ଭାରତରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଜରିଆରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗଠନ

ଭାରତରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଜରିଆରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗଠନ
ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ୧୦ ସୂତ୍ରୀ ଅଭିବୃଦ୍ଧି ଓ ସଂସ୍କାର ଯୋଜନାଓ ପି ଜିନ୍ଦଲ ପକ୍ଷରୁ ୨୦୨୦ର ସ୍ୱତନ୍ତ୍ର, ନୂଆ ପାଠ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଓ ପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରଫେସର (ଡକ୍ଟର) ସି ରାଜ କୁମାର କହିଛନ୍ତି ଯେ, ଭବିଷ୍ୟତର ଶିକ୍ଷାଗ୍ରହଣ ପଦ୍ଧତି ବିବିଧ-ଶୃଙ୍ଖଳାର ହେବ ଯେଉଁଠାରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଯୋଗଦାନ ଜରିଆରେ ଶିକ୍ଷାଦାନ ପଦ୍ଧତିରେ ଉତମ ଗୁୁରୁତ୍ୱ ଓ ଉତମ ଗଭୀରତାକୁ ନିଶ୍ଚିତ କରାଯାଇପାରିବ, ଯାହା ଛାତ୍ରଛାତ୍ରୀଙ୍କ ଉଚ୍ଚ ସ୍ତରର ସଂପୃକ୍ତି ଓ ଉଚ୍ଚଶିକ୍ଷାରେ ସାମଗ୍ରିକ ଅନୁଭୂତି ଆଣିବ ।
“ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଭୟ ଅରଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଉଚ୍ଚ ମାନର ଫାକଲଟିକୁ ଧରି ରଖିବା ଏକ ବଡ଼ ଆହ୍ୱାନ । ଏବେ ଭାରତରେ ବିଶ୍ୱବିଦ୍ୟାଳୟ ଓ ନୀତିନିର୍ଧାରକମାନେ ଆନ୍ତର୍ଜାତିକ ର‌୍ୟାଙ୍କିଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି, ଏହା ହେଉଛି ଏକ ସମୟ ଯେଉଁଠାରେ ଗୁଣାତ୍ମକ ଫାକଲଟି ବିଭିନ୍ନ ଅଂଶୀଦାରଙ୍କ ଯାଂଚ ସାମ୍ନା କରୁଛନ୍ତି । ଆମେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୂତନତ୍ୱ, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ବିକାଶ ଓ ଉଦ୍ୟମିତାର ପରିବର୍ତନ ବାର୍ତାବହ ଭାବେ ବିକଶିତ କରିବାକୁ ଚାହୁଛୁ ବୋଲି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୧୦ ସୂତ୍ରୀ ଅଭିବୃଦ୍ଧି ଓ ସଂସ୍କାର ଯୋଜନା ବିଷୟରେ ର୍ବନା କରିବା ବେଳେ ଡକ୍ଟର ରାଜ କୁମାର କହିଛନ୍ତି ।ଜେଜିୟୁର ଦୃଷ୍ଟିକୋଣ ଓ ଲକ୍ଷ୍ୟର ମୂଳରେ ରହିଛି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷର ରୋଲ୍ ମଡେଲ୍ ହେବା ଓ ବିଶ୍ୱରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରେ ସ୍ଥାନ ପାଇବା ଲାଗି ଆମର ଅଭିଳାଷ ରହିଛି । ୨୦୨୦ରେ ଜେଜିୟୁ ପ୍ରଦାନ କରିବାକୁ ଥିବା ନୂଆ କାର୍ଯ୍ୟକ୍ରମଗୁଡ଼ିକର ତାଲିକା ଏଠାରେ ପ୍ରଦାନ କରାଯାଇଛି:
ବି.ଏ. (ଅନର୍ସ) (ପଲଟିକାଲ ସାଇନ୍ସ)
ବି.ଏ. (ଅନର୍ସ) (ପଲଟିକାଲ ସାଇନ୍ସ ଆ୍ ପଲିସି)
ବି.ଏ. (ଅନର୍ସ) (ଲିଗାଲ ଷ୍ଟଡିଜ୍)
ଏମ୍.ଏ. (ଇନୋନମିକ୍ସ)
ବର୍ତମାନ, ସାରା ବିଶ୍ୱରୁ ଅତି ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଅଭିଜ୍ଞ ଫାକଲଟି ଓ ଷ୍ଟାଫ୍ଙ୍କୁ ନିଯୁକ୍ତି ପ୍ରଦାନ କରି ଓ ପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଗବିତ-ଏହାର ୫୧ ପ୍ରତିଶତ ଫାକଲଟି ସଦସ୍ୟ ହେଉଛନ୍ତି ସାରା ବିଶ୍ୱର ଶ୍ରେଷ୍ଠ ୨୦୦ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟରୁ ଆସିଛନ୍ତି । ବଳକା ୪୯ ପ୍ରତିଶତ ଫାକଲଟି ପ୍ରସିଦ୍ଧ କେନ୍ଦ୍ରୀୟ/ରାଜ୍ୟ ବିଶ୍ୱବିଦ୍ୟାଳୟ/ଆଇଆଇଟି/ଆଇଆଇଏମଗୁଡ଼ିକରୁ ଆସିଛନ୍ତି । ପୁନଶ୍ଚ, ଜେଜିୟୁର ଫାଲକଟି ସଦସ୍ୟ ୩୦ଟି ବିଭିନ୍ନ ରାଷ୍ଟ୍ରରୁ ଆସିଛନ୍ତି । ପ୍ରଫେସର (ଡକ୍ଟର) ସି ରାଜ କୁମାର କହିଛନ୍ତି ଯେ ଜେଜିୟୁ ଭଳି ଭାରତୀୟ ବିଶ୍ୱବିଦ୍ୟାଳୟ ଏହା ଜରିଆରେ ଉକ୍ରର୍ଷ ଓ ବିଶ୍ୱ ସ୍ତରୀୟ ମାନ୍ୟତା ହାସଲ କରିପାରିବ । ନିକଟରେ ଏମଏଚଆରଡିର ନୀତି ଦଲିଲ ଯାହା ଅଂଶୀଦାରଙ୍କ ମତାମତ ପାଇଁ ଉପଲବ୍ଧ ହୋଇଛି ସେଥିରେ ଉଲ୍ଲେଖ ରହିଛି ଯେ ଭାରତରେ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ସୃଷ୍ଟି କରିବା ଲାଗି ବିଶ୍ୱ ସ୍ତରରେ ଉଚ୍ଚ ର‌୍ୟାଙ୍କ ହାସଲ କରିଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଏକ ଉତମ ପରିମାଣର ଯୋଗ୍ୟତା ସମ୍ପନ୍ନ ଫାକଲଟି ଆବଶ୍ୟକ ।
ବି.ଏ. (ଅନର୍ସ) ଇନ୍ ପଲଟିକାଲ ସାଇନ୍ସ ହେଉଛି ଏକ ତିନି ବର୍ଷିଆ ଅର ଗ୍ରାଜୁଏଟ କାର୍ଯ୍ୟକ୍ରମ ଯାହା ଆମେ ବାସ କରୁଥିବା ଦୁନିଆରେ ଘଟୁଥିବା ରାଜନୈତିକ ଉତଥାନ ସମ୍ପର୍କିତ ଏକ ଉର୍ଗୀକୃତ ଶିକ୍ଷା । ଏହି ଡିଗ୍ରି ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସବୁ ସ୍ତର ଓ ପ୍ରକାରର ରାଜନୀତି ଯଥା ସ୍ଥାନୀୟ, ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବି.ଏ. (ଅନର୍ସ) ଇନ ପଲଟିକାଲ ସାଇନ୍ସ ଆ୍ ପଲିସି ହେଉଛି ଭାରତରେ ଏକ ସ୍ୱତନ୍ତ୍ର ଓ ଆନ୍ତଃ ଶୃଙ୍ଖଳା କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ବିଜ୍ଞାନର ମତ ଏବଂ ସେମାନଙ୍କ ପ୍ରୟୋଗ ଉପରେ ଉତମ ଜ୍ଞାନ ପ୍ରଦାନ କରିବ ।
ବି.ଏ. (ଅନର୍ସ) (ଲିଗାଲ ଷ୍ଟଡିଜ) ଜରିଆରେ ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନଗତ ଭାବନାକୁ ସମୃଦ୍ଧ କରିବ ଏବଂ ଭବିଷ୍ୟତରେ ଆଇଡ଼ ଏବଂ ସାମାଜିକ ବିଜ୍ଞାନ ପଢ଼ିବାର ସୁଦୃଢ଼ ମୂଳଦୁଆ ଗଠନ କରିବ କିମ୍ବା ଆଇନ ଓ ଆନୁଷଂଗିକ କ୍ଷେତ୍ରରେ ସେମାନେ ପ୍ରବେଶ କରିପାରିବେ । ଏହା ହେଉଛି ଲିଗାଲ ଷ୍ଟଡିଜ୍ ଉପରେ ପ୍ରଥମ ଧରଣର ବିବିଧଶୃଙ୍ଖଳା ଅରଗ୍ରାଜୁଏଟ ଡିଗ୍ରି ଯାହା ୨୦୨୦-୨୧ ଶିକ୍ଷା ବର୍ଷରୁ ଆରମ୍ଭ ହେବ ।
ଏମ୍.ଏ. (ଇକୋନୋମିକ୍ସ) ପାଠ୍ୟକ୍ରମ ଏବେ ଭାରତ ଓ ବିଦେଶର ଅଧିକାଂଶ ସ୍ଥାନରେ ପଢ଼ାଯାଉଥିବା ପୋଷ୍ଟ ଗ୍ରାଜୁଏଟ ଅର୍ଥନୀତି ପାଠ୍ୟକ୍ରମରେ ରହିଥିବା ଅଭାବକୁ ଦୂର କରିବ । ଏହି ପାଠ୍ୟକ୍ରମ ଏଭଳି ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବ ଯାହାର ଚାହିଦା ଆଗାମୀ ଭବିଷ୍ୟତରେ ଶିକ୍ଷାରେ ଉକ୍ରର୍ଷ ଉପରେ ଗୁରୁତ୍ୱ ଦିଆଯିବ, ନିଗମର ନୀତି ନିର୍ଧାରଣ ଟିମ, କନସଲଟାନ୍ସି କଂପାନି, ନନ-ପ୍ରଫିଟ ଅର୍ଗାନାଇଜେସନ ଏବଂ ଜାତୀୟ, ରାଜ୍ୟ ଏବଂ ସ୍ଥାନୀୟ ସ୍ତରରେ ସରକାର ଆଦିରେ ବହୁତ ଚାହିଦା ରହିବ ।
ସାମାଜିକ ପ୍ରଶାସନରେ ନୀତି ନିର୍ଧାରଣ ଏକ ଗୁରୁତ୍ୱର୍ପୂ ଅଂଶ କିନ୍ତୁ ନୀତିକୁ ଅର୍ଥନୈତିକ ଅଭିବୃଦ୍ଧିରେ ପରିଣତ କରିବା ଲାଗି ତୃଣମୂଳ ସ୍ତରରେ ତାହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ସୁଦର୍ଶନ ରାମସ୍ୱାମୀ, ଡିନ୍, ଜିନ୍ଦଲ ସ୍କୁଲ ଅଫ ଗର୍ଭମେଂଟ୍ ଆ୍ ପଲିସି କହିଛନ୍ତି ଯେ, ଡକ୍ଟର କସ୍ତୁରୀରଙ୍ଗନ ଏବଂ ଫିଲ୍ଡ ମେଡାଲ୍ ବିଜେତା ଗଣିତଜ୍ଞ ମଂଜୁଲ ଭାର୍ଗବଙ୍କ ଭଳି ବିଶିଷ୍ଟ ବ୍ରକ୍ତିଙ୍କ ଦ୍ୱାରା ନୂଆ ଶିକ୍ଷା ନୀତି ୨୦୧୯ର ଚିଠା ପ୍ରସ୍ତୁତ କରାଯାଇଛି । ଏକ ନୀତି ସେତେବେଳେ ଭଲ ବୋଲି ବିଚାର କରାଯିବ ଯେତେବେଳେ ଏହାର ନିର୍ଦିଷ୍ଟ ଲକ୍ଷ୍ୟ ଓ ଉଶ୍ୟେ ସାଧିତ ହୋଇପାରିବ-ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ବୃହତ, ବିବିଧ-ଶୃଙ୍ଖଳାର ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ସ୍ୱୀକୃତିପ୍ରାପ୍ତ କଲେଜ, ଶିକ୍ଷକ ମଳୀ ପାଇଁ ଟେନ୍ୟୁର-ଟ୍ରାକ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦ୍ୱାରା ସ୍ୱୟଂଶାସିତ ଓ ସରକାରୀ ନିୟନ୍ତ୍ରଣମୁକ୍ତ ହେବା ବାସ୍ତବରେ ହାସଲ ହୋଇପାରିବ । ଏକ ନୀତି କେବଳ କାହିଁକ ଏବଂ କଣ ପାଇଁ ହେବ ତାହା ନୁହେଁ କିଭଳି ହେବ ତାହା ରହିବା ଦରକାର । ପ୍ରକ୍ରିୟା ଏବଂ ପଦ୍ଧତି ଉପରେ ବହୁତ କିଛି ନିର୍ଭର କରୁଛି ଯାହାକୁ ସର୍ବଦା ପ୍ରଶାସନିକ ଲକ୍ଷ୍ୟଚ୍ୟୁତ ବିପଦ ସହିତ ଲଢ଼େଇ କରିବାକୁ ପଡ଼ିଥାଏ ।
ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ ଆମେରିକୀୟ ଡଲାରକୁ ସଂପ୍ରସାରିତ କରିବାର ଅର୍ଥ ହେଉଛି ଫ୍ରାନ୍ସ, ବ୍ରିଟେନ, ଜର୍ମାନି ଓ ଜାପାନକୁ ଟପିଯିବା । ଶ୍ରେଷ୍ଠ ଏବଂ ଉଜ୍ଜ୍ୱଳ ମସ୍ତିଷ୍କକୁ ଆକର୍ଷିତ କରିବା ଲାଗି ଏହି ରାଷ୍ଟ୍ରଗୁଡ଼ିକରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରହିଛି । ଭାରତର ଉଚ୍ଚ ଶିକ୍ଷା ମିସନର କେନ୍ଦ୍ରରେ ବିଶ୍ୱ ସ୍ତରୀୟ ମାନଦ ଓ ଉଚ୍ଚ ଗୁଣଯୁକ୍ତ ଶିକ୍ଷକ ମଳୀ ରହିବା ଦରକାର ଯେଉଁମାନେ ଆମର ଛାତ୍ରଛାତ୍ରୀଙ୍କୁ ସୂଚନାଭିତିକ ପେସାସାର ଓ ନାଗରିକ ହେବା ଲାଗି ବୌଦ୍ଧିକ ଅଭିବୃଦ୍ଧି ଓ ପଥ ପ୍ରଦର୍ଶନ କରିବେ । ଆମର ୯୦୦ ବିଶ୍ୱବିଦ୍ୟାଳୟ ଓ ୩୯,୦୦୦ କଲେଜ ଘରୋଇ ଭାବେ ପରିଚାଳିତ ହେଉଥିବା ବେଳେ ଭାରତରେ ସାମାଜିକ-ଅର୍ଥନୈତିକ ପରିବର୍ତନର ମୁଖ୍ୟ ଦୂତ ହେଉଛି ଉଚ୍ଚ ଶିକ୍ଷାରେ ଘରୋଇ ନିବେଶ । ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *