ମଞ୍ଚରୁ ଡାକରା ଆସିଲା ରାଷ୍ଟ୍ରପତି ଡାକୁଛନ୍ତି ଭେଟିବେ ଆସନ୍ତୁ : ଧମେନ୍ଦ୍ର ପ୍ରଧାନ

ମଞ୍ଚରୁ ଡାକରା ଆସିଲା ରାଷ୍ଟ୍ରପତି ଡାକୁଛନ୍ତି ଭେଟିବେ ଆସନ୍ତୁ : ଧମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଳ।ଟିନମ ଜୁବୁଲି ଉଦ୍‌ଯାପନ ଉତ୍ସବ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମଞ୍ଚ ଉପରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ । ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣୁଥିଲେ । ସଭା ଶେଷ ହେଲା । ଆରମ୍ଭ ହେଲା ଜାତୀୟ ସଂଗୀତ । ସମସ୍ତେ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କଲେ । ମଞ୍ଚ ପରିଚାଳନା କରୁଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାର ପର୍ବ ଆରମ୍ଭ କରୁଥାନ୍ତି । ସେପଟେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କିଛି କହୁଥିବାର ଦୃଶ୍ୟମାନ ଦେଖାଗଲା।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହଠାତ୍‌ ମାଇକ ପାଖକୁ ଆସି କହିଲେ । । ଘୋଷଣା ହେଲା ବୀରଭଦ୍ର ସିଂ ଆପଣ ଆଗ ଦୁଇଲାଇନ୍‌ ପରେ ବସିଛନ୍ତି । ରାଷ୍ଟ୍ରପତି ତୁମକୁ ଭେଟିବାକୁ ଚାହୁଁଛନ୍ତି । ତୁମେ ଶୀଘ୍ର ଆସ । ତୁମ ଠେକାରୁ ଦେଖି ରାଷ୍ଟ୍ରପତି ତୁମକୁ ଚିହ୍ନି ସାରିଛନ୍ତି । ଦେଖୁଦେଖୁ ମୁଣ୍ଡରେ ଧଳା ଠେକା ଭିଡିଥିବା ବ୍ୟକ୍ତି ଜଣକ ନିଜ ସିଟ୍‌ରୁ ଉଠି ରାଷ୍ଟ୍ରପତିଙ୍କ ଆଡକୁ ଆଗେଇ ଚାଲିଲେ । ସୁରକ୍ଷା କର୍ମୀମାନେ ତୁରନ୍ତ ବ୍ୟାରିକେଡ୍‌ ହଟାଇ ଦେଇ ବୃଦ୍ଧ ଜଣଙ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ନେଇଗଲେ ।କ’ଣ ବୀରଭଦ୍ର ଭଲ ଅଛ ? ମୁଁ ତୁମ ଠେକା ଦେଖି ଚିହ୍ନି ସାରିଥିଲି । ଭିଡ଼ରେ ରହିଲେ ବି ତୁମେ ମୋ ଆଖିରୁ ଲୁଚିପାରିବ ନାହିଁ । କେବେ ରାଷ୍ଟ୍ରପତି ଭବନ ବୁଲିବାକୁ ଆସ । ଓଡ଼ିଶା ଆସିଲେ ତୁମକଥା ମନେପଡେ । ଆଜି ବି ମନେ ମନେ ଖୋଜୁଥିଲି । ଆଖିରେ ପଡ଼ିଗଲ । ଏତିକି କହିବା ପରେ ସାଙ୍ଗେସାଙ୍ଗେ ବୀରଭଦ୍ରଙ୍କ ସହ ଏକ ଫଟୋ saha ସେଲ ଫି ଉଠେଇଲେ ରାଷ୍ଟ୍ରପତି ।ବୀରଭଦ୍ର ସିଂ । ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ରାମନାଥ କୋବିନ୍ଦ ମଧ୍ୟ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଜଣ ରାଜ୍ୟସଭାରେ ଗୋଟିଏ କମିଟିର ମେମ୍ବର ରହିଥିଲେ । ବିଭିନ୍ନ ସମୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଭିନ୍ନ ସମସ୍ୟା ନେଇ ଉଭୟ ଆଲୋଚନା କରୁଥିଲେ । ସେଠାରୁ ରାମନାଥ କୋବିନ୍ଦ ଏବଂ ବୀରଭଦ୍ର ସିଂଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ହେଲେ ରାଷ୍ଟ୍ରପତି ହେବା ପରେ ଦୁଇଜଣଙ୍କ ସାକ୍ଷାତ ହୋଇନଥିଲା ।

Leave a Reply

Your email address will not be published. Required fields are marked *