ନିମାପଡା କୋଣାର୍କ ମୁଖ୍ୟ ରାସ୍ତା ର କୁସୁପୁର ଛକ ରେ ଏକ ମର୍ମଦୂତ ସଡ଼କ ଦୁର୍ଘଟଣା

ନିମାପଡା କୋଣାର୍କ ମୁଖ୍ୟ ରାସ୍ତା ର କୁସୁପୁର ଛକ ରେ ଏକ ମର୍ମଦୂତ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଆଜି ସନ୍ଧ୍ୟ 5 ଘଟିକା ସମୟରେ ନିମାପଡା କୋଣାର୍କ ମୁଖ୍ୟ ରାସ୍ତା ର କୁସୁପୁର ଛକ ରେ ଏକ ମର୍ମଦୂତ ସଡ଼କ ଦୁର୍ଘଟଣା ରେ 5 ଜଣ ଆହତ.
ଆଜି ପ୍ରାୟ ସନ୍ଧ୍ୟା 5 ଘଟିକା ସମୟରେ ଭୁବନେଶ୍ୱର ରୁ କୋଣାର୍କ ଅଭିମୁଖେ ଯାଉଥିବା ନାଗେଶ୍ୱର ନାମକ ଯାତ୍ରୀବାହି ବସ (OR 02 AK 9299)ବିପରୀତ ଦିଗରୁ କୋଣାର୍କ ରୁ ନିମାପଡା ଅଭିମୁଖେ ଆସୁଥିବା ଏକ ହୋଣ୍ଡା ସିଟି କାର OD 02 AR 4639 ସହ ସାମ୍ନା ପଟୁ ଧକା ଦେଇଥିଲା, ତା ଫଳରେ ରାସ୍ତାରେ କିଛି ସମୟ ଧରି ଯାତାୟାତ ବନ୍ଦ ହୋଇଯାଇଥିଲା ଦୁର୍ଘଟଣା ର ଖବର ପାଇ ଗୋପ ଥାନା ଅଧିକାରୀ ଓ ଦମକଳ ଅଧିକାରୀ ଓ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥେଲା କିନ୍ତୁ ସେମାନଙ୍କ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ଭୁବନେଶ୍ୱର ମେଡିକାଲ କୁ ସ୍ଥାନାଂତର କରାଯାଇଥେଲା. ଆହତ ମାନେ ସବୁ ନିମାପଡା ବ୍ଲକ ତରଡାପଡା ଗ୍ରାମ ର ବୋଲି ଜଣା ପଡିଛି ତାଙ୍କ 5ଜଣଙ୍କ ମଧ୍ୟରୁ ଜଣଙ୍କ ନା ରାକେଶ ବୋଲି ଜାଣିବାକୁ ପାଇଥିବା ବେଳେ ଆଉ କାହାର ନା ଜଣା ପଡ଼ିନଥିଲା l

Leave a Reply

Your email address will not be published. Required fields are marked *