ଖରିଫଚାଷରେ ରାଜ୍ୟର ୩୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇ

ଖରିଫଚାଷରେ ରାଜ୍ୟର ୩୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇ

ଭୁବନେଶ୍ୱର: ଖରିଫଚାଷରେ ରାଜ୍ୟର ୩୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇ ପ୍ରାୟ ୮୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ପରେ ଏଥିରୁ ପ୍ରାୟ ଚାଷୀଙ୍କଠାରୁ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଅନୁକୂଳ ପାଣିପାଗ ଯୋଗୁଁ ଖରିଫ୍ ଚାଷରେ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ଧାନ ଉତ୍ପାଦନ ହେବାର ସମ୍ଭାବନା ରହିଛି ।

ଓଡ଼ିଶାର ମୁଖ୍ୟ ଚାଷ ଧାନ । ଚାଷୀ ଚଳିତବର୍ଷ ଧାନ ଚାଷରୁ ଭଲ ପଇସା ପାଇବା ପାଇଁ ଆଶା ବାନ୍ଧିଥିବା ବେଳେ ସରକାର ପ୍ରଥମରୁ ନିଜର ଭିତ୍ତିବୂମି ନ ଥିବା ଜାଣି ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରିବାକୁ ଯାଉଛନ୍ତି ।

ଧାନ ସଂଗ୍ରହରେ ସ୍ୱଚ୍ଛତା ପାଇଁ ରାଜ୍ୟସ୍ତରରେ ସରକାର ଯେଉଁ ଅନ୍ଲାଇନ୍ ଟୋକନ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ଚାଷୀଙ୍କ ପାଇଁ ଏବେ ବାଧକ ସାଜିଛି ।

ଯାହାର ଉଦାହରଣ ନଭେମ୍ବର ୧୫ ତାରିଖଠାରୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସରକାର ମଣ୍ଡି ଖୋଲିଥିଲେ ମଧ୍ୟ ଏହି ବ୍ୟବସ୍ଥା ଦ୍ୱାରା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପିସିସି କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଏପରି ଚାଷୀମାରଣ ନୀତିର ଦୃଢ ପ୍ରତିବାଦ କରିଛନ୍ତି ।

ଧାନ କିଣା ବ୍ୟବସ୍ଥାରେ ବିଭାଗୀୟ ମନ୍ତ୍ରୀ ଟୋକନ ବ୍ୟବସ୍ଥା କୌଣସି ପ୍ରକାର ରାଜ୍ୟସ୍ତରରୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରିଥିବା ବେଳେ ବିଜେଡ଼ି ଦଳର ଶ୍ରମମନ୍ତ୍ରୀ ଓ ବିଧାୟକ ଉଭୟ ହୀରାକୁଦ କମାଣ୍ଡ ଏରିୟା ଅଞ୍ଚଳର ଚାଷୀଙ୍କ ପାଇଁ ଏହା ଲାଗୁ କରାଯିବ ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଚାଷୀଙ୍କ ମନରେ ଏବେ ଘୋର ସନ୍ଦେହ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *