ଜଗା-ବଳିଆଙ୍କୁ ଚିକିତ୍ସା କରୁଥିବା କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର।

ଜଗା-ବଳିଆଙ୍କୁ ଚିକିତ୍ସା କରୁଥିବା କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର।

ଭୁବନେଶ୍ୱର: ଜଗା ଫେରିଯିବ ଗାଁକୁ। କନ୍ଧମାଳର ଫିରିଙ୍ଗିଆରେ ଥିବା ତାର ଗାଁକୁ ନେଇଯିବା ପାଇଁ ଯୋଜନା କରିଛନ୍ତି ତାଙ୍କ ପରିବାର। ଏନେଇ ଏସସିବି ଅଧୀକ୍ଷକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଜଗାର ମା ପୁଷ୍ପାଞ୍ଜଳି କହଁର। ଅନ୍ୟପଟେ ଏସସିବି କର୍ତ୍ତୃପକ୍ଷ ବି ଜଗା ଫିଟ୍ ଥିବାରୁ ତାକୁ ଡିସଚାର୍ଜ କରାଯାଉ ବୋଲି ଗଲା ଦେଢ ମାସ ହେଲାଣି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। କିନ୍ତୁ ସରକାରୀସ୍ତରରେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି। ସେହିଭଳି ବଳିଆ ଇତିମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ତାକୁ ମଧ୍ୟ ଡିସ୍ଚାର୍ଜ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବ ବୋଲି କହିଛନ୍ତି ଜଗା-ବଳିଆଙ୍କୁ ଚିକିତ୍ସା କରୁଥିବା କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର। କିନ୍ତୁ ଏ ସଂପର୍କରେ ଏବେ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *