ଦୁଷ୍କର୍ମଜନିତ ଅପରାଧକୁ ରୋକିବା ପାଇଁ ଏକ ଅଣ୍ଡରୱିଅର ପ୍ରସ୍ତୁତ

ଦୁଷ୍କର୍ମଜନିତ ଅପରାଧକୁ ରୋକିବା ପାଇଁ ଏକ ଅଣ୍ଡରୱିଅର ପ୍ରସ୍ତୁତ

ଭୁବନେଶ୍ୱର: ଉତ୍ତରପ୍ରଦେଶ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଫରୁଖାବାଦ ଅଂଚଳରେ ରହୁଥିବା ସିନୁ ଏକ ଭିନ୍ନ ପ୍ରକାର କାର୍ଯ୍ୟ କରି ଦେଖାଇଛନ୍ତି । ସେ ବଢୁଥିବା ଦୁଷ୍କର୍ମଜନିତ ଅପରାଧକୁ ରୋକିବା ପାଇଁ ଏକ ଅଣ୍ଡରୱିଅର ପ୍ରସ୍ତୁତ କରିଛନ୍ତି ଯାହାକି ରେପପ୍ରୁଫ ଅଟେ । ସିନୁଙ୍କ ପ୍ରସ୍ତୁତ ଏହି ଅଣ୍ଡରୱିଅର ବୁଲେଟପ୍ରୁଫ ଓ କଟପ୍ରୁଫ । ଏହି ଅଣ୍ଡରୱିଅରକୁ ନା କଟାଯାଇପାରିବ ନା ଗୁଳି ଦ୍ୱାରା ଫଟାଯାଇପାରିବ ।
ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କ ପରିବାର ଲୋକଙ୍କୁ ତାର ଲୋକେସନ ପଠାଇବ । ଏହାସହିତ ଏଥିରେ ଲାଗିଥିବା ଭିଡିଓ ରେକର୍ଡର ଆକ୍ରମଣ କରୁଥିବା ଲୋକର ଚେହେରାକୁ ରେକର୍ଡ କରିପାରିବ । ସିନୁଙ୍କ କହିବା ଅନୁଯାୟୀ ଏହି ଅଣ୍ଡରୱିଅରରେ ଲାଗିଥିବା ଲକ ବିନା ପାସୱାର୍ଡ଼ରେ ଖୋଲିବ ନାହିଁ । ତେବେ ଏହି ଅଣ୍ଡରୱିଅରର ଦାମ ୪୩୦୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *