୨୧ତମ ଏସିଆ ମାଷ୍ଟର ଆଥଲେଟିକ୍ ଚମ୍ପିୟାନସିପ୍ରେ ସ୍ୱର୍ଣ୍ଣପ୍ରଭାଙ୍କ କୃତିତ୍ୱ

୨୧ତମ ଏସିଆ ମାଷ୍ଟର ଆଥଲେଟିକ୍  ସ୍ୱର୍ଣ୍ଣପ୍ରଭାଙ୍କ କୃତିତ୍ୱ

ଭୁବନେଶ୍ୱର, ୨୪.୧୨ : ୨୧ତମ ଏସିଆ ମାଷ୍ଟର ଆଥଲେଟିକ୍ ଚମ୍ପିୟାନସିପ୍ ମାଲେସିଆର କୁଚିଙ୍ଗିଠାରେ ଡ଼ିସେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ କୁଚିଙ୍ଗର ସାରାୱାକ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିୟାନସିପ୍ରେ ଭାରତ ସର୍ବଶ୍ରେଷ୍ଠ ମେଡ଼ାଲ ଆଣିଦେଇଛି । ଏଥିରେ ୨୯ଟି ଦେଶର ଖେଳାଳି ଯୋଗ ଦେଇଥିଲେ । ଚମ୍ପିୟାସିପ୍ର ଶେଷ ଦିବସରେ ଭାରତ ସବୁଠାରୁ ଆଗରେ ରହିଥିଲା । ଓଡ଼ିଶାରୁ ୭ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୮ ଜଣ ଖେଳାଳି ଏହି ଚମ୍ପିୟାନସିପ୍ରେ ଯୋଗ ଦେଇଥିଲେ । ଓଡ଼ିଶାର ୬୦ ବର୍ଷୀୟା ସ୍ୱର୍ଣ୍ଣପ୍ରଭା ମହାନ୍ତି ୩୦୦ ମିଟର ବାଧା ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ରାଜଧାନୀ ଭୁବନେଶ୍ୱର ପ୍ରତ୍ୟାର୍ବନ କରିଛନ୍ତି । ଶ୍ରୀମତୀ ମହାନ୍ତି ନିଜର ଚେଷ୍ଟା, ଦୃଢ ଇଚ୍ଛାଶକ୍ତି ତଥା କଠିନ ପରିଶ୍ରମ ଯୋଗୁ ଓଡ଼ିଶା ପାଇଁ ଏହି ସଫଳତା ହାସଲ ଆଣି ଦେଇଛନ୍ତି । ଶ୍ରୀମତୀ ମହାନ୍ତି କଟକ ଜିଲ୍ଲାର ଧାନହରପଡ଼ା ଗ୍ରାମରେ ଜନ୍ମଗ୍ରହଣ କରି ଶଙ୍ଖତ୍ରାସ ସ୍କୁଲ୍ରେ ମାଟ୍ରିକ ପାସ୍ କରିଥିଲେ । ଖେଳ ପ୍ରତି ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ଏତେ ଆଗକୁ ଯାଇପାରିଛନ୍ତି । ଏହା ପୂର୍ବରୁ ସେ ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଇ ବହୁଥର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେ ଏପର୍ଯ୍ୟନ୍ତ କୌଣସି ସରକାରୀ ବା ବେସରକାରୀ ସହାୟତା ନ ପାଇବାରୁ ବାହାର ଦେଶକୁ ଖେଳିବାକୁ ଯାଇପାରିନଥିଲେ । କିନ୍ତୁ ୨୦୧୮ରେ ମାଲେସିଆରେ ୨୧ତମ ଏସିଆଡ଼ ଖେଳିବା ପାଇଁ ମନୋନୀତ ହୋଇ ତାଙ୍କର ନିଜର ପରିଶ୍ରମ ଓ ଉଦ୍ୟମ ବଳରେ ଓଡ଼ିଶାର ଖେଳାଳି ହିସାବରେ ଏହି ଖେଳରେ ଯୋଗଦେଇ ୩୦୦ ମିଟର ବାଧା ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା କହିଛନ୍ତି । ସେ ଗୋଟେ ଗରିବ ପରିବାରରେ ଜଣେ ଗୃହିଣୀ । ସବୁ ବାଧା ବିଘ୍ନକୁ ସାମ୍ନା କରି ସେ ତାଙ୍କ ଖେଳ ପ୍ରତି ନିଜ ଇଚ୍ଛାଶକ୍ତିରେ ଆଗେଇ ନେଇଛନ୍ତି ।

Leave a Reply

Your email address will not be published. Required fields are marked *