ମହାତ୍ମାଗାନ୍ଧୀଙ୍କ ହତ୍ୟା ଘଟଣା ଓ ଓଡିଶା ସରକାର

ମହାତ୍ମାଗାନ୍ଧୀଙ୍କ ହତ୍ୟା ଘଟଣା ଓ ଓଡିଶା ସରକାର

ଭୁବନେଶ୍ୱର
ଏ ବର୍ଷ ୨୦୧୯କୁ ଗାନ୍ଧିଜୀଙ୍କ ୧୫୦ଜନ୍ମ ବାର୍ଷିକୀ ଭାବେ ସାରା ଦେଶରେ ଓ ବିଶ୍ୱରେ ପାଳନ କରାଯାଉଛି । ସମଗ୍ର ବିଶ୍ୱପ୍ରତି
ଗାନ୍ଧିଜୀଙ୍କ ଅବଦାନ ସମ୍ପର୍କରେ ଅନେକ ଆଲୋଚନା ହେଉଛି । ଗାନ୍ଧିଜୀଙ୍କ ଜୀବନୀ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା । ଗାନ୍ଧିଜୀଙ୍କୁ ହତ୍ୟା ଘଟଣା
ମଧ୍ୟ ଥିଲା ସ୍ୱାଧିନତା ପରେ ସବୁଠାରୁ ମର୍ମାନ୍ତିକ । ରାଜନୈତିକ ହିଂସାର (ଚକ୍ଟକ୍ଷସଗ୍ଧସମବକ୍ଷ ଠସକ୍ଟକ୍ଷରଦ୍ଭମର) ପରିଣାମ ଯେ କଣ ହୋଇପାରେ, ତାହା
ଦେଶବାସୀ ଅଙ୍ଗେ ନିଭେଇଛନ୍ତି । ଭାରତର ହିନ୍ଦୁ ସାଂପ୍ରଦାୟିକ ଶକ୍ତି ସଂପୂର୍ଣ୍ଣ ଷଡଯନ୍ତ୍ର ଭିଆଇ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ । ହତ୍ୟାକାରୀ
ନାଥୁରାମ ଗଡସେ ଓ ତାଙ୍କ ସହଯୋଗୀ ନାରାୟଣ ଆପ୍ତେଙ୍କୁ ଅମ୍ବାଲା ଜେଲରେ ୧୫/୯/୧୯୪୯ରେ ଫାଶି ଦଣ୍ଡ ଦିଆଯାଇଥିଲା ।
ଓଡିଶା ସରକାରଙ୍କ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଚାର ପତ୍ରରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିଲା ବୋଲି
ଛପାଯାଇଛି । ଏପରି ଭ୍ରାନ୍ତ ତଥ୍ୟ ଉପସ୍ଥାପନ ଉଦ୍ଦେଶ୍ୟ ପ୍ରଣୋଦିତ । ଆର୍.ଏସ୍.ଏସ୍. ମହାତ୍ମାଗାନ୍ଧୀ ହତ୍ୟା ଘଟଣାକୁ ବରାବର ବିଭ୍ରାନ୍ତ ମୁଳକ
ଉପସ୍ଥାପନ କରୁଥିବା ବେଳେ ଓଡିଶା ରାଜ୍ୟ ସରକାର ଓ ବିଜେଡି ଦଳ ଏହାର ଜବାବ ଦେବା ପରିବର୍ତ୍ତେ ମହାତ୍ମାଗାନ୍ଧଙ୍କ ମୃତ୍ୟୁ ଆକସ୍ମିକ ଭାବେ
ହୋଇଥିଲା ବୋଲି କୋମଳମତି ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ପାଖରେ ଉପସ୍ଥାପନ କରିବା ସାଧାରଣ ଘଟଣା ନୁହେଁ । ପୁଣି ୩ ଜଣ ତଳିଆ କର୍ମଚାରୀ ବା
ଅଫିସରଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ଘଟଣାକୁ ହାଲୁକା ଭାବେ ଦର୍ଶାଇବାକୁ ଚାହୁଁଛନ୍ତି ।
ଏ ସମ୍ପର୍କରେ ବିଭିନ୍ନ କ୍ଷେତ୍ରରେ ସମାଲୋଚନା ଓ ନିନ୍ଦା କରାଯିବା ପରେ ଓଡିଶା ସରକାର ସେହି ପ୍ରଚାର ପତ୍ରକୁ ପ୍ରତ୍ୟାହାର କରି
ନେଇଛନ୍ତି ଏ ପ୍ରକାର ତୃଟି ଇଛାକୃତ ନୁହେଁ ବୋଲି କହି ସଫେଇ ଦେଇଛନ୍ତି ।
ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓଡିଶା ରାଜ୍ୟ କମିଟି ମହାତ୍ମାଙ୍କ ହତ୍ୟା ଘଟଣାକୁ ନୂଆ ପିଢି ପାଖରେ ଲୁଚାଇବାକୁ ରାଜ୍ୟ
ସରକାର ଯେଉଁ ହୀନ ଉଦ୍ୟମ ନେଇଥିଲେ, ତାହାକୁ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି ।
ପାର୍ଟି ଦାବୀ କରୁଛି ଯେ, ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ତଦନ୍ତ କରାନ୍ତୁ । କେଉଁ ପ୍ରଶାସନିକ ବ୍ୟକ୍ତି ଏପରି ଲେଖିଥିଲେ ଓ କେଉଁ
ପ୍ରଶାସନିକ କର୍ତ୍ତା ଏହାକୁ ଅନୁମୋଦନ କରିଥିଲେ, ତାହା ଲୋକ ଲୋଚନକୁ ଆସିବା ଦରକାର । ସଂଶ୍ଳିଷ୍ଟ ଦୋଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ
ଦଣ୍ଡ ଦେବାକୁ ସି.ପି.ଆଇ.(ଏମ୍) ଦାବୀ କରୁଛି । ରାଜ୍ୟର ସବୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପାଖରେ ଗାନ୍ଧିଜୀ ହତ୍ୟା
ଘଟଣାକୁ ସ୍ପଷ୍ଟ ଭାବେ ସତ୍ୟ ଘଟଣା ରଖାଯିବକୁ ପାର୍ଟି ଦାବୀ କରୁଛି ।

Leave a Reply

Your email address will not be published. Required fields are marked *