ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ


ଭୁବନେଶ୍ୱର ତା ୧୯.୧୧ – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀ ପାର୍କଠାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସର୍ବଧର୍ମ ପ୍ରାର୍ଥନା, କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ଭଜନ ପରିବେଷଣ କରାଯାଇଥିଲା । ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ସଂହତି ଓ ଏକତା ବଜାୟ ରଖିବା ପାଇଁ ସଂକଳ୍ପପାଠ କରାଇଥିଲେ । ଶେଷରେ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଶୁଭେନ୍ଦୁ ମହାନ୍ତି, ଗୁରୁପଦ ନନ୍ଦ, ଡମ୍ବରୁଧର ଉଲାକା, ଯୁଧିଷ୍ଠିର ଜେନା, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ସୁରେନ୍ଦ୍ର ପରମାଣିକ, କିଶୋର ଜେନା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମନୋଜ ଜେନା, ବିକ୍ରମ ସାହୁ, ସ୍ୱାଧିନବାଳଳା ଦାସ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ମନୋରଞ୍ଜନ ରାଉତରାୟ, ମନୋଜ ମହାପାତ୍ର, ଦୀପକ ସାହୁ, ସଂଜୟ ମିଶ୍ର, ପ୍ରକାଶ ମିଶ୍ର, ମାନସ ମଲିକ, ଜାନକୀ ମଲ୍ଲିକ, ରସିକଚାନ୍ଦ ପଟ୍ଟନାୟକ, ପ୍ରଣତି ମିଶ୍ର, ତରୁଣକାନ୍ତ ମିଶ୍ର, ବସନ୍ତ କୁମାର ମହାରଣା, ରାଜକିଶୋର ବାରିକ, ସଂକୁନା କହଁର, କୈଳାସ ସାହୁ, ଅଲେଖ ସାମଲ, ଦେବାଶିଷ ଭୂୟାଁ, ଦିପ୍ତି ପ୍ରଧାନ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦେବ ପ୍ରସାଦ ଦାସ, କୁଳମଣି ସାହୁ, ନିହାର ବଳ, ଅମିତା ବିଶ୍ୱାଳ, ସାଗର ପରିଡା, ତାପସ ସେଠୀ, ଗୁରୁବକ୍ସ ସିଂ ଆଲୁଆଲିଆ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *