ଏକାମ୍ର ହାଟକୁ ବିଜୁଳି ଓ ପାଣି କାଟିବା ଅମାନବିକ ବୋଲି ବିକାଶ ମର ନିନ୍ଦା

ଏକାମ୍ର ହାଟକୁ ବିଜୁଳି ଓ ପାଣି କାଟିବା ଅମାନବିକ ବୋଲି ବିକାଶ ମର ନିନ୍ଦା

ଭୁୁବନେଶ୍ୱର ତା ୦୮/୦୮- ରାଜଧାନୀ ଭୁବନେଶ୍ୱରରେ ଏକ ଗାଉଁଲି ପରିବେଶ ସହ ସବୁଜିମାରେ ପରିପୂଣ୍ଣଁ ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଦର୍ଶନ ସ୍ଥଳ ଏକାମ୍ର ହାଟ । ମାଳମାଳ ହସ୍ତକଳାର ଦୋକାନ ସହ ରୁଚିପୂଣ୍ôଣ ଭୋଜନାଳୟ ଓ ଘାସକୁଦ,ପୁଷ୍କରିଣୀରେ ଶୋଭିତ ଏହି ସ୍ଥଳ ଭୂବନେଶ୍ୱରର ଏକ ମନଲୋଭା ସ୍ଥାନ । ଏଠିକାର ମୁକ୍ତାକାଶ ମ ମଧ୍ୟ ଅନ୍ୟ ଏକ ଆକର୍ଷଣ । ମାତ୍ର ଇଡକୋ ଠାରୁ ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ବିଭାଗ ଏହାର ପରିଚାଳନା ଦାୟିତ୍ୱ ନେବା ପରେ ଘାସକୁଦ, ବୃକ୍ଷଲତା, ପୁଷ୍କରିଣୀ ଆଦିକୁ ଭାଙ୍ଗି ଅଧିକ ଦୋକାନ ନିର୍ମାଣ ସହ ପ୍ରବେଶ ପାଇଁ କଟକଣା କରିବାର ସମସ୍ତ ପ୍ରସ୍ତୁତି ଚାଲିଥିବାର ଖବର ପାଇ ପ୍ରାୟ ଦୁଇ ସପ୍ତାହ ତଳେ ଏହି ମ ଗଠନ ପୂର୍ବକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରିଥିଲୁ । ଏବେ ଆମ ଅଭିଯୋଗର ପ୍ରମାଣ ସ୍ୱରୂପ ଏକାମ୍ର ହାଟକୁ ବିଜୁଳି ଓ ଜଳ ଯୋଗାଣ କାଟି ଦିଆଯାଇଛି । ଏହା ଏକାମ୍ର ହାଟକୁ ଶ୍ରୀହୀନ କରିବା ଓ ସେଠାରେ ପସରା ମେଲି ଗୁଜୁରାଣ ମୋଉଥିବା ହସ୍ତଶିଳ୍ପୀ ଓ ହୋଟେଲ କରିଥିବା ଲୋକମାନଙ୍କ ପେଟକୁ ଲାତ ସଦୃଶ । କରୋନା ମାଡରେ ଘାଇଲା ହୋଇଥିବା ସଂପୃକ୍ତ ବ୍ୟକ୍ତିମାନଙ୍କୁ ଭଡା ଛାଡ କରିବା ପରିର୍ବେ ଏଭଳି ଆମନବୀୟ ବ୍ୟବହାର କରି ସେମାନଙ୍କୁ ଉତଖାତ କରିବା ଓଡିଶା ସରକାରଙ୍କର ହୀନ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଉଛି ବୋଲି ମ ତରଫରୁ ଦୃଢ ନିନ୍ଦା କରାଯାଇଛି ।
ଏକାମ୍ର ହାଟର ସୌନ୍ଦର୍ଯ୍ୟ ରକ୍ଷା ଓ ଏକାମ୍ର ହାଟର ଶିଳ୍ପୀ, ବ୍ୟବସାୟୀମାନଙ୍କୁ ବିଜୁଳି ଓ ଜଳ ଯୋଗାଣ କରିବା ସହ ଏଥି ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ପାଇଁ ବିକାଶ ମ ପକ୍ଷରୁ ମର ଆବାହକ ଆଡଭୋକେଟ୍ ବନ ମହାନ୍ତି, ଯୁଗ୍ମ ଆବାହକ ଦେବ ପ୍ରସାଦ ପରିଜା, ସାମ୍ବାଦିକ ସାମ୍ବାଦିକ ଗିରିଜା ଦାଶ, ସାମ୍ବାଦିକ ସୁବ୍ରତ ପତି ପ୍ରମୁଖ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *