ମଲ୍ଲିପୁରସ୍ଥିତ ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲି ଦୁଇଦିନିଆ ସମାରୋହ

ମଲ୍ଲିପୁରସ୍ଥିତ ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲି ଦୁଇଦିନିଆ ସମାରୋହ

ଭୁବେନେଶ୍ୱର: କଟକ ,ଅବିଭକ୍ତ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ମଲ୍ଲିପୁରସ୍ଥିତ ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲି ଦୁଇଦିନିଆ ସମାରୋହ ରବିବାର ଦିନ ଉଦଯାପିତ ହୋଇଯାଇଛି । ଗୋରକ୍ଷଣୀର ସଭାପତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଗଣେଷୀଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋସେବା ହିଁ ଜଗତମଙ୍ଗଳ କାର୍ଯ୍ୟ ବୋଲି କହି ଗୀତା, ଉପନିଷଦ, ବେଦ, ଭାଗବତ ରୁ ଉଲ୍ଲେଖ କରି ଗୋମାତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଗାଈକୁ ପଶୁ ବୋଲି ବିବେଚନା କରୁଥିବା ବ୍ଯକ୍ତି କେବେହେଲେ ମାନବ ପଦବାଚ୍ୟ ନୁହେଁ ସେ ପଶୁ ସହ ତୁଳନୀୟ । ପ୍ରତ୍ଯେକ ମଣିଷ ଗୋସେବା କରିବା ଦରକାର ବୋଲି ରାଜ୍ୟପାଳ କହିଥିଲେ । ମୁଷ୍ଟିଭିକ୍ଷା ମାଧ୍ୟମରେ ଅକର୍ମଣ୍ୟ ଗାଈଗୋରୁଙ୍କର ନିଃସ୍ବାର୍ଥପର ସେବା କରୁଥିବା ଗୋରକ୍ଷଣୀର କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ବୋଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କହିଥିଲେ । ଏହି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାନ୍ଯବର ମନ୍ତ୍ରୀ ପ୍ରତାପ ଜେନା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରବାଲ ଯୋଗଦେଇ ଗୋରକ୍ଷଣୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶନିବାର ଦିନ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ମୁଷ୍ଟିଦାତା, ଗୋସେବକ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *