ଯଦି ପୁରୁଷମାନଙ୍କୁ ଯୋଗାଇଦିଆଯାଉଥିବା ସୁବିଧା ମହିଳା କୃଷକମାନଙ୍କୁ ଯୋଗାଇ ଦିଆଯିବ ତାହାଲେ କୃଷି ଉତ୍ପାଦନ ୨୦% – ୩୦% ବୃଦ୍ଧି ପାଇବ ଓ କ୍ଷୁଧାମୁକ୍ତ ବିଶ୍ୱ ଗଠନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସିଫାର ପ୍ରତିଷ୍ଠାଦିନ ଠାରୁ ମହିଳାମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ପଦ୍ଧତିରେ ମତ୍ସ·ଷ ଓ ଅନ୍ୟାନ୍ୟ ଜଳକୃଷି କରିବାପାଇଁ ପ୍ରେତ୍ସାହନ ଦିଆଯାଉଛି । ଏହା କେବଳ ଜୀବିକା ଉତ୍ପାଦନର ମାଧ୍ୟମ ନହୋଇ ମହିଳାମାନଳଙ୍କର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣର ସହାୟ ହୋଇଛି ବୋଲି ଡଃ ପିଲାଇ କହିଥିଲେ ।
ପ୍ରମୁଖ ବୈଜ୍ଞାନିକ ଡଃ କାନ୍ତା ଦାସ ମହାପାତ୍ର ମଂଚାସୀନ ଅତିଥି ଏବଂ ଅଂଶଗ୍ରହଣକାରୀ ମହିଳା କୃଷକମାନଙ୍କୁ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ । ସେ ତାଙ୍କର ବକ୍ତବ୍ୟରେ ମହିଳା କୃଷକମାନଙ୍କର ରୋଜଗାର ଅଧିକ କରିବା ପାଇଁ ସିଫା ତରଫରୁ ଦିଆଯାଉଥିବା ଜ୍ଞାନକୌଶଳ ସମ୍ବନ୍ଧରେ କହିଥିଲେ । ଖୋର୍ଦ୍ଧା ୧୮ନଂ ଜୋନ୍ର ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଦେଶ ଗଠନରେ ମହିଳାମାନଙ୍କ ଭୂମିକାର ଅବତାରଣା କରିଥିଲେ । ପ୍ରମୁଖ ବୈଜ୍ଞାନିକ ଡଃ ପ୍ରଭାତି କୁମାରୀ ସାହୁ ମତ୍ସ୍ୟଚାଷ, ଜାଆଁଳ ଉତ୍ପାଦନ, ଭାଲ୍ୟୁଆଡିସନ୍, ସମନ୍ୱୀତ କୃଷି, ମୁକ୍ତାଚାଷ ପ୍ରଭୃତି ବ୍ୟବସାୟୀକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମହିଳାମାନଙ୍କୁ ଆହ୍ୱାନ କରିଥିଲେ । କାକରୁଦ୍ରପୁର ନାଏବ ସରପଂଚ ଶ୍ରୀମତୀ ସରସ୍ୱତୀ ବାରିକ ସରକାରଙ୍କ କୃଷିନୀତିରେ କିପରି ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ସେ ବିଷୟରେ ପ୍ରକାଶ କରିଥିଲେ । ଏହି ଉତ୍ସବରେ ବୈଜ୍ଞାନିକ ଓ ମହିଳା କୃଷକମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୬ ଜଣ ଅଗ୍ରଣୀ ମହିଳା ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଫାର୍ମର ଫାଷ୍ଟ ପରିଯୋଜନାର ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା । ୧୫୦ ଜଣରୁ ଊଦ୍ଧ୍ୱର୍ ମହିଳା ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧାର ଡଃ ଅଜୟ କୁମାର ଦାଶ ଏବଂ ଶ୍ରମତୀ ସୁକାନ୍ତୀ ବେହେରା ଓ ଆଇସିଏଆର୍-ସିଫାର ବୈଜ୍ଞାନିକ ଶ୍ରୀମତୀ ଶ୍ୱେତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *