ଜେଲ୍ ଡିଜିଙ୍କ ମାତୃ ବିୟୋଗ।

ଜେଲ୍ ଡିଜିଙ୍କ ମାତୃ ବିୟୋଗ।

ଭୁବନେଶ୍ୱର:୧୪.୦୭: ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ୍ ତଥା ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ମା’ ବାସନ୍ତୀ ଉପାଧ୍ୟାୟଙ୍କର ଆଜି ସକାଳୁ ୭୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ବାଲେଶ୍ବର ଠାରେ ଥିବା ଫକୀର ମୋହନ ମେଡିକାଲରେ ଚିକିତ୍ସା ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସନ୍ତୋଷ ଓ ବୋହୂ ଅନୁପମା ଉପାଧ୍ୟାୟ, ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିିତ ଥିଲେ ।
ପରଲୋକାଗତ ବାସନ୍ତୀ ନିଜ ସମାଜସେବା ପାଇଁ କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ବେଶ ପରିଚୟ ଅର୍ଜନ କରିଥିଲେ। ସେ ଜଣେ ପରୋପକାରୀ, ବନ୍ଧୁ ବତ୍ସଳା, ଧାର୍ମିକ, ସତପ୍ରେମୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଖବର ସମଗ୍ର କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ବାଲେଶ୍ୱର ଜିଲ୍ଲା ପୁଲିସ ଅଫିସରମାନେ ମେଡିକାଲରେ ପହଁଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ତାଙ୍କ ମୃତଶରୀରର ଅନ୍ତିମକ୍ରିୟା ନିଜ ଗାଁ ସୋର ଥାନା ଅଧୀନ ଛବାଟିଆଠାରେ କରାଯିବ ।

Leave a Reply

Your email address will not be published. Required fields are marked *