କଂଗ୍ରେସ ପକ୍ଷରୁ ଭାରତ ବଂଚାଅ ସମାବେଶରେ |

କଂଗ୍ରେସ ପକ୍ଷରୁ ଭାରତ ବଂଚାଅ ସମାବେଶରେ |

ଭୁବନେଶ୍ୱର ତା ୨୩.୧୧ – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତ ବଂଚାଅ ସମାବେଶ ଭୁବନେଶ୍ୱରସ୍ଥ ଲୋୟର ପିଏମଜି ମହାତ୍ମା ଗାନ୍ଧୀ ମାର୍ଗ ଠାରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଜନ ଓ କୃଷକ ମାରଣ ନୀତି ଯଥା ଉତ୍କଟ ବେକାରୀ ସମସ୍ୟା, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧି, ଚରମ ଆର୍ଥିକ ମାନ୍ଦାବସ୍ତା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନକରିବା, କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରେ ବାଟମାରଣା, ନାରୀ ଓ ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ଏକ ବିଶାଳ ଭାରତ ବଂଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ପାଇଁ ଏଆଇସିସି ତରଫରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଦୀପା ଦାସ ମୁନ୍ସି ପର୍ଯ୍ୟବେକ୍ଷକ ରୁପେ ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଦିନକୁ ଦିନ ନିକଟତର ହେଉଥିବା ସମ୍ପର୍କ ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀଙ୍କ ବିଜେଡ଼ି ଦଳକୁ ପ୍ରଶଂସାରୁ ସ୍ପଷ୍ଟ ଅନୁମେୟ । ଉଭୟ ସରକାରଙ୍କ ମିଥ୍ୟା ପ୍ରତିଶୃତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ଶ୍ରୀମତୀ ମୁନ୍ସି କଡ଼ା ସମାଲୋଚନା କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜିର ବିଶାଳ ସମାବେଶ ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ ଐକ୍ୟ ବୋଧହୋଇ ନେତୃମଣ୍ଡଳୀମାନେ ଲୋକଙ୍କ ସମସ୍ୟାକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଯାରିରଖିବେ ବୋଲି ମତବ୍ୟକ୍ତ କରିଥିଲେ । କଂଗ୍ରେସ ଦଳ ନିର୍ଦ୍ଦିଷ୍ଟ ନୀତି ଓ ଆଦର୍ଶର ଦଳ । ଉଭୟ ବିଜେଡ଼ି ଓ ବିଜେପିର କୌଣସୀ ନୀତି ଓ ଆଦର୍ଶ ନାହିଁ । ରାଜ୍ୟରେ ସମସ୍ତ ନେତୃମଣ୍ଡଳୀ ବ୍ୟକ୍ତିବାଦରୁ ଉର୍ଦ୍ଧରେ ରହି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏକମନ ଏକପ୍ରାଣରେ ଦଳ, କର୍ମୀ ଓ ଜନତାଙ୍କ ସମସ୍ୟା ବିଷୟରେ ଚିନ୍ତାକରି ଶୃଙ୍ଖଳିତ ଓ ଦୃଢ଼ତାର ସହ କାର୍ଯ୍ୟକରି ଲୋକମାନଙ୍କ ପ୍ରିୟ ଭାଜନ ହେବାକୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଭାରତକୁ ସ୍ୱାଧୀନ କରିବାରେ ଯେଉଁମାନଙ୍କର କାଣିଚାଁଏ ଅବଦାନ ନଥିଲା ଆଜି ସେମାନେ କ୍ଷମତାସୀନ । ଗାନ୍ଧୀ ବିଚାରଧାରାକୁ ଦୁରେଇ ଦେଇ ନାଥୁରାମ ବି·ରଧାରାକୁ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି କ୍ଷମତା ପାଇଁ କିଛିବି କରିପାରେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଏଆଇସିସି ସଂପାଦକ ଶ୍ରୀଯୁକ୍ତ ଜୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଧାୟକ ତାରା ପ୍ରସାଦ ବାହିନୀ ପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଇଂ ମହମ୍ମଦ ମୋକିମ୍, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉଭୟ ସରକାରଙ୍କର ଜନ ଓ କୃଷକମାରଣ ନୀତି ବିରୁଦ୍ଧରେ ବିଷୋଦଗାର କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିବା ଘ. ୧୧.୪୫ମି. ସମୟରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୦ ହଜାରରୁ ଉର୍ଦ୍ଧ ଯୁବ, ଛାତ୍ର, ମହିଳା, କଂଗ୍ରେସ କର୍ମୀ ଓ ଶୁଭେଛୁ ମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ଲାକାର୍ଡ଼, ବ୍ୟାନର ଓ ସ୍ଲୋଗାନ ସହ ର‌୍ୟାଲିରେ ଯାଇ ବିଶାଳ ସମାବେଶରେ ଯୋଗଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ମାଝୀଙ୍କ ନେତୃତ୍ୱରେ ଏକ ୩୩ ଜଣିଆ ପ୍ରତିନିଧି ମଣ୍ଡଳୀ ସର୍ବଶ୍ରୀ ଶ୍ରୀଯୁକ୍ତ ମାଝୀ, ଗଣେଶ୍ୱର ବେହେରା, ଯଜେ୍ଞଶ୍ୱର ବାବୁ, ବିଧାୟକ ତାରାପ୍ରସାଦ ବାହିନୀପତି, ସିଏସ୍ ରାଜନ୍ ଏକା, ଦାଶରଥି ଗମାଙ୍ଗୋ, ବିଜୟଲକ୍ଷ୍ମୀ ସାହୁ, ଭୁଜବଳ ମାଝୀ, ବନ୍ଦିତା ପରିଡ଼ା, ଅମୀୟ ପଟ୍ଟନାୟକ, ବରିଷ୍ଠ ଆଇନଜୀବ ଧରଣୀଧର ନାୟକ, ଶିବାନନ୍ଦ ରାୟ, ବିଷ୍ଣୁ ଚରଣ ବାରିକ, ଉମାବଲ୍ଲଭ ରଥ, ନିହାର ମହାନନ୍ଦ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ରଶ୍ମି ମହାପାତ୍ର, ଜର୍ଜତୀର୍କୀ, ପଂଚାନନ କାନୁଗୋ, ଶୁଭେନ୍ଦୁ ମହାନ୍ତି, ଅନନ୍ତ ପ୍ରସାଦ ସେଠୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ଜେନା, ଜ୍ଞାନଦେବ ବେହୁରା, ଚିତ ରଂଜନ ଷଢ଼ଙ୍ଗୀ, ସନ୍ତୋଷ କୁମାର ନନ୍ଦ, ଅଂଶୁମାନ ମହାନ୍ତି, ବିନୋଦ ପାତ୍ର, ଦୀପକ ମହାପାତ୍ର, ମନୋଜ ଜେନା, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ରାଜଭବନ ଯାଇ ମାନନୀୟ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ କଂଗ୍ରେସ ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଛାତ୍ର କଂଗ୍ରେସ ତରଫରୁ ସମାବେଶ ସନ୍ନିକଟ ସ୍ଥଳରେ ଆଦିତ୍ୟ ପ୍ରୀତମ ଦାସ ଓ ସେମାନଙ୍କର ସାଥିମାନେ ସାମ୍ପତ୍ରିକ ପରିସ୍ଥିତିରେ ରାଜ୍ୟ ଓ ଦେଶର ଛାତ୍ର ଯୁବକଙ୍କର ଭବିଷ୍ୟତକୁ ନେଇ କିଭଳି ଖେଳ ଖେଳୁଛନ୍ତି ଏହାର ଷ୍ଟଲ ମାଧ୍ୟମରେ ନମୂନା ପ୍ରଦର୍ଶନ କରିଥିଲେ । ଶତାଧିକ କୃଷକ ଭାଇମାନେ ଆଳୁ, ପିଆଜ, ଟମାଟୋ, କାକୁଡ଼ି, ଭେଣ୍ଡିର ମାଳ ବେକରେ ପକାଇ ଅଭିନବ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଯୁବକ ଓ ଛାତ୍ର ମାନେ ପକୁଡ଼ି ଛାଣିବା, ଜୋତା ପଲିସ କରିବା କ୍ଷୀର ବଦଳରେ ମଦର ବନ୍ୟା ରାଜ୍ୟ ସରକାର ନିଷ୍ପତିକୁ ନେଇ ଷ୍ଟଲ ମାଧ୍ୟମରେ ପ୍ରଦର୍ଶନ କରିବା ଏଥିରୁ ପ୍ରମାଣ କରୁଛି ଆଜିର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମୟରେ ବେକାରୀ ସମସ୍ୟା ଦେଶରେ ସର୍ବକାଳିନ ରେକର୍ଡ଼ ଟପିଛି । ବେବିନା, ଇତିଶ୍ରୀ, ନିହାରିକା ଓ ସ୍ମିତାରାଣୀଙ୍କ ଭଳି ନୀରିହ ଜୀବନର ମୃତ୍ୟୁ କାଣ୍ଡ ପ୍ରମାଣିତ କରୁଛି ରାଜ୍ୟରେ ଦୈନିକ ୮ ଜଣ ମହିଳାଙ୍କ ପ୍ରତି ଯେଭଳି ଭାବରେ ଦୁଷ୍କର୍ମ ଚାଲିଛି ଏହା ମାତୃଶକ୍ତି ପ୍ରତି ଚରମ ଅପମାନ ଓ ହୀନକାର୍ଯ୍ୟ ବୋଲି ଶ୍ରୀମତୀ ଦାସ ମୁନ୍ସିଂ ଉଭୟ ସରକାର ଉପରେ ବର୍ଷିଥିଲେ ।
ଅପରାହ୍ନରେ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶରେ ବିମୁଦ୍ରୀ କରଣ ପରେ ଯେଉଁ ଚରମ ମାନ୍ଦାବସ୍ତା ଦେଖାଦେଇଛି ସେଥିପାଇଁ କେନ୍ଦ୍ରର ବିଜେପି ସରକାର ସଂପୂର୍ଣ୍ଣ ଦାୟୀ, ବେରୋଜଗାର ହାର ୮.୯୫ ବଢ଼ି ସର୍ବକାଳୀନ ରେକର୍ଡ଼ କରିବା ଯାହାକି ସ୍ପଷ୍ଟ ଅନୁମାନ କରୁଛି ଦେଶରେ ବର୍ତମାନ ଜରୁରୀକାଳିନ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି । ପିଆଜ ଦର ୮୦-୯୦ ଟଙ୍କା ଉପଭୋକ୍ତା କିଣୁଥିବା ବେଳେ କୃଷକକୁ ସଠିକ ଦାମ ନ ମିଳିବା ଦୁଃର୍ଭାଗ୍ୟଜନକ ସବୁ ନୀତି ଓ ନିୟମକୁ ଜଳାଞ୍ଜଳି ଦେଇ ଇଲୋକ୍ଟ୍ରୋର ବଣ୍ଡ ଖୋଲିବା ଦ୍ୱାରା ବିଜେପି ଦଳ ପାଖାପାଖି ୬ଜହାର କୋଟି ଟଙ୍କାରୁ ଡୋନେସନ ପାଇବା ଏହା ସ୍ପଷ୍ଟ ପ୍ରମାଣିତ କରୁଅଛି । ଦେଶକୁ ଆର୍ଥିକ ମାନ୍ଦାବସ୍ତାରୁ ମୁକ୍ତି କରିବା ପାଇଁ ପାଖାପାଖି ୨୦-୨୫ ବର୍ଷ ଲାଗିପାରେ ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୈତିକ ଆଶଙ୍କା ଆଜି ସତ୍ୟରେ ପରିଣତ ହୋଇଛି । ଲୋକଙ୍କ ମନର କଥାକୁ ଗୁରୁତ୍ୱ ନ ଦେଇ ବିଜେପି ଦଳ କ୍ଷମତାର ଲୋଭରେ ରାତାରାତି ସରକାର ଗଢ଼ିବା ପାଇଁ ଯେଭଳି ହୀନ ପ୍ରୟାସର ଆଶ୍ରୟ ନେଉଛି ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଅପରପକ୍ଷେ ରାଜ୍ୟରେ ୧୯ ବର୍ଷ କ୍ଷମତାରେ ନବୀନ ବାବୁ ୫ଟି ଓ ମୋ ସରକାର ର ବାହାନାକୁ କଂଗ୍ରେସ ଆଦୌ ବରଦାସ୍ତ କରିବ ନାହିଁ । ଭାରତ ବର୍ଷକୁ ସାମ୍ପ୍ରଦାୟିକ ଶକ୍ତିରୁ ମୁକ୍ତ କରିବା ପାଇଁ ଆସନ୍ତା ଡିସେମ୍ବର ୧୪ ନୂଆଦିଲ୍ଲୀ ରାମଳୀଳା ମଇଦାନ ଆୟୋଜିତ ର‌୍ୟାଲିରେ ଲକ୍ଷଲକ୍ଷ ଜନସାଧାରଣ କଂଗ୍ରେସ କର୍ମୀ ଏକାଠି ହେବେ ଓ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ଭାରତୀୟ ଜନତାପାର୍ଟିର ଅହଂକାରକୁ ଭାରତବାସୀ କଦାପି କ୍ଷମା ଦେବେନାହିଁ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର, ଏଆଇସିସି ସଂପାଦକ ଦ୍ୱୟ ଶ୍ରୀଯୁକ୍ତ ଜି. ରୁଦ୍ର ରାଜୁ, ଶ୍ରୀଯୁକ୍ତ ଅନିଲ ଚୌଧୁରୀ, ଶ୍ରୀଯୁକ୍ତ ସତ୍ୟପ୍ରକାଶ ନାୟକ, ମହିଳା କଂଗ୍ରେସ ସଭାନେତୀ ଶ୍ରୀମତୀ ଶୁବ୍ରତା ଦତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *