ଆସୁଛି ନୂଆ ଧାରାବାହିକ ମାୟା ଏବଂ ଅଞ୍ଜଳି।

ଆସୁଛି ନୂଆ ଧାରାବାହିକ ମାୟା ଏବଂ ଅଞ୍ଜଳି।

ଭୁବନେଶ୍ୱର ୧୦.୦୧.୨୦ : ଦୁଇଟି ଲୋକପ୍ରିୟ ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ଦୁଇଟି ନୂଆ ମେଗା ଧାରାବାହିକ ।ତରଙ୍ଗ ଟିଭିରେ ଆସନ୍ତା ୧୩ ଜାନୁଆରୀରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରସାରିତ ହେବ କାହାଣୀ ଏକ ନାଗୁଣୀର ‘ମାୟା’ ।ଯେଉଁଥିରେ ବହୁ ପରିଚିତ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଦେଖିବାକୁ ମିଳିବ । ଯେତିକି ସୂଚନା ମିଳିଛି ଅତୀତର ରହସ୍ୟ ଉନ୍ମୋଚନ ପରେ ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିବ ।ଠିକ୍ ସେହିପରି ସମ୍ପର୍କର ସ୍ୱାର୍ଥ ପାଇଁ କ’ଣ ସ୍ୱପ୍ନ ଜଳିଯିବ କି? ଯଦି ଏହାର ଉତ୍ତର ଖୋଜୁଛନ୍ତି ତେବେ ଅପେକ୍ଷା କରନ୍ତୁ ଖୁବଶୀଘ୍ର ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଅଞ୍ଜଳି’ ।ଏଥିରେ ସେ ଡବଲ୍ ରୋଲରେ ନଜର ଆସିବେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ।ଅର୍ଚ୍ଚିତା ନିଜ ଚରିତ୍ରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଜୀ-ସାର୍ଥକ ଭରସା କରିଥିବାରୁ ସୋସିଆଲ୍ ମିଡିଆ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *