ଏଡେଲ୍ୱିସ୍ର ଭୁବନେଶ୍ୱରରେ ବାର୍ଷିକ ଭିତିରେ ୧୭୭% ଅଭିବୃଦ୍ଧି ଏଡେଲ୍ୱିସ୍ ଗ୍ରୁପ୍ର ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଯୁକ୍ତି ଭିତିକ ସେବା ନେତୃତ୍ୱରେ ଅଭିବୃଦ୍ଧି

ଏଡେଲ୍ୱିସ୍ର ଭୁବନେଶ୍ୱରରେ ବାର୍ଷିକ ଭିତିରେ ୧୭୭% ଅଭିବୃଦ୍ଧି
ଏଡେଲ୍ୱିସ୍ ଗ୍ରୁପ୍ର ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଯୁକ୍ତି ଭିତିକ ସେବା ନେତୃତ୍ୱରେ ଅଭିବୃଦ୍ଧି
ଭୁବନେଶ୍ୱର: ଭୁବନେଶ୍ୱରରେ ମୋବାଇଲ୍ ଆପ୍ ଜରିଆରେ ନିବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି ଏଡେଲ୍ୱିସ୍ ୱେଲଥ୍ ମ୍ୟାନେଜମେଂଟ୍ ଆଡଭାଇଜରିର ବିଗତ ତିନି ବର୍ଷରେ ଚକ୍ରବୃଦ୍ଧି ହାରରେ ୩୫ ପ୍ରତିଶତ ଅଭିବୃଦ୍ଧି ଏଡେଲ୍ୱିସ୍ ମୋବାଇଲ୍ ଟ୍ରେଡର୍ (ଇଏମ୍ଟି), ଦେଶର ଉଚ୍ଚ ରେଟିଂ ପାଇଥିବା ଅନ୍ୟତମ ଆପ୍ ଓ ସାରା ଦେଶରେ ୧ ନିୟୁତରୁ ଅଧିକ ଥର ଡାଉନ୍ଲୋଡ୍ ହୋଇଛି
ଏଡେଲ୍ୱିସ୍ ମୋବାଇଲ୍ ଟ୍ରେଡର୍ର ୫୦ ପ୍ରତିଶତ ଗ୍ରାହକ ହେଉଛନ୍ତି ନୂତନ ପିଢ଼ିର ଗ୍ରାହକ ବେତନଭୋଗୀ ପେସାଦାର ଓ ଧନୀକ ଭାରତୀୟଙ୍କୁ ସେବା ପ୍ରଦାନ କରୁଥିବା ଏଡେଲୱିସ୍ ଗ୍ଲୋବାଲ ଇନଭେଷ୍ଟମେଂଟ୍ ଆଡଭାଇଜରିର ବ୍ୟକ୍ତିଗତ ସଂପତି ପରିଚାଳନା ବ୍ୟବସାୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଭୁବନେଶ୍ୱରରେଏହାର ମୋବାଇଲ୍ ଆପ୍ଲିକେସନ୍-ଏଡେଲୱିସ୍ ମୋବାଇଲ୍ ଟ୍ରେଡର୍ ବ୍ୟବହାରରେ ବିଗତ ଦୁଇ ବର୍ଷ ତୁଳନାରେ ୨୦୧୮-୧୯ରେ ଉଲ୍ଲେଖନୀୟ ଭାବେ ୧୭୭ ପ୍ରତିଶତ ବୃଦ୍ଧି ଘଟିଛି ଯାହାକୁ ନିବେଶ ଏବଂ ଟ୍ରେଡିଂ ପାଇଁ ବ୍ୟବହାର କରାଯାଉଛି ।ଏଡେଲ୍ୱିସ୍ ପର୍ସନାଲ୍ ୱେଲ୍ଥ ଆଡଭାଇଜରି ବିଗତ ଦୁଇଟି ଆର୍ଥିକ ବର୍ଷରେ ଭୁବନେଶ୍ୱରରେ ଏହାର କ୍ଲାଏଂଟ୍ ସଂଖ୍ୟାରେ ୨୫% ବୃଦ୍ଧି ହାସଲ କରିଥିବା ବେଳେ ସାରା ଭାରତରେ ବିଗତ ତିନି ଆର୍ଥିକ ବର୍ଷରେ ରାଜସ୍ୱ କ୍ଷେତ୍ରରେ ୩୫% ସିଏଜିଆର୍ ଅଭିବୃଦ୍ଧି ହାସଲ କରିଛି । ନିବେଶକମାନଙ୍କୁ (ବିଶେଷ କରି ଖୁଚୁରା ନିବେଶକଙ୍କୁ) ବ୍ୟବହାରକାରୀ ମିତବ୍ୟୟୀ ଓ କଂପାନି ଭିତରେ ବିକଶିତ କରାଯାଇଥିବା ଅତ୍ୟାଧୁନିକ ପ୍ରଯୁକ୍ତି ପ୍ଲାଟଫର୍ମ, ଯାହା ଆର୍ଥିକ ବଜାରରେ ସୁବିଧାରେ ନିବେଶ ଓ ଟ୍ରେଡିଂ କରିବାରେ ସହାୟକ ହେଉଛି ତାହା ଜରିଆରେ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ନିରପେକ୍ଷ ପରାମର୍ଶ ପ୍ରଦାନ କରୁଥିବାରୁ କଂପାନି ଏଭଳି ଅଭିବୃଦ୍ଧି ହାସଲ କରିଛି ।
ଏହି ସମ୍ପର୍କରେ ଘୋଷଣା କରି ଶ୍ରୀଯୁକ୍ତ ରାହୁଲ ଜୈନ, ମୁଖ୍ୟ-ପର୍ସନାଲ୍ ୱେଲ୍ଥ ଆଡଭାଇଜରି, ଏଡେଲ୍ୱିସ୍ କହିଛନ୍ତି ଯେ, ଭାରତ ଏବେ ଉଲ୍ଲେଖନୀୟ ପର୍ଯ୍ୟାୟରେ ରହିଛି ଏବଂ ସଂପତି ପରିଚାଳନା ଶିଳ୍ପରେ ଦେଖାଦେଇଥିବା ପରିବର୍ତନକୁ ଗ୍ରହଣ କରିବାର ଏହା ହେଉଛି ଉପଯୁକ୍ତ ସମୟ । ଆମେ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାର ସ୍ୱପ୍ନକୁ ଅନୁଧାବନ କରୁଥିବା ବେଳେ ମୁଁ ଭାବୁଛି ବ୍ୟବଦାୟ କ୍ଷେତ୍ରରେ ପ୍ରଯୁକ୍ତି ଗୁରୁତ୍ୱର୍ପୂ ଭୂମିକା ନିର୍ବାହ କରିବ । ଆମର ଗ୍ରାହକମାନଙ୍କୁ ପ୍ରଯୁକ୍ତି ଭିତିରେ ଶ୍ରେଷ୍ଠ ଶ୍ରେଣୀର ପରାମର୍ଶ ପ୍ରଦାନ କରିବା ହେଉଛି ଆମ ସେବାର ମୂଳମନ୍ତ୍ର । ଗ୍ରାହକଙ୍କ ଆଶାରେ ପରିବର୍ତନ ହେଉଥିବାରୁ, ଆମ ପାଇଁ ଗୁରୁ୍ତ୍ୱର୍ପୂ ହେଉଛି ନିଜର ଆର୍ଥିକ ଲକ୍ଷ୍ୟକୁ ହାସଲ କରିବା ଲାଗି ସୁବିଧା ଓ ଉପଯୋଗୀ ପରାମର୍ଶ ଆଶା କରୁଥିବା ଗ୍ରାହକଙ୍କୁ ଶୀଘ୍ର ଓ ଅଭିନବ ସମାଧାନ ପ୍ରଦାନ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।
ଓଡ଼ିଶାରେ ଆମର ଅଭିବୃଦ୍ଧିକୁ ନେଇ ଆମେ ବହୁତ ଉାହିତ । ଏଠାରେ ପ୍ରଯୁକ୍ତିର ବିଶେଷ କରି ଆମ ଆପ୍ ଏଡେଲୱିସ୍ ମୋବାଇଲ୍ ଟ୍ରେଡର୍ (ଇଏମ୍ଟି)ର ଗ୍ରହଣୀୟତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଯାହାର ପରିଣାମ ସ୍ୱରୂପ ବିଗତ ଦୁଇଟି ଆର୍ଥିକ ବର୍ଷରେ ଆମର କ୍ଲାଏଂଟ୍ ସଂଖ୍ୟା ବଢ଼ିପାରିଛି ।, ବୋଲି ରାହୁଲ କହିଛନ୍ତି ।ଏହା ଏଡେଲୱିସ୍ ମୋବାଇଲ୍ ଟ୍ରେଡର୍ (ଇଏମ୍ଟି)ର ବ୍ୟବହାରକାରୀ ସଂଖ୍ୟାରେ ହୋଇଥିବା ବୃଦ୍ଧିରେ ପ୍ରତିଫଳିତ ହୋଇଛି । ବିଗତ ଦୁଇ ଆର୍ଥିକ ବର୍ଷରେ ମୋବାଇଲ୍ ଆପ୍ରେ ଓଡ଼ିଶାରେ କ୍ଲାଏଂଟ୍ଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ୧୩୮ ପ୍ରତିଶତର ବୃଦ୍ଧି ଘଟିଛି । ଓଡ଼ିଶାର ସହର ଭିତିରେ ହୋଇଥିବା ଅଭିବୃଦ୍ଧି ନୁଯାୟୀ, ଭୁବନେଶ୍ୱରରେ ୧୭୭% ଅଭିବୃଦ୍ଧି ହୋଇଥିବା ବେଳେ କଟକରେ ୧୬୪ ପ୍ରତିଶତ ଓ ରାଉରକେଲାରେ ୧୧୭ ପ୍ରତିଶତ ବୃଦ୍ଧି ଘଟିଛି । ଏଡେଲୱିସ୍ ମୋବାଇଲ୍ ଟ୍ରେଡର୍ (ଇଏମ୍ଟି) ହେଉଛି ଭାରତର ଅନ୍ୟତମ ସର୍ବାଧିକ ରେଟିଂ ହାସଲ କରିଥିବା ମୋବାଇଲ୍ ଆପ୍ ଯାହାକୁ ସାରା ଭାରତରେ ୧ ନିୟୁତରୁ ଅଧିକ ଡାଉନ୍ଲୋଡ୍ କରାଯାଇଛି । ଏକ ଗୁରତ୍ୱର୍ପୂ ବିଚାର କରିବାର ବିଷୟ ହେଉଛି ଏହି ଆପ୍କୁ ବ୍ୟବହାର କରିବାରେ ନୂଆ ପିଢ଼ିର ପିଲାମାନେ ବେଶ ସକ୍ରିୟ ଅଛନ୍ତି, ଯେଉଁମାନଙ୍କ ଅବଦାନ ମୋଟ ଆପ୍ ବ୍ୟବହାରକାରୀଙ୍କ ମଧ୍ୟରେ ୫୦% ରହିଛି ଏବଂ ସେମାନଙ୍କ ବୟସ ୧୮-୩୪ ବର୍ଷ ଭିତରେ ହୋଇଥିବା ବେଳେ ଭୁବନେଶ୍ୱରରେ ସେମାନଙ୍କ ଅବଦାନ ୪୧% ରହିଛି ।
ଏଡେଲ୍ୱିସ୍ ମୋବାଇଲ୍ ଟ୍ରେଡର୍ (ଇଏମ୍ଟି)ରେ ନୂତନ ବୈଶିଷ୍ଟ୍ୟ:
ପାରମ୍ପରିକ ଭାବେ ଦୁଇ ପ୍ରକାର ଆର୍ଥିକ ଉପଭୋକ୍ତା ଥିଲେ-ଟ୍ରେଡର୍ ଓ ନିବେଶକ ଓ ସେମାନଙ୍କ ଆବଶ୍ୟକତା ସର୍ମ୍ପୂ ଭିନ୍ନ ରହୁଥିଲା । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଏମ୍ଟି ପ୍ରଦାନ କରୁଛି ବ୍ୟକ୍ତିଗତ ସୁହାଇବା ଭଳି ବ୍ୟବହାରୀ ମିତବ୍ୟୟୀ ସୁବିଧା ଯାହାକୁ ଉଭୟ ବର୍ଗ ବ୍ୟବହାର କରିପାରୁଛନ୍ତି । ଏହାର ନୂତନ ଭର୍ସନରେ ସାମିଲ କରାଯାଇଥିବା କେତେକ ନୂତନ ସୁବିଧା ସୁଯୋଗ ହେଉଛି:ସ୍କ୍ରିନର: ଏକ ଷ୍ଟକ ସ୍କ୍ରିନ୍ ଗ୍ରାହକଙ୍କୁ ଉପଲବ୍ଧ ଥିବା ଷ୍ଟକ୍ ସଂଖ୍ୟା କମ୍ କରିବାର ସହାୟକ ହେଉଥିବା ବେଳେ ଗୁଣାତ୍ମକ ମାନକ ଉପରେ ଗୁରୁତ୍ୱାରୋପ କରିଥାଏ । ଏହା ଏକ ଉପକରଣ ଯାହାକୁ ଷ୍ଟକ ଫିଲଟର କରିବା ଲାଗି ବ୍ୟବହାରକାରୀଙ୍କ ଦ୍ୱାରା ନିର୍ଧାରିତ ମାନକ ଅନୁସାରେ ବ୍ୟବହାର କରାଯାଉଛି । ଏକ ନିର୍ଦିଷ୍ଟ ପ୍ରୋଫାଇଲ୍ କିମ୍ବା ମାନଦକୁ ପୂରଣ କରୁଥିବା ଟ୍ରେଡିଂ ପ୍ଲାଟଫର୍ମ ଚୟନ କରିବା କ୍ଷେତ୍ରରେ ଏହା ବ୍ୟବହାରକାରୀଙ୍କ ପାଇଁ ସହାୟକ ହେଉଛି ।
ଲାଇଭ୍ ନିଉଜ୍, ହ୍ୱାଟ୍ ଇଫ୍ ଆନାଲିସିସ୍ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ: ଲାଇଭ୍ ନିଉଜ୍ ସେକ୍ସନ୍ ବହୁତ ସଫଳ ହୋଇଥିବାର କାରଣ ହେଉଛି ଅନ୍ୟ କୌଣସି ଖବର ସେବା ତୁଳନାରେ ଏହା ଗ୍ରାହକମାନଙ୍କୁ ଶୀଘ୍ର ଉପଯୋଗୀ ହେଡ୍ଲାଇନ୍କୁ ଚୟନ କରି ତାହାକୁ ଉପସ୍ଥାପନ କରୁଛି । ଜଣେ ନିବେଶକ ଭାବେ ଅନ୍ୟମାନଙ୍କ ତୁଳନାରେ ବଜାର ଉପଯୋଗୀ ଖବରକୁ ଶୀଘ୍ର ଚିହ୍ନଟ କରିବା ଗ୍ରାହକମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରଖୁଛି । ଏହି ଆପ୍ଲିକେସନ୍ର ଅନ୍ୟାନ୍ୟ ଊପଯୋଗୀ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ହ୍ୱାଟ୍ ଇଫ୍ ଆନାଲିସିସ୍ ଓ ଡୁ ଇଟ୍ ୟୋରସେଲ୍ଫ ବୈଶିଷ୍ଟ୍ୟ । ଅନେକ ପ୍ରଥମ ଥର ନିବେଶକ କିମ୍ବା ବ୍ୟକ୍ତିଗତ ଟ୍ରେଡର୍ମାନଙ୍କୁ ଆନାଲିଟିକ୍ ଟୁଲସ୍କୁ ବ୍ୟବହାର କରିବା ବିଷୟରେ ଅବଗତ କରାଯାଉଛି, କାରଣ ସେମାନେ ଏହାକୁ ବହୁତ ଜଟିଳ ଭାବନ୍ତି ଓ ବୁଝିପାରିବା ପରେ ବହୁତ ଉଲ୍ଲସିତ ହୋଇପଡ଼ନ୍ତି ।
ଏଡେଲ୍ୱିସ୍ ମୋବାଇଲ୍ ଟ୍ରେଡର୍ ଆପ୍, ଏହି ବୈଶିଷ୍ଟ୍ୟଗୁଡ଼ିକୁ ବ୍ୟବହାରକାରୀ ସହଜରେ ବ୍ୟବହାର କରିପାରିବା ଭଳି ପ୍ରସ୍ତୁତ କରାଯାଇଛି ଯାହାକୁ ସେମାନେ ବଜାରର ପରିବର୍ତିତ ପରିବେଶ ଅନୁସାରେ ବ୍ୟବହାର କରିପାରିବେ । ଆପ୍ଲିକେସନ୍ର ନୂତନ ଭର୍ସନରେ ନିବେଶକମାନେ କେବଳ ଟ୍ରେଡିଂ କରିବେ ତାହା ନୁହେଁ, ବରଂ ଗୋଟିଏ ବଟନ୍ କ୍ଲିକ୍ରେ ମ୍ୟୁଚୁଆଲ୍ ଫ୍ରେ ନିବେଶ କରିବା ବିଷୟରେ ସୁପାରିସ୍ ମଧ୍ୟ ଦେଖିପାରୁଛନ୍ତି ।

Leave a Reply

Your email address will not be published. Required fields are marked *