ହାଇଦ୍ରାବାଦ୍ରେ ହୋଇଥିବା ସାମୂହିକ ଗଣବଳାକ୍ତାର ଓ ହତ୍ୟାର ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଏବିଭିପିି

ହାଇଦ୍ରାବାଦ୍ରେ ହୋଇଥିବା ସାମୂହିକ ଗଣବଳାକ୍ତାର ଓ ହତ୍ୟାର ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଏବିଭିପିି

ଭୁବନେଶ୍ୱର, ୩୦/୧୧/୨୦୧୯, ହାଇଦ୍ରାବାଦରେ ଭେଟେରିନାରୀ ଡାକ୍ତରଙ୍କ ସାମୂହିକ ଗଣବଳାକ୍ତାର ଓ ଜୀବନ୍ତ ଜାଳି ହତ୍ୟାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ ନିନ୍ଦା କରୁଛି, ତଥା ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରୁଛି । ପୁଲିସ୍ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅହେତୁକ ବିଳମ୍ବ ତଥା ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନହେବାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଛିଡାକରିଛି ।
ତେଲେଙ୍ଗାନା ସରକାରଙ୍କ ଗୃହମନ୍ତ୍ରୀଙ୍କ ବୟାନ ମଧ୍ୟ ତାଙ୍କ ବିକୃତ ମାନସିକତାକୁ ଦର୍ଶାଉଛି । ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବା ବଦଳରେ ମୃତ ଡକ୍ଟରଙ୍କ ଉପରେ ପ୍ରଶ୍ନଚିହ୍ନ ଆଙ୍କିବା ଅତ୍ୟନ୍ତ ଚିନ୍ତାଜନକ ଅଟେ । ତେଲେଙ୍ଗାନାର ଗୃହମନ୍ତ୍ରୀଙ୍କ ବୟାନ କି ପୀଡିତା ପ୍ରଥମେ ପୁଲିସକୁ ଫୋନ୍ ନକରି ତାଙ୍କ ଘରଲୋକଙ୍କୁ କାହିଁକି ଫୋନ୍ କଲେ, ତେଲେଙ୍ଗାନା ସରକାରଙ୍କ ମହିଳାଙ୍କ ପ୍ରତି ହୀନ ମାନସିକତାର ପରିଚୟ ପ୍ରଦାନ କରୁଛି ।
ଭୁବନେଶ୍ୱର ମାହାନଗାର ସମ୍ପାଦକ ସମ୍ବିତ ରାଉତ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ମହିଳା ଜଣକ ଯେଉଁମାନଙ୍କଠୁ ସାହାଯ୍ୟ ଆଶା କରିଥିଲେ ସେହିମାନେ ହିଁ ତାଙ୍କର ସାମୂହିକ ଗଣବଳାକ୍ତାର କରିବା ସହ ଜୀବନ୍ତ ଜାଳି ହତ୍ୟା କରିଛନ୍ତି । ଏଭଳି ହୀନ ମାନସିକତାର ଲୋକ ସମାଜରେ ରହିବା ଯୋଗ୍ୟ ନୁହଁନ୍ତି । ସରକାର ଏହି ଘଟଣାରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରି ନ୍ୟାୟିକ ତଦନ୍ତ ଆଗେଇନେବାକୁ ଏବିଭିପି ଦାବି କରୁଛି । ଓୟୁଓଟି ଭେଟେନାରୀ ମାହାବିଦ୍ୟାଳୟରୁ ଶହ ଶହ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ମାଷ୍ଟାର କ୍ୟାିନ ଛକ ଠାରେ କ୍ୟାଣ୍ଡେଲ ଜଳାଇଥିଲେ । ଏହି ଶୋଭାଯାତ୍ରାରେ ସୁବ୍ରତ ଦାସ, ନାୃବ କୁମାର ପାଢି, ଶୈାରଭ ଦାଶ, ଲକ୍ଷ୍ମିଧର ମହାନ୍ତ, ଦୀପକ ବେହେରା, ସୋମୁ ଦେୟ, ମହର୍ଶି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *