ହବିବା ଡ୍ୟାନ୍ସଗ୍ରୁପ୍ର ୩୩ତମ ବାର୍ଷିକ ଉତ୍ସବ

ହବିବା ଡ୍ୟାନ୍ସଗ୍ରୁପ୍ର ୩୩ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୧୨.୧୧: ଓଡ଼ିଶାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ହବିବା ଡ୍ୟାନ୍ସ ଗ୍ରୁପ୍ର ଡ୍ରିମ୍ ନାଇଟ୍-୨୦୧୯ ଅବସରରେ ବିବିଧ ନୃତ୍ୟକଳା ପରିବେଷିତ ହୋଇଯାଇଛି । ଏଥିରେ କଣ୍ଟେମ୍ପୋରାରି, ସାଲାସ, ଜାଜେ, ହିପପ୍, ଲିରିକାଲ ହିପପ୍, ମଡ଼ର୍ଣ୍ଣ ଡ୍ୟାନ୍ସ, ଫୋଲ୍କ ଡ଼୍ୟାନ୍ସ
ପରିବେଷିତ ହୋଇଥିଲା । ଏ ସମସ୍ତ ନୃତ୍ୟ ବିଭାଗର ସଂଯୋଜନା କରିଥିଲେ ନୃତ୍ୟଗୁରୁ ଶରତ ମାଲିଆ । ସବୁ ସଙ୍ଗୀତର ସଂଯୋଜନା କରିଥିଲେ ସରୋଜ ମାଲିଆ, ଭବାନୀ ମାଲିଆ । ହବିବା ଡ଼୍ୟାନ୍ସ ଗ୍ରୁପ୍ ଦୀର୍ଘ ୩୨ ବର୍ଷ ଧରି ତାର ନୃତ୍ୟ ପରିବେଷଣ କରିଆସୁଛି । ସରକାରୀ କାର୍ଯ୍ୟକ୍ରମ
ତଥା କର୍ପୋରେଟଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ
ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ । ଫୋଲ୍କ ଡ୍ୟାନ୍ସ, ଲିରିକାଲ ହିପ୍ପ, ଜାଜେ ନୃତ୍ୟକାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିଥିଲା । ଶତାଧିକ ଦର୍ଶକ ଭଞ୍ଜକଳା ମଣ୍ଡପରେ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *