କଟକରେ ଏକ ଭୟାବହ ଅଗ୍ନିକାଣ୍ଡ ମଙ୍ଗଳାବାଗରେ ଥିବା ଆନ୍ଧ୍ରବ୍ୟାଙ୍କ କୋଠା !

କଟକରେ ଏକ ଭୟାବହ ଅଗ୍ନିକାଣ୍ଡ ମଙ୍ଗଳାବାଗରେ ଥିବା ଆନ୍ଧ୍ରବ୍ୟାଙ୍କ କୋଠା !

ଭୁବନେଶ୍ୱର : କଟକରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳାବାଗରେ ଥିବା ଆନ୍ଧ୍ରବ୍ୟାଙ୍କ କୋଠାରେ ଥିବା ଗୋପାଳ ସର୍ଜିକାଲ ଷ୍ଟୋରର ଗୋଦାମରେ ନିଆଁ ଲାଗିଛି । ନିଆଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ୨ଟି ଗାଡି ଓ ୨୦ରୁ ଅଧିକ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛି । ତେବେ ନିଆଁ ଏତେ ଜୋରରେ ଲାଗିଛି ଯେ, ସମଗ୍ର ଅଂଚଳ ଧୂଆଁମୟ ହୋଇପଡିଛି ।
ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ମଙ୍ଗଳାବାଗ ସ୍ଥିତ ଆନ୍ଧ୍ର ବ୍ୟାଙ୍କ କୋଠାର ପ୍ରଥମ ମହଲାରେ ଥିବା ଏକ ପ୍ଲାଷ୍ଟିକ ଗୋଦାମରୁ ଧୂଆ ବାହାରିଥିଲା । ଆଖପାଖ ଦୋକାନୀ ଦେଖି ହୋହଲ୍ଲା କରିବା ସହ ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ । ହେଲେ ପ୍ଲାଷ୍ଟିକ ଓ କିଛି ତୈଳ ପଦାର୍ଥ ଥିବାରୁ ନିଆଁ ପ୍ରଖର ବେଗରେ ବ୍ୟାପୀ ଯାଇଥିଲା । ପରେ ଖବରପାଇ ଦମକଳ ପହଂଚି ନିଆଁକୁ ଆୟତ କରିଥିବାକୁ ଚେଷ୍ଠା କରୁଛି । ଅଗ୍ନିକାଣ୍ଡ ଘଟିଥିବା ଗୋଦାର ଅତି ନିକଟରେ ଆନ୍ଧ୍ରବ୍ୟାଙ୍କ ଥିବାରୁ ନିଆଁ ଯେପରି ବ୍ୟାଙ୍କକୁ ନ ବ୍ୟାପେ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *