ଫିଲ୍ମ ନିର୍ମାତା ମନମୋହନ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଫିଲ୍ମ ନିର୍ମାତା ମନମୋହନ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ସିନେ ଜଗତରେ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଜାନୁଆରୀ ୧୩ – ଓଡିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ପ୍ରଯୋଜକମନମୋହନ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଥିବା ସେ କହିଛନ୍ତି ।ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ତାଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଛି  ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି

Leave a Reply

Your email address will not be published. Required fields are marked *