ଉଳି ଶାନ୍ତି ସ୍ତୁପରେ ଜଳ ସଂରକ୍ଷଣ ସଚେତନତା

ଉଳି ଶାନ୍ତି ସ୍ତୁପରେ ଜଳ ସଂରକ୍ଷଣ ସଚେତନତା


ଭୁବନେଶ୍ୱର, ୨୩/୧୨ : ଜଳ ପାଇଁ ଆଗାମୀ ଦିନରେ ସମସ୍ୟା ଉପୁଜିବ ଏଥି ପାଇଁ ସତର୍କ ହେବା ସହ ଜଳ ସଂରକ୍ଷଣ କରିବାକୁ ପଡ଼ିବ । ଜଳ ସଂରକ୍ଷଣ ରହିଲେ ଆଗାମୀ ଦିନରେ ପାଣିର ଅଭାବ ଦେଖା ଦେବ ନାହିଁ । ଏଥିି ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ରାଜଧାନୀ ଓ ଏହାର ଆଖପାଖରେ ଜଳସ୍ଥର କମୁଥିବାରୁ ଏହାର ସଂରକ୍ଷଣ ସବୁ ନାଗରିକଙ୍କୁ କରିବାକୁ ପଡ଼ିବ ବୋଲି ଜଳ ସଂରକ୍ଷଣ ନେଇ ଏକ ଶୋଭାଯାତ୍ରା ଓ ସଭା ଧଉଲି ଶାନ୍ତିସ୍ତୁପଠାରେ କରାଯାଇଛି । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ଓ ପେସ୍ ଏକାଡେମୀ ମିଳିତ ଆନୁକୂଲ୍ୟରେ ଧଉଳି ଶଶନ୍ତି ସ୍ତୁପଠାରୁ ଜଳ ସଂରକ୍ଷଣ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏଥିରେ ୫୦ରୁ ଉଦ୍ଧ୍ୱର୍ ମହିଳା ଯୋଗ ଲୋକଙ୍କୁ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ କରିଥିଲେ । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପେସ୍ ଏକାଡେମୀର ନିର୍ଦ୍ଦେଶକ ପ୍ରସନ୍ନ ଚୌଧୁରୀ, ଡ଼ ପ୍ରଜ୍ଞା ମହାନ୍ତି, ଗଦାଧର ଦାସ ଯୋଗଦେଇ ସଂରକ୍ଷିତ ଜଳ, ସଂରକ୍ଷିତ ଜୀବନ ଉପରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟଲକ୍ଷ୍ମୀ ସିଂ ପରି·ଳନାରେ କରିଥିଲେ ।

Leave a Reply

Your email address will not be published. Required fields are marked *