ଜାନୁୟାରୀ ୧୧ରୁ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ
ଆନ୍ତର୍ଜାଜୀୟ ଚିତ୍ରକଳା ଶିବିର, ପ୍ରଦର୍ଶନୀ ଓ କଳାଶ୍ରୀ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୧୨.୧୨ : ଚଳିତ ବର୍ଷ ତୃତୀୟ ବର୍ଷରେ ପଦାର୍ପଣ କରିବ ଶାନ୍ତିସ୍ତୁପପାଦଦେଶରେ ଜାନୁୟାରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆନ୍ତର୍ଜାତୀୟ
ଧଉଳି କଳା ଉତ୍ସବ । ସ୍ଥାନୀୟ ଧଉଳି ·ରୁକଳା ମହାବିଦ୍ୟାଳୟ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବାଏହି କଳା ଉତ୍ସବରେ ଚଳିତବର୍ଷ ଭାରତ ବ୍ୟତୀତ ଇଣ୍ଡୋନେସିଆ, ବାଲାଂଦେଶ, ନେପାଳ, ଥାଇଲାଣ୍ଡ,ସୁଇଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଆମେରିକା ଓ ଜାପାନରୁ ମୋଟ ୧୫ଜଣ ବିଶିଷ୍ଟ
ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରିବେ । ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ମଧ୍ୟ ମୋଟ୍ ୪୫ଜଣବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ଶ୍ରେଷ୍ଠ ଚିତ୍ର ଅଙ୍କନ କରିବେ । ଉତ୍ସବଅବସରରେ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନ ଓ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନବର୍ଗରୁ ଶିଶୁ ଚିତ୍ରଶିଳ୍ପୀ ପୁରସ୍କାର, କଳାଶ୍ରୀ ସମ୍ମାନ, ଭୁବନେଶ୍ୱର କଳା ସମ୍ମାନ ଓ କଳା ଆ·ର୍ଯ୍ୟସମ୍ମାନରେ ବିଶିଷ୍ଟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଉତ୍ସବ ଅବସରରେ ମଧ୍ୟ ଓଡ଼ିଶାରୁ ଜଣେ ପ୍ରତିଷ୍ଠିତଚିତ୍ରକର ଏବଂ ଓଡ଼ିଶା ବାହାର ରାଜ୍ୟରୁ ଜଣେ ଚିତ୍ରକରଙ୍କୁ ଶିଳ୍ପୀ ଶରତ କୁମାର ରଥ ସ୍ମୃତି ସମ୍ମାନରେସମ୍ମାନିତ କରାଯିବ । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ପ୍ରତି ସନ୍ଧ୍ୟାରେକଳା ଓ କଳାକାର’ ଶୀର୍ଷକ ଆଲୋଚନା ଓ ସ୍ଲାଇଡ଼୍ ଶୋ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛିବୋଲି ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ୍, ସମ୍ପାଦକ ମିହିରକାନ୍ତ ପ୍ରହରାଜ ଓ କାର୍ଯ୍ୟକାରୀ ସଭାପତି ହୃଷିକେଶ ମିଶ୍ର ଜଣାଇଛନ୍ତି

Leave a Reply

Your email address will not be published. Required fields are marked *