ଗୃହମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ।

ଗୃହମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ।

ଭୁବନେଶ୍ୱର: ଲୋକସଭା ଭବନରେ ଗୃହମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ।ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଅପରାହ୍ନ ରେ ଗୃହ, ଶିଳ୍ପ, ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ନବ ନିଯୁକ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ ଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୫ ଟି ର ଅନୁପାଳନ ‘ମୋ ସରକାର’ କାର୍ଯ୍ୟକ୍ରମ ସହ ଆଇନଶୃଙ୍ଖଳା ପରିସ୍ଥିତି , ମହିଳା ଶିଶୁ ଓ ବରିଷ୍ଠ ନାଗରିକ ଙ୍କ ସୁରକ୍ଷା ଏବଂ ନସ୍କଲ ସମସ୍ୟା ର ସମାଧାନ ଉପରେ ଉଭୟ ଙ୍କ ମଧ୍ୟରେ ଆଲୋଚନା ହୋଇଯାଇ ଥିଲା।

Leave a Reply

Your email address will not be published. Required fields are marked *