ଉଠିବୁ ଆଉ ତୁ କେତେ ଦିନେ’

ଅଭିବ୍ୟକ୍ତିର ଅଧିକାର ପାଇଁ ‘ଉଠିବୁ ଆଉ ତୁ କେତେ ଦିନେ’
ଅଭିମାନର ଶେଷ ଦିନରେ ସୁଧା ଭରଦ୍ୱାଜଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ ଓ ସାଲେପୁର ଶିକ୍ଷା ନବୀଶ ସୟଦ ହସନ ଅହମ୍ମଦଙ୍କୁ ନିର୍ସ ଖଲାସ ଦାବି!

ଭୁବନେଶ୍ୱର, ୧୫.୯ : ଦେଶର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥାମାନ ଗୁରୁତର ସଙ୍କଟ ମଧ୍ୟରେ ଗତି କରୁଛି । ନ୍ୟାୟପାଳିକା ଠାରୁ ଆରମ୍ଭ କରି ଅନ୍ୟ ସ୍ୱାଧୀନ ବିଧି ବ୍ୟବସ୍ଥାର ସାମ୍ବିଧାନିକ ସୁରକ୍ଷା ଉପରେ ଆକ୍ରମଣ ବଢିବାରେ ଲାଗିଛି । ଏପରିକି ସଂସଦୀୟ ବ୍ୟବସ୍ଥା ପରିଚାଳନା ଉପରେ ଏହାର ପ୍ରଭାବ ଘନୀଭୂତ ହୋଇଛି । ନବ୍ୟ ଉଦାରବାଦୀ, ଫାସିବାଦୀଶକ୍ତି ବୃଦ୍ଧି ହେତୁ ଦେଶରେ ଧର୍ମୀୟ ଉଜେନା, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ଦଳିତ, ଆଦିବାସୀ, ମହିଳା ହିଂସା ବଢିବାରେ ଲାଗିଛି । ସଂସଦରେ ନାଗରିକ ସଂଶୋଧନ ଆଇନ୍ ଆଣି ସାମ୍ପ୍ରଦାୟିକ ବିଭେଦ, ଉଜେନାକୁ ନିଜେ ସରକାର ହିଁ ପ୍ରୋତ୍ସାହନ ଦେଇଛନ୍ତି । ଦେଶର ସବୁଠାରୁ ବଡ଼ ଆକ୍ରମଣ ଆରମ୍ଭ ହୋଇଛି ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ । ସରକାର ବ୍ୟବସ୍ଥାକୁ ପ୍ରଶ୍ନ କରୁଥିବା ବ୍ୟକ୍ତି ଏବଂ ସଂଗଠନମାନଙ୍କ ଉପରେ ଆକ୍ରମଣ ଏପରି ତୀବ୍ର ହୋଇଛି ଯେ ସରକାର ଶେଷକୁ ପାର୍ଲାମେରେ ପ୍ରଶ୍ନୋର କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି । ଭିନ୍ନ ମତ ବା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆମ ସମ୍ବିଧାନର ସର୍ବୋଚ୍ଚ ଅନୁମୋଦନ ମିଳିଥିବା ବେଳେ କହିବା, ଲେଖିବା, ଓକିଲାତି କରିବା, ଧାର୍ମିକ ଆସ୍ଥା ବିଚାର ଏପରିକି ପିନ୍ଧିବା, ଖାଇବା, ପିଇବାର ବ୍ୟକ୍ତିଗତ ନିଷ୍ପି ଗୁଡ଼ିକୁ ଫାସିଷ୍ଟ ବା ମୌଳବାଦୀ ଶକ୍ତିମାନେ ନିୟନ୍ତ୍ରଣ କରିବା ବେଳେ ଏହି ଅଗଣତାନ୍ତ୍ରିକ ଶକ୍ତିମାନଙ୍କୁ ସ୍ୱେଚ୍ଛାଚାରୀ ହେବାର ସୁଯୋଗ ଦେଉଛି ରାଷ୍ଟ୍ର ବ୍ୟବସ୍ଥା ।
ଦେଶର ଅସମ୍ଭବ ଆର୍ଥିକ ଦୂରାବସ୍ଥା, ସର୍ବବୃହତ୍ ବେକାରୀ ଫଉଜ, ବ୍ୟକ୍ତି ସ୍ୱାଧୀନତାର ଅସହାୟତା ଉପରୁ ସାଧାରଣ ନାଗରିକର ଦୃଷ୍ଟିକୁ ଏଡ଼ାଇବା ପାଇଁ ଫାଶିବାଦୀ ତଥା ମୌଳବାଦୀ ବିଚାରକୁ ସରକାର ଏକ ଅସ୍ତ୍ର ଭାବେ ବ୍ୟବହାର କରିଚାଲିଛନ୍ତି । ସାଧାରଣ ମଣିଷର ଲଢେଇ, ଦେଶର ଖଣିଜ ସମ୍ପଦର ସୁରକ୍ଷା, ପରିବେଶ ସପକ୍ଷବାଦୀ ଆନ୍ଦୋଳନ ଲଢୁଥିବା ଦେଶର ଅନେକ ଅଧ୍ୟାପକ, କବି, ଲେଖକ, ସାହିତ୍ୟିକ, ସାମ୍ବାଦିକ, ଅଧିବକ୍ତା, ରାଜନୈତିକ ଓ ସାମାଜିକ କର୍ମୀମାନେ ବିନା କାରଣରେ ବର୍ଷ ବର୍ଷ ଧରି ଜେଲ୍‌ରେ ସଢୁଛନ୍ତି । ସୁଧା ଭରଦ୍ୱାଜଙ୍କ ଠାରୁ ଆରମ୍ଭ କରି ଆଇନ୍‌ଜୀବୀ ସୁରେନ୍ଦ୍ର ଗାଡ଼ଲିଙ୍ଗ, ଅରୁନ ଫେରିରା, ପ୍ରଫେସର ସୋମା ସେନ, ଭେରନ ଗୋନସେଲଭେସ୍‌, ମହେଶ ରାୱତ, କବି ଭରଭରା ରାଓ, ଗୌତମ ନବଲଖା, ସୁଧୀର ଧାବଲେ, ରାଣା ୱିଲସନ, ପ୍ରଫେସର ଆନନ୍ଦ ଟେଲଟୁମଡ଼େ, ଡିଏନ୍ ସାଇବାବା ଏମାନଙ୍କର ତାଲିକା ଏବେ ଲମ୍ବିବାରେ ଲାଗିଛି । ନିକଟରେ ସୁପ୍ରିମ କୋର୍ଟର ବିଶିଷ୍ଟ ଆଇନ୍‌ଜୀବି ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ନାମରେ ସୁପ୍ରିମ କୋର୍ଟର ଏକ ଡ଼ିଭିଜନ ବେ ଦୋଷୀସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିବା ଅବହେଳିତ ମଣିଷଙ୍କ ସ୍ୱର ନ୍ୟାୟପାଳିକା ପର୍ଯ୍ୟନ୍ତ ନଯିବା ପାଇଁ ଏକ ଯୋଜନାବଦ୍ଧ ଆକ୍ରମଣ ପାଇଁ ବିଶ୍ୱାସ ହେଉଛି । ଠିକ ସେହିଭଳି ମୋଦି ଓ ଯୋଗୀ ସରକାରଙ୍କ କୁର୍କୀି ସମ୍ପର୍କରେ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କୁସମ୍ବି ଗ୍ରାମର ଯୁବ ଶିକ୍ଷା ନବୀଶ ସୟଦ ହସନ ଅହମ୍ମଦ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ଉର ପ୍ରଦେଶ ପୋଲିସ୍ ଓ ଓଡ଼ିଶା ପୋଲିସ୍‌ର ମିଳିତ ଆକ୍ରମଣର ଶିକାର ହୋଇ ଗରିଫ ହୋଇଛନ୍ତି ।
ଅଭିବ୍ୟକ୍ତିର ଅଧିକାର, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଓ ବ୍ୟକ୍ତି ସ୍ୱାଧୀନତା ପାଇଁ ଗତ ୫ ସେପ୍ଟେମ୍ବର ସାମ୍ବାଦିକା ଗୌରୀ ଲେଙ୍କଶଙ୍କ ଶହୀଦ ଦିବସ ଠାରୁ ୧୦ ସେପ୍ଟେମ୍ବର ବାଘା ଯତୀନ ସହିଦ ଦିବସ ପର୍ଯ୍ୟନ୍ତ ‘ଆମେ ଭାରତବାସୀ’ ପକ୍ଷରୁ ସପ୍ତାହବ୍ୟାପୀ ‘ଉଠିବୁ ଆଉ ତୁ କେତେ ଦିନେ’ ଅଭିଯାନ ଏକ ନୂତନ ପର୍ଯ୍ୟାୟକୁ ନେବା ପାଇଁ ଏହି କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି ପୃଷ୍ଠଭୂମିରେ ସୁଧା ଭରଦ୍ୱାଜଙ୍କ ଠାରୁ ଆରମ୍ଭ କରି ଦେଶର ଅନେକ ଅଧ୍ୟାପକ, କବି, ଲେଖକ, ସାହିତ୍ୟିକ, ସାମ୍ବାଦିକ, ଅଧିବକ୍ତା, ରାଜନୈତିକ ଓ ସାମାଜିକ କର୍ମୀମାନେ ବିନା କାରଣରେ ବର୍ଷ ବର୍ଷ ଧରି ଜେଲ୍‌ରେ ସଢୁଛନ୍ତି । ସୁଧା ଭରଦ୍ୱାଜଙ୍କ ଠାରୁ ଆରମ୍ଭ କରି ଆଇନ୍‌ଜୀବୀ ସୁରେନ୍ଦ୍ର ଗାଡ଼ଲିଙ୍ଗ, ଅରୁନ ଫେରିରା, ପ୍ରଫେସର ସୋମା ସେନ, ଭେରନ ଗୋନସେଲଭେସ୍‌, ମହେଶ ରାୱତ, କବି ଭରଭରା ରାଓ, ଗୌତମ ନବଲଖା, ସୁଧୀର ଧାବଲେ, ରାଣା ୱିଲସନ, ପ୍ରଫେସର ଆନନ୍ଦ ଟେଲଟୁମଡ଼େ, ଡିଏନ୍ ସାଇବାବା ତଥା ଓଡ଼ିଶାର ଯୁବ ଶିକ୍ଷା ନବୀଶ ସୟଦ ହସନ ଅହମ୍ମଦ ପ୍ରମୁଖଙ୍କୁ ‘ଆମେ ଭାରତବାସୀ’ ତରଫରୁ ଆଜି ମାଷ୍ଟର କ୍ୟାିନ ଭୁବନେଶ୍ୱରଠାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବିନା ର୍ସରେ ଖଲାସ କରିବାକୁ ଦୃଢଦାବି କରାଯାଇଛି । ଏହି ପ୍ରତିବାଦରେ ଆମେ ଭାରତବାସୀ ତରଫରୁ ରାଧାକାନ୍ତ ସେଠି, ପ୍ରଫେସର ଅମୀୟ ମହାନ୍ତି, ସୁରେଶ ପାଣିଗ୍ରାହୀ, ଜୟନ୍ତ ଦାସ, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡ଼ା, ଅମୀୟ ପାଣ୍ଡବ, ସଂଘମିତ୍ରା ଜେନା, ମାନସ ପଟ୍ଟନାୟକ, ଗୀତା ବିଶ୍ୱାସ, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ କୋଭିଡ୍‌-୧୯ର ସମସ୍ତ କଟକଣାକୁ ମାନି ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *