ଦିଲ୍ଲୀରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀ ‘ଭୋଏଜ୍’ ବିଭିନ୍ନ ସାମାଜିକ ପ୍ରସଙ୍ଗର ଚିତ୍ରକଳା ପ୍ରଦର୍ଶିତ

ଦିଲ୍ଲୀରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀ ‘ଭୋଏଜ୍’
ବିଭିନ୍ନ ସାମାଜିକ ପ୍ରସଙ୍ଗର ଚିତ୍ରକଳା ପ୍ରଦର୍ଶିତ

ନୂଆଦିଲ୍ଲୀ, ୩୧.୧୨ : ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଲଳିତକଳା ଏକାଡ଼େମୀର ପ୍ରଦର୍ଶନୀ କକ୍ଷରେ୭ଜଣ ଓଡ଼ିଆ ଯୁବ ଚିତ୍ରଶିଳ୍ପୀଙ୍କ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଭୋଏଜ୍’ ୨୯ ତାରିଖରେ ଉଦ୍ଯାପିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀକୁ ଲଳିତକଳା ଏକାଡ଼େମୀର ଭାରପ୍ରାପ୍ତ ସଚିବ ରାମକୃଷ୍ଣ
ବେଦାଲା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଛବି ଗୁଡ଼ିକର ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଦର୍ଶନୀରେ ଓଡ଼ିଆ ଯୁବଶିଳ୍ପୀଅଶୋକ ମହାକୁର, ହୃଦୟାନନ୍ଦ ପଟ୍ଟନାୟକ, ରଜନୀକାନ୍ତ ସାହୁ, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ଜେନା,
ସତ୍ୟରଞ୍ଜନ ସାହୁ ଓ ରଶ୍ମିରଞ୍ଜନ ରାଉତଙ୍କ ବିଭିନ୍ନ ଶୈଳୀ, ଆକାର ଓ ଅଙ୍ଗ ବିନ୍ୟାସ ଉପରେ ଚିତ୍ରପର୍ଯ୍ୟବେସିତ ହୋଇଥିଲା ଯାହା ତାଙ୍କର ସୃଜନାତ୍ମକ ସୌନ୍ଦର୍ଯ୍ୟବୋଧର ପରିଭାଷାକୁ ପରିପ୍ରକାଶ କରିଅଛି ।ପ୍ରଦର୍ଶିତ ସମସ୍ତ ଛବିର ପୃଷ୍ଠଭୂମି ବିଭିନ୍ନ ସାମାଜିକ ପ୍ରସଙ୍ଗ ସହିତ ବ୍ୟକ୍ତିଗତ ଅଭିରୁଚି ଉପରେ ଆଧାରିତ
ଯାହା ମାନବୀୟ ସତ୍ତାର ବୌଦ୍ଧିକ, ଆଧ୍ୟାମିକ ଓ ରାଜନୈତିକ ବି·ରଧାରା ଦ୍ୱାରା ପ୍ରଭାବିତ । ଉକ୍ତ ପ୍ରଦର୍ଶନୀଟି ଦିଲ୍ଲୀର ବହୁ ବରିଷ୍ଠ ଚିତ୍ରକର, ଦିଲ୍ଲୀରେ ଥିବା ଓଡିଆ ଚିତ୍ରକର ଏବଂ କଳାନୁରାଗୀଙ୍କ ଦ୍ୱାରା  ଉଚ୍ଚପ୍ରଶଂସିତ ହୋଇଥିଲା ।

Leave a Reply

Your email address will not be published. Required fields are marked *