ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ : ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଖ୍ୟାତ ଅଭିନେତା ତଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି।ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଗ୍-ବି ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ୧୯୬୯ ମସିହାରୁ ଭାରତୀୟ ଚଳଚ୍ଚିତ୍ର ଜଗତର ଜନକ ଧୁଣ୍ଡିରାଜ ଗୋବିନ୍ଦ ଫାଲକେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଭାରତୀୟ ଚଳଚ୍ଚିତ୍ରର ବିକାଶ ଏବଂ ଅଭିବୃଦ୍ଧି ଦିଗରେ ନିଜର ସର୍ବଶ୍ରେଷ୍ଠ ଅବଦାନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।ପୁରସ୍କାର ବାବଦରେ ଶ୍ରୀ ବଚ୍ଚନଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ୱର୍ଣ୍ଣ କମଳ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *