ପାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗାଁସାଥୀଙ୍କ ଆନ୍ଦୋଳନ ସ୍ଥଗିତ

ପାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ
ଗାଁସାଥୀଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର, ୨୯.୧୧ : ଗାଁସାଥୀ (ମେଟ୍) ସଂଘ ମିିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆଗ ଧାରଣାସ୍ଥଳସ୍ଥିତ ୧୧ (କ) ଟେରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ କୁଳମଣି ମୋ, ପବିତ୍ର ସୁନ୍ଦରାୟ, ରବିନ୍ଦ୍ର ଗୌଡ଼, ଚରଣ ନାହାକ, ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୪ ତାରିଖରୁ ଏକ ବିଶାଳ ରାଲି ଜରିଆରେ ରାଜ୍ୟ ବିଧାନସଭା ଆଗରେ ଆରମ୍ଭ ହୋଇଥିବା ଗାଁସାଥୀ (ମେଟ୍)ମାନଙ୍କ ଆନ୍ଦୋଳନ ଆଜି ୨୬ ଦିନ ପରେ ବିଧିବଦ୍ଧ ଭାବେ ସ୍ଥଗିତ ରଖାଗଲା ବୋଲି ସଂଘ ତରଫରୁ ପ୍ରକାଶ । ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତମାସ ୨୫ ତାରିଖ ଦିନ ବିଧାନସଭା ମଧ୍ୟରେ ଥିବା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମହୋଦୟଙ୍କ ଦପ୍ତରରେ ତାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ମିିଳିତ ଆଲୋଚନା ଜରିଆରେ ଗାଁସାଥୀଙ୍କ ୫ ଦଫା ଦାବି ବାବଦରେ ବିଶେଷ ଆଲୋଚନା କରାଯାଇ ସେଥିରୁ ୩ ଦଫା ଦାବିର ସମାଧାନ ଲାଗି ନିଷ୍ପି ନିଆଯାଇଛି ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ସମାଧାନ ଅନୁସାରେ ରାଜ୍ୟରେ ସମସ୍ତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ୍)ମାନେ ମାସକୁ ସର୍ବନିମ୍ନ ୧୦ ଦିନରୁ ଉଦ୍ଧ୍ୱର୍ ଓ ବର୍ଷକୁ ଅତି କମ୍ରେ ୧୦୦ ଦିନରୁ ଅଧିକ ସରକାରୀ କାର୍ଯ୍ୟ ଅର୍ଦ୍ଧକୁଶଳୀ ଶ୍ରମିକର ର୍ବମାନର ମଜୁରୀ ୩୩୮ ଟଙ୍କା ହାରରେ ପାଇବେ । ଦ୍ୱିତୀୟତଃ ଗ୍ରାମୀଣ ବିକାଶର ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାରେ ଏହି ଗାଁସାଥୀ (ମେଟ୍) ମାନଙ୍କୁ ପ୍ରାପ୍ୟ ସହିତ କନ୍ଭରଜେନ୍ସି ଜରିଆରେ ସାମିଲ୍ କରାଯିବ । ତୃତୀୟତଃ ଯେଉଁ ଜିଲ୍ଲାରେ କମ୍ ମନରେଗା କାର୍ଯ୍ୟ ହେଉଛି ସେଠାକାର ଗାଁସାଥୀ(ମେଟ୍)ମାନଙ୍କ ଲାଗି ଅଧିକ କାର୍ଯ୍ୟ ହେଉଥିବା ଜିଲ୍ଲାର ମନରେଗା କାର୍ଯ୍ୟର କିଜେନ୍ସିରୁ ପ୍ରାପ୍ୟ ଭରଣା କରିବା ସହିତ ୯ଟି ବିଭାଗରେ ମନରେଗା ଅର୍ଥରୁ ହେଉଥିବା ସମସ୍ତ ୨୬୦ ପ୍ରକାର କାର୍ଯ୍ୟରେ ପ୍ରାପ୍ୟ ସହିତ ମୁତୟନ ଲାଗି ସରକାରୀ ଚିଠି ହେବ ବୋଲି ପାୟତିରାଜ ମନ୍ତ୍ରୀ ଶ୍ରୀ ଜେନା ଗତକାଲି ତାଙ୍କ ଦପ୍ତରରେ ଗଣମାଧ୍ୟମକୁ ଜଣାଇଥିଲେ । ଏଣୁ ସମସ୍ତ ପ୍ରସଙ୍ଗକୁ ବି·ରକୁ ନେଇ ଗାଁସାଥୀ (ମେଟ୍) ସଂଘ ଆଜି ତାର ଆନ୍ଦୋଳନକୁ ସ୍ଥଗିତ ରଖିବାର ନିଷ୍ପି ନେବା ସହିତ ସଂଘର ଶୁଭେଚ୍ଛୁ ମାନ୍ୟବର ବିଧାୟକ ଯାଜପୁର, ମନ୍ତ୍ରୀ ପାୟତିରାଜ, ବିଭାଗୀୟ ପଦାଧିକାରୀ ଓ ଚଳିତ ବିଧାନସଭା ଅଧିବେଶନରେ ଗୃହରେ ଗାଁସାଥୀଙ୍କ ପ୍ରସଙ୍ଗ ଉତ୍ଥାପନ କରିଥିବା ମାନନୀୟ ବିରୋଧୀ ଦଳ ନେତା ଓ ଅନ୍ୟ ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କୁ ହୃଦୟର କୃତଜ୍ଞତା ଜ୍ଞାପନ କରିଛନ୍ତି ବେଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଗାଁସାଥୀ ସଂଗଠକ ଶରତ ଗୁଣ୍ଠା, କୈଳାସ ଭତ୍ରା, ଅଭୟ ପ୍ରଧାନ, ମଧୁ ରାଉତ, ପରମାନନ୍ଦ ମାଝୀ, ମିତ୍ରଭାନୁ ପଦୁକାର, ଦାମ ଭୋଇ, ସୁଶାନ୍ତ ସେଠୀ, ବିଦ୍ୟାଧର ଭୋଇ, ଯୀଶୁପ୍ରସନ୍ନ ମହାନ୍ତି, ମନୋଜ ଭାଇ, ବଳରାମ ଭାଇ ଓ ଅନ୍ୟ ୫୦ରୁ ଉଦ୍ଧ୍ୱର୍ ଗାଁସାଥୀ ସଂଗଠକ ସହଯୋଗ କରିଥିଲେ । ଏଥିସହିତ ଗାଁସାଥୀ ସଂଗଠକ ସୌଭାଗିନୀ ସ୍ୱାଇଁ, କାମିନୀ ମାଝୀ, ସଞ୍ଜୟ କୁମାର ସ୍ୱାଇଁ, ନିର୍ମଳ ଚନ୍ଦ୍ର ବସନ୍ତ, ଗଗନ ଦାସ, ବିପିନି ଦାସ, ଅଶୋକ ସାହୁ, ତ୍ୟାଗୀ, ଗୁଣୀ, ଜ୍ଞାନୀ ଗାଁସାଥୀ ସଂଗଠକମାନେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *